ମତ୍ସ୍ୟଜୀବୀଙ୍କୁ ଜାଲ ଡ଼ଙ୍ଗା ଓ ଲାଇଫ ଜ୍ୟାକେଟ ପ୍ରଦାନ
ଚିତ୍ରକୋଣ୍ଡା,(ବିମଲ କିଶୋର ମିଶ୍ର):ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ବାଲିମେଳା ଡ୍ୟାମରେ ମାଛ ଧରି ସହ ସହ ପରିବାରର ଗୁଜୁରାଣ ମେଣ୍ଟାଉ ଥିବା ବେଳେ ଏହି ମତ୍ସ୍ୟଜୀବୀ ମାନଙ୍କବିକାଶ ପାଇଁ ରାଜ୍ୟ ସରକାର ନେଉଛନ୍ତି ପଦକ୍ଷେପ। ଏହି କ୍ରମରେ ବୁଧବାର ଦିନ ସାଂସଦ ବଳଭଦ୍ରମାଝି, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ, ଜିଲ୍ଲାପରିଷଦ ସଦସ୍ୟ ଓ ବିନତି ଖିଲ ଡ୍ୟାମ ନିକଟରେ ପହଞ୍ଚି ସେଠାରେ ମତ୍ସ୍ୟଜୀବୀ ମାନଙ୍କୁ ୪୦ଟି ଡଙ୍ଗା, ୧୫୦ଟି ମାଛ ଧରା ଜାଲ, ୮୦ଟି ଲାଇଫ ଜ୍ୟାକେଟ ପ୍ରଦାନ କରିବା ସହ ସୁରକ୍ଷିତ ଭାବେ ମାଛ ଧରିବାକୁ ପରାମର୍ଶ ଦେଇଛନ୍ତି ମାଝୀ । ସରକାରଙ୍କ ପକ୍ଷରୁ ଏପରି ସହାୟତା ପ୍ରଦାନ ଫଳରେ ମତ୍ସ୍ୟଜୀବୀଙ୍କ ମୁହଁରେ ହସ ଫୁଟାଇବା ସହ ସେମାନେ ଖୁସି ବ୍ୟକ୍ତକରିଛନ୍ତି.