ମରୈଗାଁ, ଡଅଁର ସମବାୟ ସମିତିରେ ଧାନ ମଣ୍ଡିର ଶୁଭାରମ୍ଭ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକର ଆଜି ୨୦ ତାରିଖ ରେ ମରୈଗାଁ,, ଡଅଁର ସମବାୟ ସମିତିର ଧାନ ମଣ୍ଡିର ଶୁଭାରମ୍ଭ ହୋଇଛି । ମରୈଗାଁ ସମବାୟ ସମିତିରେ ଧାନ ମଣ୍ଡିର ଶ୍ରବାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆନନ୍ଦପୁର ଉପଜିଲାପାଳ ଫାଲଗୁନି ମାଝୀ ଯୋଗ ଦେଇଥିବାବେଳେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତି ମହେଶ୍ବର ସାହୁ, ଡିଆରସିଏସ ଶୁଭକାନ୍ତି ଜୁଆଙ୍ଗ, ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ଏଆରସିଏସ ବିକାଶ କୁମାର ନାୟକ, ସହକାରୀ ଏଆରସି ଏସ ରାମଚନ୍ଦ୍ର ବିଶ୍ଵାଳ, ସାସଂଦ ପ୍ରତିନିଧ ଜ୍ଞାନ ରଞନ ସାମନ୍ତ ସିଂହାର, ହରମୋହନ ଶାସିନି ସମିତିର ସଭାପତି ଜଳଧର ମହାପାତ୍ର, ଯୋଗାଣ ଅଧିକାରୀ ସତ୍ୟ ନାରାୟଣ ପଟ୍ଟନାୟକ, ଏସିଏସଓ ଶିବ ପ୍ରସାବ ଶ୍ରୀଚନ୍ଦନ . ଅତିରିକ୍ତ ଉପଜିଲାପାଳ ପ୍ରମୁଖ ଉପସ୍ଥିତ ରହି ଧାନ ମଣ୍ଡିର ଶୁଭାରମ୍ଭ କରିଥିଲେ । ଏଫକ୍ୟୁ ମାନର ଚାଷୀ ଧାନ ଦେଲେ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ମିଳିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ସମୟରେ ଚାଷି ରେଖା ବାସ, ଶ୍ରୀକୃଷ୍ଣ, ସଡଙ୍ଗୀ, କାଶିନାଥ ଘଡେଇ, କାଶୀନାଥ ସେନାପତି, କୃଷ୍ଣଚନ୍ଦ୍ର ପଣ୍ଡା ଆଦି ଧାନ ଦେଇ ଶୁଭାରମ୍ଭ କରିଥିଲେ । ଏହି ଚାଷୀ ମାନଙ୍କ ଧାନର ମନକୁ ପରୀକ୍ଷା କରାଯାଇଥିଲା। ସମତିର ସମ୍ପାଦକ ଶତର କୁମାର ସେଠୀ କାର୍ଯ୍ୟକ୍ରମ ପରିଚାଳନା ଓ ସଂଯୋଜନା କରିଥିଲେ । ଏହି ସମୟରେ ସମିତି ଅଧୁନରେ ଥିବା ଗାଁ ରୁ ବହୁ ଚାଷୀ ଓ ସମିତିର ସଦସ୍ୟମାନେ ଉପସ୍ଥିତ ରହିଥିଲେ । ଏହି ସମୟରେ ସାରଙ୍ଗ ଧର ରାଇସମିଲ, ମା ମାଧୋଇ ରାଇସି ମିଲ, ଲକ୍ଷ୍ମୀ ନୀରୟଣ ରାଇସ ମିଲର ପ୍ରତିନିଧି ମାନେ ମଧ୍ଯ ଉପସ୍ଥିତ ରହିଥିଲେ । ସେହିପରି ଡଅଁର ସମବାୟ ସମିତିର ଧାନମଣ୍ଡିର ଶୁଭାରମ୍ଭ ହୋଇଛି । ସମବାୟ ସମିତିର ସମ୍ପାଦକ ଉମାକାନ୍ତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଭାପତି ଅକ୍ଷୟ ଧଳ, ଉପସଭାପତି ଲକ୍ଷ୍ମୀପିୟା ନାୟକ ପ୍ରମୁଖ ଉପସ୍ଥିତ ରହି ଧାନ ମଣ୍ଡିର ଶୁଭାରମ୍ଭ କରିଥିଲେ । ଏହି ସମୟରେ ହୀରାବତି ବାସ, ପ୍ରେମଲତା ସାହାଣି ପଦ୍ମନାଭ ବାସ, ତପନ ଜେନା, ଅମୂଲ୍ୟ ଦାସ, କବିନ୍ଦ୍ର ସାହୁ, ମନୋଜ କୁମାର ପଟ୍ଟନାୟକ, ବିନୋଦ କୁମାର ମାଝୀ, ଗଂଗାଧର ସାହୁ ଚାଷୀ ଧାନ ଦେଇ ଶୁଭାରମ୍ଭ କରିଥିଲେ । କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ମଣ୍ଡି ପରିଦର୍ଷନ କରି ଚାଷୀ ଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ନୂତନ ପଦ୍ଧତିରେ ଚାଷୀମାନେ ଧାନ ବିକିବାରେ ନାନା ସମସ୍ୟା ଭୋଗିବେ ବୋଲି ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ