ମହାସମାରୋହରେ ୮୨ତମ କାଳୀ ପୂଜା ସମ୍ପନ୍ନ
ବରଗଡ଼, (ଯୁଗାବ୍ଦ ନ୍ୟୁଜ):ଦିର୍ଘ ଶାତ ଦିନ ଧରି ଅନୁଷ୍ଠିତ ବାର୍ଷିକ ପୂଜା ମହୋତ୍ସବ ଅନ୍ତିମ ଦିବସରେ ମାଁଙ୍କ ଅନ୍ନପୁର୍ଣ୍ଣା ବେଶ, ଉପଚାର ପୂଜା, । କାଳୀ ପୂଜା ଅବସରରେ ପ୍ରତ୍ୟହ ବିହିତ ପୂଜା ସହିତ ସୂର୍ଯ୍ୟପୂଜା, ଘଟ ପୂଜା, ଅଷ୍ଟାଦଶ ମାତୃଗଣ ପୂଜା, ନବଗ୍ରହ ପୂଜା, ଦଶଦିଗପାଳ ପୂଜା, ବସୁଧାରା, ବର୍ଦ୍ଧନୀ ପୂଜା, ପାର୍ଶ୍ବଦେବତା ପୂଜା, ବାବା ଶ୍ୟାମେଶ୍ବରଙ୍କ ଠାରେ ଋଦ୍ରାଭିଷେକ, ଜଗନ୍ନାଥଷ୍ଟକମ, ହନୁମାନ ଚାଲିସା ପଠନ ହୋଇ ଅପରାହ୍ନରେ ଚଣ୍ତିହବନ ପରେ ମାଁଙ୍କ ଠାରେ ପୁଷ୍ପାଣ୍ତ ପୂଜା, ୧୦୮ ଦିପ ଦାନ କରାଯାଇ ମାଁ ଙ୍କ ମୁଖ୍ୟ ଆକର୍ଷଣ ଯାହା ପଶ୍ଚମ ଓଡିଶାର ଶ୍ରଦ୍ଧାଳୁ ଅପେକ୍ଷା କରିଥାନ୍ତି ବର୍ଷ ତମାମ ମାଁ ଙ୍କ ଛପନ ଭୋଗ ବା ମହତି ଭୋଗ ଓ ବ୍ରତ । ମାଁ ଙ୍କ ଠାରେ ଅର୍ପଣ ହେବାପରେ ଆରତ୍ରି , ପୁଷ୍ପାଞ୍ଜଳି ହୋଇ ବାର୍ଷିକ ପୂଜାର ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା । ପରେ ମନ୍ଦିରର ପଣ୍ତିତ ମାନଙ୍କ ଦ୍ବାରା ସାମୁହିକ ଅଶିର୍ବାଦ ପ୍ରଦାନ କରାଯାଇଥିଲା । ମାଁ ଙ୍କ ଠାରେ ଲାଗି ହୋଇଥିବା ମହିତୀ ଭୋଗ ଏବଂ ବ୍ରତ ରାତ୍ରି ତମାମ୍ ବଣ୍ଟନ କରାଯାଇ ଥାଏ । ଏହି ଦିନ ବ୍ରତ ଧାରି ଦିନତମାମା ଶ୍ରଦ୍ଧାର ସହ ନିର୍ଜଳା ଉପବାସ ରହି ରାତ୍ରିରେ ହୋମ କୁଣ୍ତରେ ନଡିଆ ଦେଇ ମହିତୀ ଭୋଗ ଓ ବ୍ରତ ଘରକୁ ନେଇ ବ୍ରତ ଧାରଣ କରି ମହତୀ ଭୋଗ ପାଇ ଉପବାସ ଭଙ୍ଗ କରିଥାନ୍ତି । ଆଜିର ଏହି ପୂଜା ଅବସରରେ ବରଗଡ ସାସଂଦ ପ୍ରଦିପ ପୁରୋହିତ , ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଆସି ମାଁ ଙ୍କ ଠାରେ ଆଶିର୍ବାଦ ଭିକ୍ଷା କରିଥିଲେ । ପଣ୍ତିତ ନରସଂହ ଶତପଥୀ , ଚଣ୍ତୀ ପାଠକ ପଣ୍ତିତ ନରେଶ ମିଶ୍ର, ପଣ୍ତିତ ସଞ୍ଜୟ ଦାଶ, ପଣ୍ତିତ ବିପିନ ବିହାରୀ ଦାଶ ପୂଜା ଅର୍ଚ୍ଚନା କରିଥିବା ବେଲେ ସତ୍ୟ ପ୍ରକାଶ ରଥ, ଦିପକ ଦାଶ, ପରମାନନ୍ଦ ମିଶ୍ର, ସୁଜିତ ଦାଶ, ଦେବେନ ପଣ୍ତା, ଓ ସତ୍ୟନାରାୟଣ ଦାଶ କର୍ତ୍ତା ଦାୟିତ୍ବ ତୁଲାଇ ଥିଲେ । କାଳୀ ପୂଜା ପରିଚାଳନା କମିଟିର ସମସ୍ତ ସଭ୍ୟ କାଳୀ ପୂଜାରେ ସହଯୋଗ କରିଥିଲେ