ମଛେନ୍ଦ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହାଲକ୍ଷ୍ମୀ ଏକାଦଶ କ୍ରିକେଟ କ୍ଳବ ୧୬ ରନରେ ବିଜୟୀ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ଇଗଲ କ୍ରିକେଟ କ୍ଳବ ଆନୁକୂଲ୍ୟରେ ସ୍ଥାନୀୟ ପୌରାଞ୍ଚଳ ମିନି ଷ୍ଟାଡିୟମ ପରିସରେ ମଛେନ୍ଦ୍ର ସ୍ମ।।ରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୨ୟ ଲିଗ ମ୍ୟାଚ୍ ବୁଧବାର ଡେଲିସିଅସ୍ କ୍ରିକେଟ କ୍ଳବ, ଚେରମରିଆ ଓ ମହାଲକ୍ଷ୍ମୀ ଏକାଦଶ କ୍ରିକେଟ କ୍ଳବ, ଚାରିଛକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ଚାରିଛକ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ ହରାଇ ୨୧୩ ରନ୍ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ତୁଳସୀ ରେଡ୍ଡି ସର୍ବାଧିକ ୪୨ଟି ବଲରୁ ୭୭ରନ୍ ସଂଗ୍ରହ କରିଥିଲେ । ଜବାବରେ ବିପକ୍ଷ ଚେରମାିଆ ଦଳ ନିର୍ଦ୍ଧାରିତ ଓଭରରେ ୯ଟି ୱିକେଟ ହରାଇ ୧୯୬ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଦଳ ପକ୍ଷରୁ ପୁର୍ଣ୍ଣ ବିଷୋୟୀ ସର୍ବାଧିକ ୩୦ଟି ବଲରୁ ୪୧ ରନ୍ ସଂଗ୍ରହ କରିଥିଲେ । ଫଳରେ ମହାଲକ୍ଷ୍ମୀ ଏକାଦଶ କ୍ରିକେଟ କ୍ଳବ ୧୬ ରନରେ ବିଜୟ ଲାଭ କରିଥିଲା । ବିଜୟୀ ଦଳ ପକ୍ଷରୁ ବିକାଶ ୪ ଓଭର ବୋଲିଂ କରି ୨୦ରନ୍ ବିନିମୟରେ ୪ଟି ଓ୍ବିକେଟ ହାସଲ କରିଥିବାରୁ ଶ୍ରେଷ୍ଠ ଖେଳାଳୀ ଭାବେ ବିବେଚିତ କରାଯାଇଥିଲା । ଅତିଥି ଭାବେ ଚିଣ୍ଟୁ ସେନାପତି ଯୋଗଦେଇ ଶ୍ରେଷ୍ଠ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ । ଆମ୍ପାୟର ଭାବେ ଶ୍ରୀତମ ପ୍ରଧାନ ଓ ପ୍ରଶାନ୍ତ ପାଢି ଖେଳ ପରିଚାଳନା କରୁଥିଲେ । ରଜତ ପ୍ରଧନ ଧାରା ବିବରଣୀ ପ୍ରଦାନ କରୁଥିବା ବେଳେ ସ୍କୋରର ଥିଲେ କାହ୍ନା ସାବତ । ଚନ୍ଦନ ସାବତ, ସୁକାନ୍ତ ପାତ୍ର, ମଳୟ, ଜିତୁ, ଉମା, ଟିକୁତପନ, ସୁରଜ, ସିମାଞ୍ଚଳ, ପ୍ରଶାନ୍ତ ପ୍ରମୁଖ ସହଯୋଗ କରିଥିଲେ ।
ଫଟୋ- ଅତିଥିଙ୍କ ଦ୍ୱାରା ଶ୍ରେଷ୍ଠ ଖେଳାଳୀଙ୍କୁ ପୁରସ୍କାର ପ୍ରଦାନ