ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଦାଇତ୍ବ ନେଲେ ସତ୍ୟବାଦୀ ତହସିଲଦାର
ସାକ୍ଷୀଗୋପାଳ,(ୱାଇ ଏନ ଏସ): ସାକ୍ଷୀଗୋପାଳ ମନ୍ଦିର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ସତ୍ୟବାଦୀ ତହସିଲଦାର ତଥା ମନ୍ଦିର ପରିଚାଳନା କମିଟି ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟି ସନ୍ତୋଷ ପାଣିଗ୍ରାହୀ ଦାୟିତ୍ବ ଗ୍ରହଣ କରିଛନ୍ତି। ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟାଳୟରେ ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ବାସୀ ତ୍ରିପାଠୀ ଙ୍କ ଠାରୁ ଠାକୁରଙ୍କ ବ୍ୟାଙ୍କ ଜମା ପାସବୁକ୍, ଚେକ୍ ବୁକ୍ ,ସ୍ଥାୟୀ ଜମା, ପ୍ରପର୍ଟି ରେଜିଷ୍ଟର, ରାଜସ୍ବ ରେକର୍ଡ, ପାର୍କିଙ୍ଗ, ବିବିଧ ଆୟ ରସିଦ ଏବଂ ରେଜିଷ୍ଟର ସହ ଟ୍ରେଜେରି ନିଜ ହେପାଜତକୁ ନେଇଥିଲେ। ପୂର୍ବତନ କାର୍ଯ୍ୟନିର୍ବାହୀ ପାଖରେ ରଖିଥିବା ପାଣ୍ଠିରୁ ସେବାୟତ ମାନଙ୍କୁ ପାଉଣା ପ୍ରଦାନ କରିବାପରେ ବଳକା ନଗଦ ଅର୍ଥ ରାଶି ସେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ରବିବାର ବୁଝାଇ ଦେବାକୁ ସ୍ଥିରୀକୃତ ହୋଇଛି। ଠାକୁରଙ୍କ ରତ୍ନ ଭଣ୍ଡାର ଇତ୍ୟାଦି ଅବଶିଷ୍ଟ ଦାୟିତ୍ବ ଦେବୋତ୍ତର ବିଭାଗ ନିରୀକ୍ଷକ ଙ୍କ ଉପସ୍ଥିତି ରେ ଖୁବଶୀଘ୍ର କରାଯିବ ବୋଲି ଠାକୁରଙ୍କୁ ଦର୍ଶନ କରି ଆଶିଷ ନେଇ ତହସିଲଦାର ଶ୍ରୀ ପାଣିଗ୍ରାହୀ କହିଛନ୍ତି। ସ୍ଥାନୀୟ ଜନସାଧାରଣ, ଶ୍ରଦ୍ଧାଳୁ, ସେବାୟତ ଙ୍କ ସହଯୋଗ କାମନା କରି ସେ ସାକ୍ଷୀଗୋପାଳ ମନ୍ଦିରର ଉତ୍ତମ ପରିଚାଳନା ଓ ଉନ୍ନୟନ ହୋଇପାରିବ ନେଇ ଆଶା ରଖିଛନ୍ତି। ନିଲମ୍ବିତ ହୋଇଥିବା କାର୍ଯ୍ୟନିର୍ବାହୀ କାର୍ଯ୍ୟାଳୟରେ ଆସି ବସିବା ଓ ଭଡାଦାର ମାନଙ୍କୁ ଭଡ଼ା ଦେବାକୁ କହୁଥିବା ଅଭିଯୋଗକୁ ସ୍ପଷ୍ଟ କରି ତହସିଲଦାର କହିଛନ୍ତି, ତାଙ୍କ ସମୟର ବାକି ରହିଥିବା କ୍ୟାସବୁକ କାମ କରିବାକୁ ସେ କେବଳ ଅଫିସ ଆସିବେ। ସୂଚନାଯୋଗ୍ୟ କି, ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଯୋଗୁ ସହକାରୀ ଦେବୋତ୍ତର କମିଶନରଙ୍କ ଆଦେଶ କ୍ରମେ ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ବବାସୀ ତ୍ରିପାଠୀ ଙ୍କୁ ଗତ ୨୬ ତାରିଖ ରେ ନିଲମ୍ବନ କରାଯାଇଥିଲା।