ମହିଳାଙ୍କୁ ସାହାଯ୍ୟ କରିବା ଆଳରେ ଦୁଷ୍କର୍ମ ଉଦ୍ୟମ ଆରପି ଅଫ ଏସ ଆଇ ଗିରଫ
ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ):କୋଣସି ଲୋକ ମାନେ ସାହାଯ୍ୟ ପାଇଁ ପୋଲିସ ର ସହାୟତା ଲୋଡ଼ କିନ୍ତୁ ଯଦି ପୋଲିସ ସାଯେ ଯୌନା ଲାଳସାଯେ ତେବେ କାହା ଉପରେ ଲୋକେ ବିଶ୍ୱାସ ଓ ଭରଷା କରିବେ l ଏମିତି ଏକ ଖବର ଆମ ହସ୍ତଗ ହୋଇଛି l ଖବର ମୁତାବକ l ଗତ ସୋମବାର ରାତିରେ ପିକ୍ନିକ ସାରି ଯୁବତୀ ଜଣଙ୍କ ପୁରୀରୁ ଭୁବନେଶ୍ବର ଫେରିଥିଲେ। ବିଳମ୍ବିତ ରାତି ହୋଇଥିବାରୁ ହଷ୍ଟେଲ୍ ସହଯୋଗୀଙ୍କୁ ଫୋନ୍ କରିଥିଲେ। ହେଲେ ହଷ୍ଟେଲ୍ ଗେଟ୍ ବନ୍ଦ ହୋଇଯାଇଥିବା କହିବା ପରେ ଯୁବତୀ ଚିନ୍ତାରେ ପଡ଼ିଥିଲେ। ତେଣୁ ଯୁବତୀ ଜଣଙ୍କ ଘରଲୋକଙ୍କୁ ଫୋନ୍କରି ଘଟଣା ସମ୍ପର୍କରେ ଜଣାଇବା ପରେ ଷ୍ଟେସନ୍ରେ ରାତି ବିତାଇବା ପାଇଁ ଚାଲିଆସିଥିଲେ। ଯୁବତୀ ଜଣଙ୍କ ଷ୍ଟେସନ୍ରେ ବସିଥିବା ବେଳେ ଏସ ଆଇ ନିରଞ୍ଜନର ନଜର ପଡ଼ିଥିଲା। ଯୁବତୀ ଜଣଙ୍କ ବ୍ୟସ୍ତବିବ୍ରତ ଥିବା ଦେଖି ତାଙ୍କ ପାଖକୁ ଯାଇ ସବୁ ବୁଝିଥିଲା। ସେ ସମସ୍ୟାରେ ଥିବା ଜାଣିବା ପରେ ତାଙ୍କୁ ସହଯୋଗ କରିବାକୁ କହିଥିଲା। ବର୍ଦ୍ଦିରେ ଥିବା ନିରଞ୍ଜନକୁ ବିଶ୍ବାସ କରି ତାଙ୍କ ସହ ଯାଇଥିଲେ। କଥାବାର୍ତ୍ତା ଆଳରେ ନିରଞ୍ଜନ ଯୁବତୀଙ୍କ ନମ୍ବର ହାତେଇଥିଲା।ଯୁବତୀଙ୍କୁ ଫସାଇବା ପରେ ତାଙ୍କୁ ଥାନାକୁ ଯିବାକୁ କହି ଥାନା ପରିସରରେ ଥିବା ଏକ ଅନ୍ଧାରିଆ ଘରକୁ ନେଇଥିଲା। ଯୁବତୀ ଜଣଙ୍କ ପଚାରିବାରୁ ହଠାତ୍ ତାଙ୍କ ହାତକୁ ଧରି ଘର ଭିତରକୁ ନେଇଯାଇଥିଲା। ଯୁବତୀ ପାଟିକରିବାରୁ ନିରଞ୍ଜନ ସେଠାରୁ ଚାଲିଆସିଥିଲା। ଯୁବତୀ ତୁରନ୍ତ କବାଟ ବନ୍ଦକରି ଭୟରେ କଣ କରିବେ କିଛି ଭାବିପାରି ନଥିଲେ। କିଛି ସମୟ ପରେ ନିରଞ୍ଜନ ତାଙ୍କୁ ଫୋନ୍ କରିଥିଲା। ଆଉ ବିବାହ ପାଇଁ ପ୍ରସ୍ତାବ ଦେଇଥିଲା। ଏଭଳି କଥା ଶୁଣି ଯୁବତୀ ଚକିତ ହୋଇପଡ଼ିଥିଲେ। ମନା କରିବାରୁ ନିରଞ୍ଜନ ତାଙ୍କୁ ବିଭିନ୍ନ ଭୟ ଦେଖାଇ ଫସାଇଦେବ ବୋଲି ଧମକ ଦେଇଥିଲା ଓ କବାଟ ଖୋଲିବାକୁ କହିଥିଲା। ତାର ଏଭଳି ବ୍ୟବହାର ପରେ ଯୁବତୀ ତୁରନ୍ତ ତାଙ୍କ ସାଙ୍ଗକୁ ଘଟଣା ସମ୍ପର୍କରେ ଜଣାଇବା ସହ ଲାଇଭ୍ ଲୋକେସନ୍ ପଠାଇଥିଲେ। ଯୁବତୀଙ୍କ ସାଙ୍ଗ ରେଳବାଇ ଥାନାକୁ ଆସି ଘଟଣା ସମ୍ପର୍କରେ ଜଣାଇବା ପରେ ପୁଲିସ ସେଠାରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁକରି ନିରଞ୍ଜନକୁ ଗିରଫ କରିଛି।