ମଠଡିହ ନୋଡାଲ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ସମାରୋହ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମଠଡିହ ନୋଡାଲ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବନିତା ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଭାବେ ଆଖଣ୍ଡଳମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିହାର ରଞ୍ଜନ କର, ମୁଖ୍ୟ ବକ୍ତା ଭାବେ ଜିଲା ସ୍କାଉଟ କମିଶନର ତଥା ମୁରଲୀଧର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ହୋତା, ସମ୍ମାନିତ ଅତିଥି ଭାବେ ଧୂଷୁରୀ ଥାନା ଅଧିକାରୀ ଶାନ୍ତନୁ କୁମାର ଜେନା, ପୂର୍ବତନ ସରପଞ୍ଚ କିଶୋର ନାୟକ, ଭଦ୍ରକ ଜିଲା ଓଷ୍ଟା କାର୍ଯ୍ୟକାରୀ ସଭାପତି ଅନିଲ କୁମାର ମିଶ୍ର, ଜିଲା ଓଷ୍ଟା ସମ୍ପାଦକ ପ୍ରଭାତ କୁମାର ପାଣିଗ୍ରାହୀ, ପଞ୍ଚସଖା ଶିକ୍ଷା ସେତୁ କମିଟି ଅଧ୍ୟକ୍ଷ ଦୀପ୍ତି ରଞ୍ଜନ ନାୟକ, ବିଦ୍ୟାଳୟ ଶିକ୍ଷା ପରିଚାଳନା କମିଟି ସଭାପତି ଅମରେନ୍ଦ୍ର ବିଶ୍ବାଳ, ସିଆରସିସି ଦୀଲିପ ଶେଖର ନାୟକ, ଧୂଷୁରୀ ପ୍ରେସ ୟୁନିୟନ ସଭାପତି ସନ୍ତୋଷ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଠଦିହ ନୋଡାଲ ଉଚ୍ଚ ବିଦ୍ୟାଳୟର ନାଆଁ ସାରା ଜିଲ୍ଲାରେ ମହକୁଛି ବୋଲି କହିଥିଲେ । ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରା ଯାଇଥିଲା । ବରିଷ୍ଠ ଶିକ୍ଷକ ରଞ୍ଜୀବ କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ମିନତି ଲତା ପାକଳ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷା କର୍ମଚାରୀ, ପଞ୍ଚସଖା ଶିକ୍ଷା ସେତୁ କମିଟି, ବିଦ୍ୟାଳୟ ଶିକ୍ଷା ପରିଚାଳନା କମିଟିର ସଭ୍ୟା ସଭ୍ୟ ବାର୍ଷିକ କ୍ରୀଡା ଉତ୍ସବରେ ଉପସ୍ଥିତ ରହି ସହଯୋଗ କରିଥିଲେ । ପରେ ଛାତ୍ରଛାତ୍ରୀଙ୍କ ଦ୍ନାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ