ଭାରଶ୍ୟାମ ହରାଇ ଗଛକୁ ଧକା ଦେଲା ଇନୋଭା ଜଣେ ମୃତ
ଚିତ୍ରକୋଣ୍ଡା,(ବିମଲ କିଶୋର ମିଶ୍ର): ଚିତ୍ରକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ରାଜୁଲକଣ୍ଡା ଗ୍ରାମ ନିକଟରେ ମଙ୍ଗଳବାର ଦିନ ଏକ ସଡ଼କ ଦୁର୍ଘଟଣା ଘଟିଛି । ଇନୋଭା ଗାଡ଼ି ନଂ ଏପି 31 ଟିଭି 2001ଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛକୁ ଦେଇଥିଲା । ଗାଡ଼ିରେ ବସିଥିବା ଜଣେ ମହିଳାଙ୍କ ମୃତ ହୋଇଥିବା ବେଳେ ଅନ୍ୟ ୪ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଚିତ୍ରକୋଣ୍ଡା ହସ୍ପିଟାଲରେ ଭର୍ତି କରାଯାଇଥିବାବେଳ ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି । ଆନ୍ଧ୍ରର ନାର୍ସିପାଟନା ଅବିମୁଖେ ଗାଡ଼ିଟି ଯାଉଥିଲା । ଚାଳକ ଜଣକ ଦ୍ରୁତ ଗତିରେ ଯାଉଥିବା ବେଳେ ରାଜୁଲାକଣ୍ଡା ନିକଟରେ ଥିବା ବଙ୍କେଇ ରାସ୍ତାଟି କାଟି ପାରି ନଥିଲେ ଫଳରେ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଇ ଜଙ୍ଗଲ ଭିତରକୁ ପଶି ଯାଇଥିଲା ଗାଡିଟି ।