ମାଁ ରାମଚଣ୍ଡୀଙ୍କ ପୀଠ ପରିଦର୍ଶନ କଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ
ଗଞ୍ଜାମ, (ବିନୋଦ ପଲାଇ):ବ୍ରହ୍ମପୁର ସାଂସଦ ଡ଼ ପ୍ରଦୀପ ପାଣିଗ୍ରାହୀ କରପଡା ପଞ୍ଚାୟତ ର ନୀଳାଦ୍ରିପୁର ଗ୍ରାମର ମାଁ ରାମଚଣ୍ଡୀ ଙ୍କ ମନ୍ଦିର ପରିଦର୍ଶନ କରିଥିଲେ l ଏହି ପରିପ୍ରେକ୍ଷୀରେ ମା’ ରାମଚଣ୍ଡୀ ଟ୍ରଷ୍ଟ ଓ ପୂଜା କମିଟି ଦ୍ୱାରା ପୁଷ୍ପ ଗୁଚ୍ଛ, ଉପଢୌକନ ଓ ସ୍ମୃତି ଚିତ୍ର ଦେଇ ମାନ୍ୟବର ସାଂସଦ ଙ୍କୁ ସମ୍ମାନିତ କରାଯାଇଥିଲା l ଏହି ସମ୍ବର୍ଦ୍ଧନା ଉତ୍ସବ ରେ ସଂଯୋଜକ କମଲ କୁମାର ପଣ୍ଡା, ଟ୍ରଷ୍ଟି ଶ୍ରୀ ଲକ୍ଷ୍ମୀନୃସିଂହ ପଣ୍ଡା କରପଡା ପଞ୍ଚାୟତ ର ସରପଞ୍ଚ ତଥା ପୂଜା କମିଟି ସଭାପତି ଶ୍ରୀ ଅଜୟ ନାୟକ, କାର୍ଯ୍ୟକାରୀ ସଭାପତି ଦିବାକର ନାୟକ,ପୂଜା କମିଟି ଉପଦେଷ୍ଟା ତ୍ରିପାତି ବାଲାଜୀ ମିଶ୍ର ,କେ ସତ୍ୟନାରାୟଣ ରେଡି, ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ, ସହ-ସଂଯୋଜକ ତୁଷାର ଶତପଥୀ,ଜୋତିର୍ବିଦ ଦୀପକ ଦାସ,ମନୋଜ ମିଶ୍ର,ସନ୍ତୋଷ ପଣ୍ଡା,ଶିବରାମ ନାୟକ, ରବି ନାୟକ,ଶଙ୍କର ନାୟକ, ଗୋବର୍ଧନ ନାୟକ, ସୁଧୀର ମହାରଣା, ଦଣ୍ଡ ମହାରଣା ବରୁଣ, ଗୋପାଳ ନାୟକ ସହ ଗ୍ରାମବାସୀ ମାନେ ମଧ୍ୟ ଉପସ୍ଥିତ ଥିଲେ llତାପରେ ଟ୍ରଷ୍ଟ ଓ ସମସ୍ତ ପୂଜା କମିଟି ସଦଶ୍ୟ ଙ୍କ ଉପସ୍ଥିତିରେ ମନ୍ଦିର ର ପରିସର ବୁଲି ଦେଖିଥିଲେ ଏବଂ ବିଭିନ୍ନ ସମସ୍ୟା କୁ ପୁଙ୍ଖାନୁ ପୁଙ୍ଖ ଭାବେ ବୁଝିଥିଲେ l ଶେଷରେ ସେ ନିଜେ ଏବଂ ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ଙ୍କ ମିଳିତ ଉଦ୍ୟମରେ ଆଗାମୀ ଦିନରେ କିପରି ଏହି ପୀଠକୁ ପର୍ଯ୍ୟଟନ ର ମାନ୍ୟତା ଦିଆଯିବା ସହିତ ପୀଠରେ ଭକ୍ତ ମାନଙ୍କ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ଅସୁବିଧାକୁ କିପରି ତୁରନ୍ତ ସମାଧାନ କରାଯିବା ତାହା ଉପରେ ଆଲୋକପାତ କରିବା ସହିତ ସଂଯୋଜକ କମଲ ପଣ୍ଡା ଙ୍କୁ ଏହାର ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଆଦେଶ ଦେଇଥିଲେ l