ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ୪୨୦ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଔଷଧ ବଣ୍ଟନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତସ୍ଥିତ ଚାରୁ ଚନ୍ଦ୍ର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସାଇ ସମିତି ବନ୍ତ ଓ ଚାରୁ ସାବିତ୍ରୀ ଚାରି ଟେବୁଲ ଟ୍ରଷ୍ଟ ବନ୍ତର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରକୁ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏଥିରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ସୁଧାଂଶୁ ଶେଖର ବଳ, ଭଣ୍ଡାରିପୋଖରୀ ବିଧାନସଭା ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ, ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ବାରିକ, ବରିଷ୍ଠ ନେତା କମଳାକାନ୍ତ ସାହୁ, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଭ୍ୟ ଶଙ୍କର୍ଷଣ ଜେନା, ଆଇନଜୀବି ମାଧବାନନ୍ଦ ଦାସ, କେନ୍ଦୁଆପଦା ସରପଞ୍ଚ ଇଂ.ପ୍ରମୋଦ କୁମାର ଜେନା, ଜିତେନ୍ଦ୍ର କୁମାର ନାୟକ, ବଳଦେବ ଜୀଉ ମଣ୍ଡଳ ସଭାପତି ପ୍ରଫୁଲ୍ଲ ସାହୁ, ମହତାବ ମଣ୍ଡଳ ପ୍ରାକ୍ତନ ସଭାପତି ଗୋପାଳକୃଷ୍ଣ ଦାଶ, ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ଓଝା, କୃପାସିନ୍ଧୁ ସେଠୀ, ନୃସିଂହ ବାରିକ, ସୁଧିର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ୪୨୦ ଜଣ ରୋଗୀ ନାମ ପଞ୍ଜୀକରଣ କରିଥିଲେ । ସମସ୍ତ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ଔଷଧ ବଣ୍ଟନ କରାଯାଇଥିଲା । ମେଡିସିନ ବିଶେଷଜ୍ଞ ଡ.ପ୍ରିୟ ରଞ୍ଜନ ବାରିକ, କର୍କଟ ବିଶେଷଜ୍ଞ ଡା. ପ୍ରଶାନ୍ତ କୁମାର ପରିଡା, ସ୍ତ୍ରୀ ରୋଗ ବିଶେଷଜ୍ଞ ଡା.ମମତା ନାୟକ, ଶିଶୁ ରୋଗ ବିଶେଷଜ୍ଞ ଡା.ସୁଶାନ୍ତ କୁମାର ସାମନ୍ତ, ଏମିବିଏସ ଡା.ଦିବ୍ୟଲୋଚନ ବିଶ୍ୱାଳ, ବିଏଏମଏସ ଡା.ସନ୍ତୋଷ କୁମାର ପୃଷ୍ଟି ଯୋଗ ଦେଇ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରିଥିଲେ । ଏଥିରେ ଅବସରପ୍ରାପ୍ତ ଫାର୍ମାସିଷ୍ଟ ଉଦୟନାଥ ପଣ୍ଡା, ମହେଶ୍ୱର ଦାସ, ଏମ୍.ଆର କ୍ଷୀତିଶ ନାୟକ, ଓ.ଟି ଟେକ୍ନସିଆନ ମହେଶ୍ୱର ଦାଶ ସହଯୋଗ କରିଥିଲେ । ଶିବିର ପରିଚାଳନାରେ ସାଇ ସତ୍ୟ ନାୟକ, ହେମନ୍ତ କୁମାର ମଲ୍ଲିକ, ରବିନ୍ଦ୍ର ସେଠୀ, ପ୍ରଫୁଲ୍ଲ ପରିଡା, କୌଶିିକ ଜେନା, ଧନଞ୍ଜୟ ବିଶ୍ୱାଳ, ବିଳାସ ଦାସ, ସୁରେଶ୍ୱର ବାରିକଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।