ମହିଳା ସଙ୍କୀର୍ତ୍ତନ ଦଳ ସମ୍ମାନିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):କବିସୂର୍ଯ୍ୟ ଜୟନ୍ତୀ ମହୋତ୍ସବ ଉପଲକ୍ଷେ ଆୟୋଜିତ  ଜ୍ୟୋତି ଶୋଭାଯାତ୍ରାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଦିଗପହଣ୍ଡି ବ୍ଲକ କୋଟିନଡା ଗ୍ରାମର ରାଧାକୃଷ୍ଣ ମହିଳା ସଙ୍କୀର୍ତ୍ତନ ସଂଘର କଳାକାର ମାନଙ୍କୁ ସ୍ମୃତି କମିଟି ପକ୍ଷରୁ ସେମାନଙ୍କ କଳାକୃତି ପାଇଁ ମାନପତ୍ର ଦେଇ ସମ୍ମାନିତ କରାଯାଇଛି।କାର୍ଯ୍ୟକ୍ରମ ଅବ୍ୟବହିତ ପୂର୍ବରୁ ସଂଘ ଆଖଡ଼ା ଘରେ ଏକ ସଭାକାର୍ଯ୍ୟ  ଉପଦେଷ୍ଟା ସରୋଜ କୁମାର ବିଷୋୟୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ସ୍ମୃତି କମିଟି ର କର୍ମକର୍ତ୍ତା ଆଇନଜିବୀ ଅଶେଷ ନାଥ ମିଶ୍ର, ଖେମୁଣ୍ଡି ଓକିଲ ସଂଘ ସଭାପତି ହରପ୍ରସାଦ ରଥ, ଖବରଦାତା ଗୋପାଳକୃଷ୍ଣ ମଲ୍ଲିକ ଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଲୋକକଳା ସଂସ୍କୃତିର ସୁରକ୍ଷା ଦିଗରେ ରାଧାକୃଷ୍ଣ ମହିଳା ସଙ୍କୀର୍ତ୍ତନ ସଂଘର କଳାକାର ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏଣୁ ସମସ୍ତ କଳାକାର ମାନେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କୁ ବଞ୍ଚାଇ ରଖିବା ପାଇଁ ଅତିଥି ମାନେ ନିବେଦନ କରିଥିଲେ।ଗତ ପ୍ରାୟ ୨ ବର୍ଷ ହେଲା ଏହି ସଂଘ ଗଠିତ ହୋଇଛି। ବ୍ରତ, ଗୃହ ପ୍ରତିଷ୍ଠା , ମନ୍ଦିର ପ୍ରତିଷ୍ଠା, ଓ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଏହି ସଙ୍କୀର୍ତ୍ତନ ଦଳ ଆମନ୍ତ୍ରିତ ହୋଇଥାନ୍ତି ଏଥିରୁ ସେମାନଙ୍କୁ ବହୁତ ଆନନ୍ଦ ମିଳିଥାଏ ବୋଲି ସଂଘ ଅଧିକାରୀ ଓ ପରିଚାଳିକା ରଞ୍ଜିତା ବିଷୋୟୀ ,ଅପୂର୍ବ ବିଷୋୟୀ କହିଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ସଂଘ କୋଷାଧକ୍ଷ ନିତ୍ୟାନନ୍ଦ ବେହେରା, ଅଭିମନ୍ୟୁ ବାଡତ୍ୟା ଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ