ମହେଶ୍ୱର ସାହୁ ଶିଳ୍ପ ତାଲି କେନ୍ଦ୍ର ପଦ୍ମପୁର ର ୩୨ ତମ ବାର୍ଷିକ କ୍ରିଡା ଉଦ୍ଘାଟିତ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ମହେଶ୍ୱର ସାହୁ ଶିଳ୍ପ ତାଲିମ କେନ୍ଦ୍ର, ପଦ୍ମପୁରର ୩୨ତମ ଶୀତକାଳୀନ କ୍ରିଡା ଉସôବ ଗୁରୁବାର ଦିନ ଉଦ୍ଘାଟିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ମହାଲକ୍ଷ୍ମୀ ଉଚ୍ଚ ଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ମହେନ୍ଦ୍ର କୁମାର ସାହୁ ଶାରିରୀକ ଶିକ୍ଷା ଓ ମାନସିକ ଶିକ୍ଷାର ମହତ୍ୱ ଉପରେ ପିଲାମାନଙ୍କର ଧ୍ୟାନ ଆକର୍ଷଣ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଇଂ ବସନ୍ତ କୁମାର ଦାନୀ ପିଲାମାନଙ୍କର ଶୃଙ୍ଖଳା ଏବଂ ଶିକ୍ଷାର ଉନ୍ନତି କାମନା କରିଥିଲେ । ଏଥିସହ ଅନୁଷ୍ଠାନର ସଭାପତି ଉତ୍ତମ କୁମାର ସାହୁ ଅନୁଷ୍ଠାନର ଉନ୍ନତି କାମନା ସହିତ ପିଲାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାର ଦୈତାରୀ ମହାନ୍ତ,ମହେଶ କୁମାର ପଟ୍ଟନାୟକ,ଆଶିଷ ଉପାଧ୍ୟାୟ,ସତ୍ୟବ୍ରତ ମିଶ୍ର,ରବିରତ୍ନ ମହାନ୍ତ,ସାନନ୍ଦ ପୃଷ୍ଟି,ଦିଲ୍ଲୀପ କୁମାର ପୃଷ୍ଟି,କ୍ଷୀରୋଦ ଚନ୍ଦ୍ର ମହାନ୍ତ ପ୍ରମୁଖ କ୍ରିଡା ଉସôବକୁ ସୁଚାରୁରୂପେ ପରିଚାଳନା କରିଥିଲେ ।