ମନ କିଣିଲା ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ସ୍ଥିତ ଘୁମୁସର ସରକାରୀ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-2024 ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ବ୍ଳକ୍ ର ସମସ୍ତ ଏଗାରଟି କ୍ଳଷ୍ଟର୍ ରୁ ମନୋନୀତ ହୋଇ ଆସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଶାର ଲୋକକଳା ସମ୍ପର୍କରେ ପ୍ରବନ୍ଧ, ବକ୍ତୃତା, ବିତର୍କ, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ନୃତ୍ୟ ଭଳି ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ଜିଲ୍ଳା ସ୍ତରୀୟ ପ୍ରତିଯୋଗିତା ପାଇଁ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଥିଲା I ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ବେଲଗୁଣ୍ଠା କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ଭର ମହାପାତ୍ର, ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ, ଜଗନ୍ନାଥପ୍ରସାଦ ଗୋଷ୍ଠୀ ଶିକ୍ଷା ଅଧିକାରୀ କଲ୍ୟାଣୀ ପାଢୀ, ପ୍ରଧାନ ଶିକ୍ଷୟିତ୍ରୀ ଲୋପାମୁଦ୍ରା ରଥ, ପ୍ରତିମା ମହାରଣା, ଗାୟତ୍ରୀ ମିଶ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଗୋବିନ୍ଦ ଚନ୍ଦ୍ର ପାଢୀ, ପ୍ରତିଭା ରଥ, ଭାଗ୍ୟଲତା ପ୍ରଧାନ ପ୍ରମୁଖ ଯୋଗ ଦେଇ ସୁରଭି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଆତ୍ମ ବିଶ୍ୱାସ ବୃଦ୍ଧି କରିବା ସହ ଚଳିତ ବର୍ଷ ଓଡ଼ିଶାର ଲୋକକଳା ସମ୍ପର୍କିତ ସୁରଭି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମନରେ ଲୋକକଳା ପ୍ରତି ଭଲ ପାଇବା ସୃଷ୍ଟି କରିପାରିବ ବୋଲି ପ୍ରକାଶ କରିଥିଲେ I ବିଭିନ୍ନ ପ୍ରତିଯୋଗିତା ତଥା
ଚିତ୍ରାଙ୍କନରେ ଶ୍ରଦ୍ଧାଞ୍ଜଳି ସାହୁ, ଚିତ୍ରାଙ୍କନରେ ରୋହନ୍ କୁମାର ଲେଙ୍କା, ରୁଦ୍ର ନାରାୟଣ ପଣ୍ଡା,ଖୁସି ଗୌଡ଼, ସୁପ୍ରିୟା ନାୟକ, କୁଇଜ୍ରେ ଆଶୁତୋଷ ମହାପାତ୍ର, ମନୀଷ କୁମାର ପଣ୍ଡା, ପ୍ରତିକ୍ଷା ମହାରଣା, ଶୁଭସ୍ମିତା ପରିଡ଼ା, ସୃଜନଶୀଳ ଲିଖନରେ ଲିପ୍ସା ବିଶ୍ୱାଳ, ପ୍ରାଚୀ ପ୍ରସାଦ, ବକ୍ତୃତାରେ ବର୍ଷା ପୋଲାଇ, ଅନିତା ପ୍ରଧାନ, ଶ୍ରୁତି ଲତା ବେହେରା, ସଙ୍ଗୀତରେ ବଳଭଦ୍ର ବରାଡ, ସ୍ମୃତି ରେଖା ସାହୁ, ସ୍ମୃତି ରେଖା ତ୍ରୀପାଠୀ, ସ୍ମୃତି ସ୍ୱାଇଁ, ଶ୍ରଦ୍ଧାଞ୍ଜଳି ସାହୁ, ଶ୍ରୁତଲିଖନରେ ତୃପ୍ତିମୟୀ ପ୍ରଧାନ, ବିତର୍କରେ ରଶ୍ମି ନାୟକ, ପ୍ରିନ୍ସ ପ୍ରଭାତ ସ୍ୱାଇଁ, ପ୍ରବନ୍ଧରେ ମଧୁସ୍ମିତା ସାହୁ, ନରେଶ ଲେଙ୍କା, ଚିତ୍ରକଳା ଶିଳ୍ପ କଳାରେ ସଲୋନ ପ୍ରିୟା ପ୍ରଧାନ, ମାନସ ମହାରଣାଙ୍କ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀମାନେ ଜିଲ୍ଳା ସ୍ତରୀୟ ସୁରଭି ପାଇଁ ମନୋନୀତ ହୋଇଥିଲେ I ଛାତ୍ରଛତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ଲୋକ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ଏହା ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅତିଥୀଙ୍କ ମନ କିଣି ନେଇଥିଲା I ଶିକ୍ଷକ ଛାୟାକାନ୍ତ ମହାପାତ୍ର ଏବଂ ପୂର୍ଣ୍ଣଚନ୍ଦ୍ର ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକ, ସନିତ୍ ଜେନା, ରଞ୍ଜିତ୍ ସାହୁ, ମନୋଜ ପଟ୍ଟନାୟକ, ମୃତ୍ୟୁଞ୍ଜୟ ପଣ୍ଡା, ରମେଶ ଚନ୍ଦ୍ର ପାଣିଗ୍ରାହୀ, ସୁକାନ୍ତ ନାୟକ ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ I ସିଆରସିସି ହରେକୃଷ୍ନ ଶତପଥୀ, ପ୍ରଶାନ୍ତ ପଟ୍ଟନାୟକ, ଜିତେନ୍ଦ୍ର ସାହୁ, ଅନନ୍ତ ସେଠୀ, ସୁଧୀର ତ୍ରୀପାଠୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ