ଭୁରକୁଣ୍ଡି ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର ):ଅନୁଷ୍ଠିତବେତନଟୀ ବ୍ଲକ ପୁରିନ୍ଦା ପଂଚାୟତ ଭୁରକୁଣ୍ଡି ଗ୍ରାମରେ ମକର ପର୍ବ ଉପଲକ୍ଷେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି.
ଏହି କାର୍ଯ୍ୟକ୍ରମ ରେ ଛଉ, ଝୁମର ତଥା ମହିଳା ମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା. ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଯୁବସମାଜସେବୀ ତଥା ବିଜୁ ଯୁବ ଜନତା ଦଳର ପୂର୍ବତନ ରାଜ୍ୟ ଉପସଭାପତି ଲଲାଟେନ୍ଦୁ ବେହେରା ଯୋଗଦେଇଥିବା ବେଳେ ସମ୍ମାନନୀତ ଅତିଥି ଭାବେ ଯୁବ ସାମ୍ବାଦିକ ଦିଲ୍ଲୀପ ପାତ୍ର, ପଂଚାୟତ ସମିତି ସଭ୍ୟା ମିନତୀ ଦେବୀ, ଶରତ ମହାନ୍ତ, ବେଣୁଧର ମହାନ୍ତ, ଶିରୀଶ ଚନ୍ଦ୍ର ମହାନ୍ତ, ଅଜିତ ମହାନ୍ତ, ତ୍ରିନାଥ ମହାନ୍ତ, ବିଜୁ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ. ମୟୁରଭଞ୍ଜର ଲୋକପ୍ରିୟ ଛଉ ଏବଂ ଝୁମର ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା. ଶେଷରେ ମୁଖ୍ୟଅତିଥି ଲଲାଟେନ୍ଦୁ ବେହେରା ତାଙ୍କ ଅଭିଭାଷଣ ରେ ମୟୁରଭଞ୍ଜ ର ଲୋକକଳା କୁ ବଞ୍ଚାଇ ରଖି ଏହି ଭଳି କାର୍ଯ୍ୟକ୍ରମ କରିଥିବାରୁ ସ୍ଥାନୀୟ ଆୟୋଜକ ମାନଙ୍କୁ ପ୍ରଶଂସା କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ