ଭୋଟର ସଚେତନତା ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
କରଞ୍ଜିଆ,(ଜିତେନ୍ଦ୍ର ରାଜ):ମୁଖ୍ୟ ନିର୍ବାଚନ କମିଶନ ଭାରତଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ଦେଶରେ ଅକ୍ଟୋବର ୨୮ତାରିଖକୁ ଭୋଟର ସଚେତନତା ଦିବସ ରୁପେ ପାଳନ କରାଯିବା ପରିପ୍ରେକ୍ଷୀରେ ମୁଖ୍ୟ ନିର୍ବାଚନ କମିଶନ ଓଡ଼ିଶା ଆନୁକୁଲ୍ୟରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦଙ୍କ ନେତୃତ୍ୱରେ ଉକ୍ତ ଦିବସ ରେ ସଂକ୍ଷିପ୍ତ ଭୋଟରତାଲିକା ସଂଶୋଧନ ୨ ନିମନ୍ତେ ସଚେତନତା କରାଯାଇଛି। ସକାଳ ୮.୩୦ରେ ସଚେତନତା ପଦସୋଭାଯାତ୍ରାକୁ ଉପଜିଲ୍ଲାପାଳ ଚାନ୍ଦ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ବିଭିନ୍ନ ସଂଦେଶ ପତ୍ର ଏବଂ ସ୍ଲୋଗାନ ମାଧ୍ୟମରେ ଜନସାଧାରଣଙ୍କୁ ଭୋଟଦାନ ମାଧ୍ୟମରେ ନିଜର ଅଧିକାର ଏବଂ ଭୋଟରତାଲିକା ସଂଶୋଧନ ନିମନ୍ତେ ସୂଚନା ଦିଆଯାଇଛି। ଉକ୍ତ ପଦସୋଭାଯାତ୍ରା ରେ ଉପଜିଲ୍ଲାପାଳ ଚାନ୍ଦଙ୍କ ସହ ସହକାରୀ ଜିଲ୍ଲାପାଳ ପ୍ରକାଶ କୁମାର ଦାସ, ରଶ୍ମିତା ଜେନା, ସହକାରୀ ଉପଜିଲ୍ଲାପାଳ ନିହାର ରଞ୍ଜନ ସେଠୀ ପ୍ରମୁଖଙ୍କ ସହ ସରକାରୀ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଶାମିଲ ହୋଇଥିଲେ ପରେ ରାଜସ୍ୱ ବିଶ୍ରାମାଗାର ନିକଟସ୍ଥ ମଞ୍ଚରେ ସହରର ସୁନାମଧନ୍ୟ ନୃତ୍ୟ ଅନୁଷ୍ଠାନର କଳାକାରଙ୍କ ଦ୍ଵାରା ମତଦାନ ସଚେତନତା ବାବଦରେ ନୃତ୍ୟ ପରିବେଷଣ କରାଯାଇଥିଲା। ନୃତ୍ୟକଳାକାରଙ୍କୁ ଉପଜିଲ୍ଲାପାଳ ଚାନ୍ଦ୍ ପୁରସ୍କୃତ କରି ଉତ୍ସାହିଥ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ବରିଷ୍ଠ ସେକ୍ସନ ଅଫିସର ଦୀନେଶ କୁମାର ସାହୁ, ଧିରେନ କୁମାର ଭୋଇ, ବରିଷ୍ଠ ରେଭିନ୍ୟୁ ସହକାରୀ ଦିଲୀପ କୁମାର ପଲେଇ, ସହକାରୀ ସୁମେଶ କୁମାର ମହାନ୍ତ, ରାଜେନ୍ଦ୍ର ଚୌଧୁରୀ ପ୍ରମୁଖ ଆୟୋଜନ ଏବଂ ପରିଚାଳନା କରିଥିବା ବେଳେ ସହକାରୀ ଜିଲ୍ଲାପାଳ ନୀହାର ରଞ୍ଜନ ସେଠୀ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ଅନେକ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ହୋଇଥିଲେ।