ମା’ତାରିଣୀଙ୍କ ନବମୀ ପୂଜା ପାଳିତ ସନ୍ଧ୍ୟା ଆଳତୀ ଦର୍ଶନ ପାଇଁ ଭକ୍ତଙ୍କ ଭିଡ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ) : ହିଞ୍ଜିଳିକାଟୁ ପୈାରାଞ୍ଚଳର ଅନନ୍ୟ ଶକ୍ତିପୀଠ ଉପର ରେଗିଡ଼ିସାହି ସ୍ଥିତ ମା’ ତାରିଣୀଙ୍କ ପୀଠରେ ନବରାତ୍ର ଅବସରରେ ନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି ।ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସପ୍ତମୀ ଠାରୁ ଆରମ୍ଭ କରି ପ୍ରତ୍ୟହ ଭକ୍ତଙ୍କ ସମାଗମ ଲାଗି ରହିଥିଲା ।ସକାଳୁ ମା’ ଙ୍କ ମାର୍ଜଣା, ଶୁଖିଲା ଭୋଗ, ଆଳତି ,ପୂଜା ଓ ପଣାଭୋଗ ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ସମସ୍ତ ରୀତିନୀତି ଶୃଙ୍ଖଳାରେ ସମାପନ ହୋଇଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଥିବା ବେଳେ କମିଟି ସଭ୍ୟ ନୀଳାଞ୍ଚଳ ସାହୁ,ବିଦ୍ୟାଧର ପାଣିଗ୍ରାହୀ,ନୀଳାମ୍ବର ନାହାକ ,ବଂଶୀଧର ସାହୁ,ମହେଶ୍ବର ମିଶ୍ର,ପିଣ୍ଟୁ ଦୋରା,ନାରାୟଣ ସାହୁ,ସୀମାଞ୍ଚଳ ପାଣିଗ୍ରାହୀଙ୍କ ସମେତ ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ । ଅନୁରୂପ ଭାବେ ହିଞ୍ଜିଳିକାଟୁ ପୈାରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ସମସ୍ତ ଦେବୀପୀଠ ଗୁଡିକରେ ନବରାତ୍ର ପାଳନ ଅବସରରେ ଭକ୍ତଙ୍କ ଭିଡ ଜମୁଛି ।