ମାଇଁ ଏନସିସି ଆଲୁମିନି ଆସୋସିଏସନର ବାର୍ଷିକ ଉତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ମାଇଁ ଏନ୍ସିସି ଆଲୁମିନି ଆସୋସିଏସନର ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏନ୍ସିସି ଦିବସ ଅବସରରେ ଏହି ବାର୍ଷିକ ଉତ୍ସବ ପ୍ରତ୍ୟେକ ବର୍ଷ ପାଳନ କରାଯାଇଥାଏ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା କଲେଜର ଅଧ୍ୟକ୍ଷ ଅଭିଜିତ ବୋଷ ଓ ମୁଖ୍ୟବକ୍ତା ଭାବେ ପୂର୍ବତନ ଅଧ୍ୟକ୍ଷ ପୀତବାସ ମହାନ୍ତି ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ବିନ୍ଦୁମିତ୍ର ବଳ, ପୂର୍ବତନ ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ପୂର୍ବତନ ଏନ୍ସିସି ଓ ଏଏନ୍ଓ ମନୋରଞ୍ଜନ ମହାନ୍ତି, ବାଳିକା ବିଭାଗର ଏଏନ୍ଓ କ୍ୟାପ୍ଟେନ ସୀମା ମହାନ୍ତି, ବାଳକ ବିଭାଗର ସିଟିଓ ସତ୍ୟରଞ୍ଜନ ମିଶ୍ର, ଆଲୁମିନି ଆସୋସିଏସନ ସଭାପତି ପ୍ରଭାସିନୀ ସାହୁ, ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ ଉପସ୍ଥିତ ଥିଲେ । ଏଥିସହ ମାଇଁ ଏନ୍ସିସି ଆଲୁମିନି ଆସୋସିଏସନର ବହୁ ସଦସ୍ୟ/ସଦସ୍ୟା, ବାଳକ ଓ ବାଳିକା ବିଭାଗର ସମସ୍ତ କ୍ୟାଡେଟ୍ ଉପସ୍ଥିତ ଥିଲେ । ବାର୍ଷିକ ଉତ୍ସବରେ କେନ୍ଦ୍ରାପଡା କଲେଜ ପାଇଁ ଅନବରତ ସେବା ଯୋଗାଇ ଆସୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ଗିରିଧାରୀ ବେହେରାଙ୍କୁ “ଆଦର୍ଶ ସେବକ” ଉପାଧିରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ପୂର୍ବତନ ଏଏନ୍ଓ ମନୋରଞ୍ଜନ ମହାନ୍ତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ଆଲୁମିନି ଆସୋସିଏସନର ବରିଷ୍ଠ ସଦସ୍ୟ ଆସୋସିଏସନ ପ୍ରତି ବଳିଷ୍ଠ ଅବଦାନ ପାଇଁ “ପ୍ରଗତିଶୀଳ ସମ୍ମାନ”ରେ ହର୍ଯ୍ୟକ୍ଷ୍ୟ କେଶରୀ ଜେନାଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରତିବର୍ଷ ଭଳି କେନ୍ଦ୍ରାପଡା ମହାବିଦ୍ୟାଳୟର ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ନମ୍ବର ରଖି ପାସ କରିଥିବା ପ୍ରତିଭାମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ବେଷ୍ଟ ଗ୍ରାଜୁଏଟ୍-୨୦୨୪ କଳା ବିଭାଗ ଛାତ୍ରୀ ଅଂଶୁମାନୀ ସାହୁ, ବାଣିଜ୍ୟ ବିଭାଗ ଛାତ୍ର ବିଜୟ କୁମାର ସାହୁ, ବିଜ୍ଞାନ ବିଭାଗ ଛାତ୍ରୀ ଅର୍ପିତା ପ୍ରିୟଦର୍ଶିନୀ ବିଶ୍ୱାଳ, ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା କଳା ବିଭାଗର ଛାତ୍ରୀ ସାଗରିକା ତ୍ରିପାଠୀ, ବାଣିଜ୍ୟ ବିଭାଗର ଛାତ୍ର ସେକ୍ ଜିସାନ ଅଲ୍ଲୀ, ବାଣିଜ୍ୟ ବିଭାଗର ଛାତ୍ର ରାଜେଶ କୁମାର ମହାନ୍ତି, ମାଧ୍ୟମିକ ପରୀକ୍ଷାରେ କେନ୍ଦ୍ରାପଡା ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ଅନନ୍ୟା ବାରିକଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆସୋସିଏସନ ପକ୍ଷରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ମେଗା ପ୍ରତିଯୋଗିତାରେ ନୃତ୍ୟ ଗ୍ରୁପ୍-ଏ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସମୀକ୍ଷା ଲେଙ୍କାକୁ ‘ଏଲିନା ଯତି ସ୍ମୃତି ସମ୍ମାନ’, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପ୍ରଚିତା ରାଜନନ୍ଦିନୀଙ୍କୁ ‘ସସ୍ମିତା ମହାପାତ୍ର ସ୍ମୃତି ସମ୍ମାନ’ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଶ୍ରେୟାଂଶୀ ବିଶ୍ୱାଳଙ୍କୁ ‘ରଶ୍ମିରଞ୍ଜନ ସାହୁ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା । ଗ୍ରୁପ-ବି ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦିବ୍ୟାଂସା ପ୍ରିୟଲକ୍ଷ୍ମୀ, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ରାକ୍ଷୀ ବିଗଲ, ତୃତୀୟ ସ୍ଥାନ ଅଧିକାର କରିଥିବା ସାଶ୍ୱତୀ ଜେନାଙ୍କୁ ‘ଅବନ୍ତୀ ସାହୁ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା । ଗ୍ରୁପ୍-ସି ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଗାର୍ଗୀ ପ୍ରିୟଦର୍ଶିନୀ ସାହୁ, ଦ୍ୱିତୀୟ- ନିହାରିକା ମଲ୍ଲିକ ଓ ତୃତୀୟ- ଲିପ୍ସାରାଣୀ ପରିଡାଙ୍କୁ “ସଂଯୁକ୍ତା ଜେନା ସ୍ମୃତି ସମ୍ମାନ” ପ୍ରଦାନ କରାଯାଇଥିଲା । ସାଧାରଣଜ୍ଞାନ ପ୍ରତିଯୋଗିତାର ଗ୍ରୁପ୍-ଏ ରେ ପ୍ରଥମ ହୋଇଥିବା କୁମାର ସାଇ ସମ୍ଭବ, ଦ୍ୱିତୀୟ -ଦୀପଙ୍କର ବାରିକ, ତୃତୀୟ- ମଧୁପୂର୍ଣ୍ଣ ଜେନାଙ୍କୁ “ଦିବାକର ଲେଙ୍କା ସ୍ମୃତି ସମ୍ମାନ” ପ୍ରଦାନ କରାଯାଇଥିଲା । ଗ୍ରୁପ୍-ବି ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଦୀପ୍ତିମାନ ଶତପଥୀ, ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଅନନ୍ୟା ରୁଚିକା ମହାପାତ୍ର ଓ ଅଙ୍କିତା ସାହୁ, ତୃତୀୟ ହୋଇଥିବା ତ୍ରୟମ୍ ମହାନ୍ତିଙ୍କୁ “କେଶବ ଚନ୍ଦ୍ର ପଲାଇ ସ୍ମୃତି ସମ୍ମାନ” ପ୍ରଦାନ କରାଯାଇଥିଲା । ଗ୍ରୁପ୍-ସି ସାଧାରଣ ଜ୍ଞାନ ପ୍ରତିଯୋଗିତାର ପ୍ରଥମ ହୋଇଥିବା ସୁଶ୍ରୀ ଭାଗ୍ୟଶ୍ରୀ ଦାସ, ଦ୍ୱିତୀୟ – କଲ୍ୟାଣୀ ଦାସ ଓ ରୁଦ୍ର ପ୍ରସାଦ ଦାସ, ତୃତୀୟ – ଭରତ ଭୂଷଣ ସ୍ୱାଇଁଙ୍କୁ “ଡା. ପ୍ରଭାସିନୀ ମହାପାତ୍ର ସ୍ମୃତି ସମ୍ମାନ” ପ୍ରଦାନ କରାଯାଇଥିଲା । ଗ୍ରୁପ୍-ଏ ଚିତ୍ରକଳା ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ସୁମନ ଘୋଷ, ଦ୍ୱିତୀୟ – ସୂର୍ଯ୍ୟପ୍ରକାଶ ନାଥ, ତୃତୀୟ ହୋଇଥିବା କିସାନ କୁମାର ନାୟକଙ୍କୁ “ରବିନ୍ଦ୍ର ନାଥ ଖୁଣ୍ଟିଆ ସ୍ମୃତି ସମ୍ମାନ”ରେ ପ୍ରଦାନ କରାଯାଇଥିଲା । ଗ୍ରୁପ୍ -ବି ଚିତ୍ରକଳା ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଏନ୍ କେ କୁନାଲ, ଦ୍ୱିତୀୟ – ସୁଚିସ୍ମିତା ସାହୁ, ତୃତୀୟ – ସାଇ ନାରାୟଣ ବେହେରାଙ୍କୁ “ନଟବର ପ୍ରଧାନ ସ୍ମୃତି ସମ୍ମାନ” ପ୍ରଦାନ କରାଯାଇଥିଲା । ଗ୍ରୁପ୍-ସି ଚିତ୍ରକଳା ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ମନୋରଞ୍ଜନ ମହାନ୍ତି, ଦ୍ୱିତୀୟ -ସ୍ୱରୂପ କୁମାର ନାଥ, ତୃତୀୟ – ଶିଧେଶ ପରିଜାଙ୍କୁ “ଏମ୍ଡି ମନୱାର ଖାଁ ସ୍ମୃତି ସମ୍ମାନ” ପ୍ରଦାନ କରାଯାଇଥିଲା । ଗ୍ରୁପ୍-ଏ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ବିଶ୍ୱଜିତ ଭୋଳ, ଦ୍ୱିତୀୟ – ସାଇ ଶୀତଲ ଦାସ ଓ ଏଲିନା ଫିରଦୋସ, ତୃତୀୟ – ଜଗତଜୀବନ ଖଟୁଆଙ୍କୁ “ନିମାଇଁ ଚରଣ ବାରିକ ସ୍ମୃତି ସମ୍ମାନ” ପ୍ରଦାନ କରାଯାଇଥିଲା । ଗ୍ରୁପ୍-ବିରେ ପ୍ରଥମ ହୋଇଥିବା କ୍ଷୀରାବ୍ôଧ ତନୟା ଦାସ, ଦ୍ୱିତୀୟ ସ-ସୁଶ୍ରୀ ମନିଷା, ତୃତୀୟ- ଜୟଶ୍ରୀ ପଲାଇଙ୍କୁ “କଣ୍ଡୁରୀ ଚରଣ ଦାସ ସ୍ମୃତି ସମ୍ମାନ” ପ୍ରଦାନ କରାଯାଇଥିଲା । ଗ୍ରୁପ୍-ସିରେ ପ୍ରଥମ- ସତ୍ୟଜିତ ସାହୁ, ଦ୍ୱିତୀୟ -ପୂଜାରାଣୀ ଦାସ, ତୃତୀୟ- ସୁମିତ୍ରା ଦାସଙ୍କୁ “ପ୍ରଫେସର ନରେନ୍ଦ୍ର ନାଥ ବିଶ୍ୱାଳ ସ୍ମୃତି ସମ୍ମାନ” ପ୍ରଦାନ କରାଯାଇଥିଲା । ଏହି ବାର୍ଷିକ ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିବା ବେଳେ ବହୁ ଅଭିଭାବକ ତଥା କେନ୍ଦ୍ରାପଡା କଲେଜର ସମସ୍ତ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ବର୍ଷତମାମ୍ ମାଇଁ ଏନ୍ସିସି ଆଲୁମିନି ଆସୋସିଏସନର ସମାଜ କଲ୍ୟାଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମରେ ଏନ୍ସିସି ବାଳିକା ଓ ବାଳକ ବିଭାଗ ସହଯୋଗ କରିଆସିଥିବାରୁ ଦୁଇ ବିଭାଗକୁ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଉଭୟ ବାଳକ ଓ ବାଳିକା ବିଭାଗ ମଧ୍ୟରୁ ଉନ୍ନତମାନର ପାଠପଢା ଓ ସର୍ବୋଚ୍ଚ ନମ୍ବର ରଖିଥିବା ବାଳିକା ବିଭାଗର ଅଙ୍କିତା ସୁତାରଙ୍କୁ ଡ. ପ୍ରଭାସିନୀ ମହାପାତ୍ର ମେମୋରିଆଲ ରଙ୍ଗିନ ଟ୍ରଫି ପ୍ରଦାନ କରାଯିବା ସହ ବାଳକ ବିଭାଗର ସିନିୟର ଅଣ୍ଡର ଅଫିସର ମହମ୍ମଦ ନୁରଉଦ୍ଦିନ ଖାନଙ୍କୁ ରିପବ୍ଲିକ ପ୍ୟାରେଡ୍ରେ କେନ୍ଦ୍ରାପଡା କଲେଜରୁ ପ୍ରତିନିଧିତ୍ୱ କରିଥିବାରୁ ମାଇଁ ଏନ୍ସିସି ଆଲୁମିନି ଆସୋସିଏସନ ପକ୍ଷରୁ ତାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ବର୍ତ୍ତମାନର କ୍ୟାଡେଟ୍ ଓ ଆଲୁମିନି ଆସୋସିଏସନର ସଦସ୍ୟ/ସଦସ୍ୟାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବାର୍ଷିକ ଉତ୍ସବକୁ ସଫଳ ରୂପାୟନ କରିଥିବା ସମସ୍ତ କ୍ୟାଡେଟ୍, ଆଲୁମିନି ସଦସ୍ୟ, ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ ।