ମାତିଛନ୍ତି ସାଇବର ଲୁଟେରା

ରାଇକିଆ, (ପ୍ରଦୀପ ବେହେରା):ସାଇବର ଲୁଟେରା ଙ୍କ ସକ୍ରୀୟତା ଦିନକୁ ଦିନ ବୃଦ୍ଧି ପାଉଛି । ଲୋକଙ୍କ ଠାରୁ ବିଭିନ୍ନ ଉପାୟରେ ଅର୍ଥ ଲୁଟ୍ ପାଇଁ ଉଦ୍ୟମ କରୁଛନ୍ତି । ସୋମବାର ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନଙ୍କ ଠାରୁ ଅଭିନବ ଉପାୟ ରେ ଅର୍ଥ ଆଦାୟ ପାଇଁ ଉଦ୍ୟମ କରିଥିଲେ ଲୁଟେରା । ଏକ ଅଜଣା ଫୋନ୍ ନମ୍ବର ରୁ କଲେଜ ଅଧ୍ୟକ୍ଷ ଙ୍କ ନାମ ରେ ଫୋନ୍ ଯିବା ସହ ଅଭିଭାବକ ମାନଙ୍କୁ କଲ୍ କରି ଆସନ୍ତା ଯୁକ୍ତ ଦୁଇ ପରୀକ୍ଷା ରେ ସେମାନଙ୍କ ପୁଅ ଝିଅ ଙ୍କୁ ପାସ କରାଇବା ପାଇଁ ଫୋନ୍ କରାଯାଇ ପାଞ୍ଚ ହଜାର ଟଙ୍କା ଲେଖାଏଁ ଦେବା ପାଇଁ କୁହାଯାଇଥିଲା । ଏ ସଂପର୍କ ରେ ଅଭିଭାବକ ମାନେ ଅଧ୍ୟକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅଧ୍ୟକ୍ଷ ପ୍ରଭାକର ରାଜୁ ଏ ନେଇ ରାଇକିଆ ଥାନା ରେ ଏତଲା ଦେଇଛନ୍ତି । ଅନ୍ୟ ପକ୍ଷ ରେ ଏଭଳି ମିଥ୍ୟା କଲ୍ ରେ ବିଶ୍ୱାସ ନ କରିବା ପାଇଁ ଏବଂ କୌଣସି ଟଙ୍କା ନ ଦେବା ପାଇଁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ