ମାଟ୍ରିକ୍ ପରୀକ୍ଷାରେ ଗଜପତି ଜିଲ୍ଲା ଓଡ଼ିଶାର ୭ ମ ସ୍ଥାନରେ ରହିଛି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):୨୦୨୩-୨୪ ବର୍ଷ ନିମନ୍ତେ ହୋଇଥିବା ମାଟ୍ରିକ ପରୀକ୍ଷାରେ ଗଜପତି ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ପାସ ହାରୁ ୯୭.୦୮ ପ୍ରତିଶତ ରହିଛି। ଏହି କ୍ରମରେ ସମଗ୍ର ରାଜ୍ୟରେ ଗଜପତି ଜିଲ୍ଲା ୭ମ ସ୍ଥାନରେ ରହିଛି। ଚଳିତ ବର୍ଷ ଗଜପତି ଜିଲ୍ଲାରେ ୮୨୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୭୯୯୫ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଛାତ୍ରଙ୍କ ସଫଳତା ହାର ୯୬.୨୪% ଓ ଛାତ୍ରୀଙ୍କ ସଫଳତା ସଫଳତା ହାର ୯ ୭.୯୨% ରହିଛି | ହେଲେ ଏହି ପରୀକ୍ଷା ଫଳକୁ ଅନୁଧ୍ୟାନ କଲେ ସରକାରୀ ବିଦ୍ୟାଳୟ ଗୁଡିକରେ ସରକାରଙ୍କ କୋଟି କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ପାସ ହାର ଯଥେଷ୍ଟ କମ ରହିଛି. ଚଳିତ ବର୍ଷ ଏ୧ ଗ୍ରେଡରେ ଜଣେ, ଏ୨ ଗ୍ରେଡ ଗ୍ରେଡ୍ରେ ୧୩୭, ବି୧ ଗ୍ରେଡ୍ରେ ୧୬୦୪, ବି୨ ଗ୍ରେଡ୍ରେ ୨୩୩୯, ସି ୪ ଗ୍ରେଡରେ ଡରେ ୨୩୪୧, ଡି ଗ୍ରେଡ୍ରେ ୧୧୩୯ ଓ ଇ ଗ୍ରେଡ୍ ରେ ରେ ୪୩୪ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ୨୦୨୨- ୨୩ବ ୨୩ବର୍ଷରେ ଜିଲ୍ଲାର ଜିଲ୍ଲାର ସଫଳତା ହାର 96.88 ପ୍ରତିଶତ ରହିଥିଲା ଏବଂ ସଫଳତାରେ ରାଜ୍ୟରେ ୯ମ ସ୍ଥାନରେ ରହିଥିଲା I ପାରଳାଖେମୁଣ୍ଡିସ୍ଥିତ ସରସ୍ୱତୀ ଶିଶୁମନ୍ଦିରର ଛାତ୍ର ସୁଶୋଭନ ପାତ୍ର ସରସ୍ବତୀ ହୋଇ ହାସଲ ୫୫୨ନମ୍ବର ରଖି ଜଣେ ମାତ୍ର ବିଦ୍ୟା ଭାବେ ଏ୧ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ଗଜପତି ଜିଲ୍ଲାରେ ପ୍ରଥମ ସ୍ଥାନ ସଲ କରିଛନ୍ତି। ଏହି ବିଦ୍ୟାଳୟର ମୋଟ ମାଟ ୫୮ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ ଏବଂ ସମସ୍ତେ କୃତକାର୍ଯ୍ୟ ହୋଇଛନ୍ତି। ବିଡମ୍ବନାରେ ବିଷୟ ଏହିକି ଯେ ଗତବର୍ଷ ଏ୧ ଗ୍ରେଡରେ 2 ଜଣ ଓ ଏମ ଗ୍ରେଡରେ ୩୧୧ଜଣ ସଫଳତା ହାସଲ କରିଥିବାବେଳେ ଚଳିତ ବର୍ଷ ଏ୧ ଗ୍ରେଡ୍ରେ ଜଣେ ଏ 2 ଗ୍ରେଡ୍ରେ ୧୩୭ ପାସ୍ ହୋଇଛନ୍ତି ବୋଲି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କୁହାଯାଇଛିଯେ, ସେହିପରି ଏସଓଏସସିରେ ପାସ୍ ହାର ୯୧.୭ ପ୍ରତିଶତ ରହିଥିବା ସହ ଜିଲ୍ଲାର ମୋଟ ୨୩୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ. ଏମାନଙ୍କ ମଧ୍ୟରୁ ୨୧୧ ଜଣ ପାସ୍ ହୋଇଛନ୍ତି। ବି୨ ଗ୍ରେଡରେ ଜଣେ, ସି ଗ୍ରେଡରେ ୨୩ ଜଣ, ଡି ଗ୍ରେଡରେ ୧୩୧ ଜଣ, ଇ ଗ୍ରେଡରେ ୫୬ ଜଣ ଏବଂ ଏଫ୍ ଗ୍ରେଡରେ ୧୯ ଜଣ ଉତ୍ତୀର୍ଣ୍ଣ ହୋଇଥିବା ସୂଚନା ମିଳିଛି।