ଭାରତ ବାଂଲାଦେଶ ମିଳିତ ନୌ ସମରାଭ୍ୟାସର ତୃତୀୟ ସଂସ୍କରଣ
ଭୁବନେଶ୍ୱର,(ୱାଇଏନ୍ଏସ୍): ଭାରତ-ବାଂଲାଦେଶ ମିଳିତ ନୌ-ସମରାଭ୍ୟାସର ତୃତୀୟ ସଂସ୍କରଣ ଆଜି ଏବଂ ଆସନ୍ତାକାଲି ଉତ୍ତର ବଙ୍ଗୋପ ସାଗରରେ ଅନୁଷ୍ଠିତ ହେଉଛି । ଏହି ପର୍ଯ୍ୟାୟରେ ଉଭୟ ଦେଶ ମିଳିତ ପହରା ଅଭ୍ୟାସ କରୁଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି | ଏହି ସମରାଭ୍ୟାସ ଉଭୟ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ତଥା ନୌସେନାର ଶକ୍ତିବୃଦ୍ଧି କ୍ଷେତ୍ରରେ ବିଶେଷ ସହାୟକ ହେବ । ଅନ୍ତର୍ଜାତିୟ ସାମୁଦ୍ରିକ ସୀମାରେ ଉଭୟ ଦେଶର ନୌବାହିନୀ ମିଳିତ ଜଗୁଆଳୀ ପହରା ବ୍ୟବସ୍ଥାର ମଧ୍ୟ ଅଭ୍ୟାସ କରିବେ । ଏଥିରେ ସାମୁଦ୍ରିକ ଜଗୁଆଳି ଏୟାରକ୍ରାଫ୍ଟ ଏବଂ ହେଲିକପ୍ଟରଗୁଡ଼ିକ ଅଂଶଗ୍ରହଣ କରିବେ ।