ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ

ସୋରଡ଼ା,(ରଜନୀକାନ୍ତ ମହାପାତ୍ର): ଗଞ୍ଜାମ ଜିଲ୍ଲା, ସୋରଡ଼ା ବ୍ଲକ ବାଦୁଆ ଆଦିବାସୀ ଗ୍ରାମରେ ବୀର ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଚାଷୀ ମୂଲିଆ ସଂଘ, ଓଡିଶା ସୋରଡ଼ା ବ୍ଲକ କମିଟି ସାଥୀ ମହୋନ ମଳିକଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି। ଏହି ଜୟନ୍ତୀରେ ରାଜ୍ୟ କମିଟି ସଦସ୍ୟ ସାଥୀ ନିରାକାର ନାୟକ ଯୋଗଦେଇ ବକ୍ତବ୍ୟରେ କହିଲେ ଯେ,ଭାରତରେ ଭଗତ ସିଂ, ସୁଖଦେବ, ରାଜଗୁରୁ, ଚନ୍ଦ୍ରଶେଖର ଆଜାଦ, ବଟୁକେଶ୍ୱର ଦତ୍ତ ଭଳି ହଜାର ହଜାର ଯୁବକ ମାନେ ବ୍ରିଟିଶ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ କରୁଥିବା ବେଳେ ଓଡ଼ିଶାରେ ମଧ୍ୟ ତାର ପ୍ରଭାବ ଦେଖିବାକୁ ମିଳିଥିଲା। କୋରାପୁଟ ଜିଲ୍ଲାର ବଣ ପାହାଡ଼ ଅଂଚଳର ଆଦିବାସୀ ଯୁବକ ବୀର ଲଷ୍ମଣ ନାୟକ ଅହିଂସା ରାସ୍ତାରେ ଲଢେଇ କରିଥିଲେ। ହଜାର ହଜାର ଆଦିବାସୀଙ୍କ ସମବେତରେ କୋରାପୁଟ ଜିଲ୍ଲାର ମାଥିଲି ଥାନା ଘେରାଓ କରିଥିଲେ। ବ୍ରିଟିଶ କୁ ଟିକସ ଦେବାନାହିଁ, ବେଠି ବେଗାରୀ କରିବା ନାହିଁ, ଜଳ ଜମିର ସୁରକ୍ଷା କରିବା ଆଦି ଦାବି ନେଇ ଭାରତ ଛାଡ଼ ଆନ୍ଦୋଳନରେ ନିଜକୁ ଝାସ ଦେଇଥିଲେ ବୋଲି ଆଲୋଚନା ହୋଇଥିଲା। ଏକ ମିଥ୍ୟା କେଶରେ ଲକ୍ଷ୍ମଣ ନାୟକଙ୍କୁ ବ୍ରହ୍ମପୁର ଜେଲରେ ୨୯ ମାର୍ଚ୍ଚ ୧୯୪୩ ମସିହାରେ ଫାସୀ ଦିଆଯାଇ ଥିଲା। ଆଜି ମଧ୍ୟ ଓଡ଼ିଶା ସରକାର ଶହୀଦ ଲକ୍ଷ୍ମଣ ନାୟକ ଙ୍କ ଶହୀଦ ଓ ଜନ୍ମ ଦିବସ ପାଳନ କରି ଆସୁଥିଲେ ସୁଦ୍ଧା ଲକ୍ଷ୍ମଣ ନାୟକ ଯେଉଁ ସ୍ବପ୍ନ ଦେଖିଥିଲେ ତାକୁ ସାକାର କରିନାହାନ୍ତି। ଆଜି ସ୍ୱାଧୀନ ଭାରତରେ ଆଦିବାସୀ ଲୋକେ ଆମ୍ବ ଟାକୁଆ ଖାଇ ଜୀବନ ହରାଇବାକୁ ବାଧ୍ୟ ହେଉଛନ୍ତି। ଗରିବ କୃଷକ, କ୍ଷେତମଜଦୂର, ଆଦିବାସୀ ଓ ଦଳିତ ମାନଙ୍କ ଉପରେ ନିର୍ଯ୍ୟାତନା ଓ ଶୋଷଣ ବିରୁଦ୍ଧରେ ଲଢେଇ କରି ସହିଦତ୍ୱ ପ୍ରାପ୍ତ କରିଥିବା ଲକ୍ଷ୍ମଣ ନାୟକ ଚୀର ସ୍ମରଣୀୟ l କେବଳ ବ୍ରିଟିଶ ସମ୍ରାଜ୍ୟବାଦର ଅନ୍ତ ନୁହଁ, ଦେଶରୁ ସବୁଦିନ ପାଇଁ ସମସ୍ତ ପ୍ରକାର ଅନ୍ୟାୟ, ଶୋଷଣ, ଜୁଲୁମର ବିଲୋପ ଘଟୁ,ଅନ୍ଧ ବିଶ୍ୱାସ, କୁସଂସ୍କାରର ପତନ ହେଉ, ଏହା ହିଁ ଥିଲା ବୀର ଲକ୍ଷ୍ମଣ ନାୟକଙ୍କ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବଳିଷ୍ଠ ଭୂମିକା l ଆଜିର ପରିସ୍ଥିତିରେ ଜମି, ଜଳ, ଜଙ୍ଗଲ, ଖଣି ତଥା ସମସ୍ତ ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ଜଙ୍ଗଲରେ ବାସ କରୁଥିବା ଆଦିବାସୀଙ୍କ ଅଧିକାରର ଲଢେଇ ପାଇଁ ଶହୀଦ ଲକ୍ଷ୍ମଣ ନାୟକ ଜଣେ ଅନ୍ୟତମ ଯୁଗାନ୍ତକାରୀ ବ୍ୟକ୍ତିତ୍ୱ ଭାବେ ପ୍ରେରଣାର ଉଚ୍ଛ ବୋଲି ଉପସ୍ଥିତ ଆଦିବାସୀ ଭାଇ ଓ ଭଉଣୀ ମାନେ ନିଜ ନିଜ ବକ୍ତବ୍ୟ ରେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ