ଭୀମ ଭୋଈ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ଶେରଗଡ, (ଅନୀଲ କୁମାର ପଣ୍ଡା):ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଶେରଗଡ ପଞ୍ଚାୟତ ସମିତି ପରିସରରେ ଗୁରୁବାର ଶେରଗଡ ବ୍ଲକ ରେ ଆୟୋଜିତ ଭୀମ ଭୋଈ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର-୨୦୨୫ ଅନୁଷ୍ଠିତ ହୋଈଯାଈଛି। ଶେରଗଡ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଧାଂଶୁ ଶେଖର ତରାଇ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ବ୍ଲକର ୨୨ ଟି ପଞ୍ଚାୟତ ରୁ ଚିହ୍ନଟ ହୋଇ ଆସିଥିବା ୪୬୧ ଜଣ ଭିନ୍ନକ୍ଷମ ମାନଙ୍କ ନାମ ପଞ୍ଜିକରଣ ହୋଇଥିଲା। ଏଥିରେ ବିଭିନ୍ନ ବିଭାଗର ୪ ଜଣ ବିଶେଷଜ୍ଞ ଡାକ୍ତର ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କର ପରୀକ୍ଷା ଓ ଯାଞ୍ଚ କରାଯାଈଥିଲା। ଏଥି ମଧ୍ୟରୁ ୧୦୪ ଜଣ ଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ବେଳେ ୨ ଜଣ ହ୍ବିଲ ଚେୟାର ଏବଂ ୪ ଜଣ ଙ୍କୁ ଟ୍ରାଈ ସାଇକେଲ ପ୍ରଦାନ କରାଯାଇଛି। ଏହି ଭୀମ ଭୋଈ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଅତିରିକ୍ତ ବିଡ଼ିଓ ଙ୍କ ସହ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ,ମାନ୍ୟବର ବିଧାୟକ ଙ୍କ ପ୍ରତିନିଧି ଦିଗାମ୍ବର ନାହାକ, ସିଡିପିଓ ମମତାଞ୍ଜଳି ପଣ୍ଡା, ସାମାଜିକ ସୁରକ୍ଷା ବିଭାଗର ହିସାବ ଅଧିକାରୀ ଭଗବାନ ବେହେରା, ସୁଚିତ୍ରା ସାହୁ ଙ୍କ ସହ ବ୍ଲକର ବିଭାଗର କର୍ମଚାରୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।