ମରୁଡି ଗସ୍ତ ଚାଷୀ ମାନଙ୍କୁ ଫସଲ ବିମା ଯୋଜନା କମ୍ପାନୀ ର ଅଣଦେଖା
ଭବାନୀପାଟଣା, (ମାଧବ ସାହୁ):କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକସ୍ଥ ଗ୍ରାମପଞ୍ଚାୟତ ଉଛୁଲା, ଆଇଁଲି ମଖଲା ଗ୍ରାମକୁ ୨୦୨୩ ମସିହା ର ଖରିଫ ଧାନ ମରୁଡି ଫସଲ ବିମା ନ ମିଳିବାରୁ ଆବେଦନ ପତ୍ର ବିଗତ ଦିନରେ ଉଛୁଲା, ମଖଲା, ଆଇଁଲି ଗ୍ରାମ ପଞ୍ଚାୟତ ର ଚାଷୀ ମାନେ ଫସଲ ବିମା ଯୋଜନା କରିଥିଲେ ଏବଂ ଧାନ ଚାଷ ସବୁ ମରୁଡି ହୋଇଯାଇଥିଲା ଏବଂ କ୍ରପ କଟିଙ୍ଗ ମଧ୍ୟ ସରିଥିଲା ! ଏବଂ ବହୁତ ଦିନ ବିତି ଯାଇଛି ମାତ୍ର ଏ ପର୍ଯ୍ୟନ୍ତ ଚାଷୀ ଭାଇ ମାନଙ୍କୁ ବିମା ଟଙ୍କା ମିଳି ପାରିଲା ନାହିଁ ! ଏବଂ ମରୁଡି ଘୋଷିତ ହେବା ପରେ ଧାନ ବିକ୍ରି ହୋଇ ନ ଥିଲା ! ଏବଂ ଏହାର ତଦାରଖ ପାଇ ଜିଲ୍ଲାପାଳ, ବିଡିଓ, ତହସିଲଦାର, ମଧ୍ୟ ସେ ଜାଗାକୁ ତଦାରଖ ପାଇଁ ଯାଇଥିଲେ ! ଏବଂ ପ୍ରତିଶୃତି ମଧ୍ୟ ଦେଇଥିଲେ ବିମା ଟଙ୍କା ସମସ୍ତଙ୍କୁ ମିଳିବ ଏବଂ କମ୍ପାନୀ ମାନଙ୍କ ସହିତ କଥାବାର୍ତା ହୋଇ କି ଟଙ୍କା ସମସ୍ତଙ୍କୁ ଦିଆଯିବ ! ମାତ୍ର ଆଜି ପର୍ଯ୍ୟନ୍ତ ଟଙ୍କା ମିଳି ପାରିଲା ନାହିଁ ! ଏବଂ ବହୁତ ସମୟ ବିତି ଯାଇ ଥିବାରୁ ଆଜି ଚାଷୀ ଭାଇ ମାନେ ଶ୍ରୀମାନ ଜିଲ୍ଲାପାଳ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି ଏବଂ ଲିଖିତ ଆକାର ରେ ଆବେଦନ ପତ୍ର ଦେଇଛନ୍ତି ! ଆଗାମୀ ଦିନରେ ଚାଷୀ ମାନଙ୍କୁ କେବେ ତାଙ୍କ ର ବିମା ରାଶି ମିଳିବ ଦେଖିବାକୁ ବାକି ରହିଲା ଏବଂ ଆଗାମୀ ଦିନରେ ଜଣାପଡିବ ! ଏବଂ ଆଗାମୀ ଦିନରେ ବିମା ରାଶି ନ ମିଳିଲେ ସମସ୍ତ ଚାଷୀ ଭାଇ ମାନେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଦେବେ ବୋଲି ମତ ଦେଇଥିଲେ !