ମାଁ ମହିଷାଶ୍ଵରୀ ପୀଠରେ ବନ୍ଧୁ ମିଳନ

କଣାସ,(ପାହାନ୍ତା ସିଂହ ଅଜଳୀ ସାହୁ):କଣାସ ବ୍ଲକ୍ ଗଡ଼ମାଟିଆପଡା ସ୍ଥିତ ମାଁ ମହିଷାଶ୍ଵରୀ ପୀଠ ରେ ବନ୍ଧୁ ମିଳନ କାର୍ଯ୍ୟ କ୍ରମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପୀଠରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର କାର୍ଯ୍ୟକତା, ପ୍ରଧାନ ଆଚାର୍ଯ୍ୟ, ଗୁରୁଜୀ, ଗୁରୁମା, କର୍ମଚାରୀମାନେ ଯୋଗଦାନ କରିଥିଲେ। ଶିଶୁ ବିଦ୍ୟା ମନ୍ଦିରର ୨୯ତମ ବାର୍ଷିକ ଉତ୍ସଵ ଉପଲକ୍ଷେ ଏହି କାର୍ଯ୍ୟ କ୍ରମ ବେଶ ସରସ ସୁନ୍ଦର ଭାବରେ ଅନୁଷ୍ଠିତ ହୋଇଥିଲା। ଏହି ମହିଷାଶ୍ଵରୀ ପୀଠ ବହୁ ପୁରାତନ। ପ୍ରତ୍ୟେକ୍ଷ ଦଵୀ ଭାବରେ ବେଶ୍ ଜଣାଶୁଣା। ବର୍ଷକରେ ବିଭିନ୍ନ ସମୟରେ ଏଠାରେ ବଣଭୋଜି, ମେଳା ମହୋତ୍ସବ, ବିଭିନ୍ନ ରାଜନୈତିକ ଦଳ ର ସଭା ଅନୁଷ୍ଠିତ ହୋଇଥାଏ। ଏହି ମନ୍ଦିରର ଚାରି ପାର୍ଶ୍ୱ ରେ ଗଡମାଟିଆପଡା, ନୂଆ ସାହି ଘରଛିଆ,ଵଗିପଡା, ପାଣ୍ଡିଆକେରା,ଵାଙ୍କତଳ,ସିମିଳିପାଟଣା ଗ୍ରାମ ଗୁଡ଼ିକ ରହିଛି। ଏହି ଦେବୀ ମନ୍ଦିର ଗ୍ରାମ ଠାରୁ ବହୁ ଦୂରରେ ଗହିର ମଝିରେ ରହିଥିବାରୁ ବିଭିନ୍ନ ବର୍ଗର ଲୋକମାନଙ୍କ ର ଭୋଜି କରିବା ପାଇଁ ପସନ୍ଦ କରଥାନ୍ତି। ଏଥି ସହିତ ଚାଷୀ ମାନଙ୍କ ର ଏହା ଆଶ୍ରୟ ସ୍ଥଳ ପାଲଟିଛି। କୃଷକମାନେ ଚାଷ ଜମି ରେ ଚାଷ କାର୍ଯ୍ୟ ସାରି ଏଠାରେ ଥକ୍କା ମେଣ୍ଟାଇ ଥାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ