ମହିମାସେବା ଫାଉଣ୍ଡେସନ ସମ୍ବର୍ଦ୍ଧିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରେନବୋ ଡିଜିଟାଲ ର ପ୍ରତିଷ୍ଠା ଦିବସ ସମାରୋହ ରାଜଧାନୀ ସ୍ଥିତ ଗୀତଗୋବିନ୍ଦ ସଦନ ପରିସରରେ ଡିଜିଟାଲ ମିଡିଆ ର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ବରିଷ୍ଠ ରାଜନେତା ପ୍ରଭାତ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ରୋଟାରୀ ଜିଲ୍ଲା ୩୨୬୨ ର ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ର ସ୍ଵତନ୍ତ୍ର ଅତିଥି ରୂପେ ଉପସ୍ଥିତ ଥିବା ସମୟରେ ନାରୀ ନେତ୍ରୀ ଇରାନୀ ରାୟ , ଯୁବ ନେତା ନିଶିକାନ୍ତ ମହାପାତ୍ର ସମ୍ମାନୀତ ଅତିଥି ଭାବରେ ମଞ୍ଚାସୀନ ଥିଲେ । ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ର ଅଧ୍ୟକ୍ଷ କେଦାର ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଗଣମାଧ୍ୟମ ର ନିରପେକ୍ଷତା ଉପରେ ଖୁବ୍ ଉଚ୍ଚ କୋଟୀର ଅଭିଭାଷଣ ରଖିଥିଲେ । ଡିଜିଟାଲ ମିଡିଆ ମହାସଂଘ ରାଜ୍ୟ ସଭାପତି ସତ୍ୟବ୍ରତ ଦାଶ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସାମ୍ବାଦିକତା , ସମାଜସେବା , ଅଭିନୟ , ନୃତ୍ୟ , କଣ୍ଠ ସଙ୍ଗୀତ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିଲା ଷାଠିଏ ଜଣ ପ୍ରତିଭା ଏବଂ ସଂଗଠନକୁ ଏକାମ୍ର ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା. ତନ୍ମଧ୍ୟରୁ ସାମାଜିକ କାର୍ଯ୍ୟ ପାଇଁ ମହିମା ସେବା ଫାଉଣ୍ଡେସନ କୁ ସମ୍ବର୍ଦ୍ଧନା କରାଯାଇଥିଲା l ଅନୁଷ୍ଠାନ ପକ୍ଷରୁ ନାରାୟଣ ଖୁଣ୍ଟିଆ, ରୀନା ମହାନ୍ତି ଉପସ୍ଥିତ ରହିବା ସହ ସମ୍ମାନ ଗ୍ରହଣ କରିଥିଲେ l ମୁଖ୍ୟ ସମ୍ପାଦିକା ବର୍ଷା ଦାସ ଙ୍କ ସଂଯୋଜନାରେ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା