ଭିନ୍ନକ୍ଷମଙ୍କୁ ମାଡ ଘଟଣାରେ ଦୁଇ ଶିକ୍ଷକଙ୍କ ସମେତ ୫ଗିରଫ

ହାଟଡ଼ିହି, (ଓ୍ବାଇଏନ୍ଏସ୍) : ଜଣେ ଭିନ୍ନକ୍ଷମଙ୍କୁ ମାଡ ମାରିବା ଅଭିଯୋଗରେ ନନ୍ଦିପଦା ପୁଲିସ ଦୁଇଜଣ ଶିକ୍ଷକଙ୍କ ସମେତ ୫ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । ସେମାନେ କରିଥିବା ଅଭିଯୋଗ ଅନୁଯାଇ ଗତ ୯ତାରିଖ ଦିନ ହାଟଡିହି ବ୍ଲକ ଅମୃତପୁର ଗ୍ରାମର ଚିତ୍ତରଞନ ଭୁତିଆ ନାମକ ଜଣେ ଭିନ୍ନକ୍ଷମ ବ୍ୟକ୍ତି ତାଙ୍କ ଗ୍ରାମରେ ଚାଲିଥିବା ମନରେଗା ଯୋଜନା କାର୍ଯ୍ୟକୁ ବିରୋଧ କରିବାରୁ ସେହିଗ୍ରାମର ମକରଧ୍ୱଜ ଭୁତିଆଙ୍କ ୫ଜଣ ବ୍ୟକ୍ତି ମାଡମାରି ଆହତ କରିଥିଲେ । ଏପରିକି ତାଙ୍କୁ ମାଡ ମାରୁଥିବା ସମୟରେ ଆଇତିପୁରର ଗ୍ରାମର ଶରତ ଦାସ ନାମକ ଜଣେ ବ୍ୟକ୍ତି ଆସି ଛଡାଛଡି କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣର ଶୀକାର ହେବାକୁ ପଡିଥିଲା ବୋଲି ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ପୁଲିସ ଏକ୍ଷେତ୍ରରେ କୋହଳ ମନୋଭାବ ପୋଷଣ କରୁଥିବା ନେଇ ଶୁଭ୍ରଜ୍ୟୋତି ଦିବ୍ୟାଙ୍ଗ ସଂଘ ହାଟଡିହି ପକ୍ଷରୁ ଥାନା ଘେରାଉ କରାଯିବା ସହ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ସେହିଦିନ ଆଇତିପୁର ଗ୍ରାମର ତପସ୍ୱିନୀ ଦାସଙ୍କ ଅଭିଯୋଗ କ୍ରମେ ନନ୍ଦିପଦା ପୁଲିସ ଆଉ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା । ଗତକାଲି ନନ୍ଦିପଦା ପୁଲିସ ଅଭିଯୁକ୍ତ ଶିକ୍ଷକ ଗଦାଧର ଦାସ, ଗ୍ରାମପଞ୍ଚାୟତ ହାଇସ୍କୁଲ ଆଇତିପୁର ପ୍ରଧାନ ଶିକ୍ଷକ ନିରଞ୍ଜନ ରାଉତ, ଅମୃତପୁର ଗ୍ରାମର ମକରଧ୍ୱଜ ଭୁତିଆ, ପଞ୍ଚାନନ ଭୁତିଆ, ହରିହର ଭୁତିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୁଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ