ମାଣିତରାରେ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ବୁଗୁଡା,(ୱାଏନଏସ): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଳକର ମାଣିତରା ଗ୍ରାମରେ ଗଜଲକ୍ଷ୍ମୀ ପୂଜାପାଇଁ ଅକ୍ଟୋବର ୯ ତାରିଖ ଦିନ ସନ୍ଧ୍ୟାରେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଣିତରାର ଶ୍ରୀ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ପ୍ରତିବର୍ଷ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଆସୁଅଛି। ଚଳିତ ବର୍ଷ ମଧ୍ୟ ପୂଜା ମଣ୍ଡପ ସମ୍ମୁଖରେ ଶୁଭଖୁଣ୍ଟି ସ୍ଥାପନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୁରୋହିତ ଭାବେ କୁମୁଦ ଚନ୍ଦ୍ର ମିଶ୍ର ପୂଜା କାର୍ଯ୍ୟ କରିଥିବା ବେଳେ ଖଲି ପ୍ରଧାନ କର୍ତ୍ତା ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ଡାକୁଆ ଭାବେ ଗଣେଶ ଡାକୁଆ ପୂଜାପାଇଁ ଆବଶ୍ୟକ ସାମଗ୍ରୀ ସଂଗ୍ରହ କରିଥିବା ବେଳେ ମାଣିତରା ସଂକୀର୍ତ୍ତନ ଦଳ ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ। ପୂଜା କମିଟିର ସଦସ୍ୟ ବୃନ୍ଦ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ