ମାଧ୍ୟମିକ ବିଦ୍ୟାଳୟ କର୍ମଚାରି ସଂଘ ଓଡ଼ିଶା ର କ୍ୟାଲେଣ୍ଡର ଉନ୍ମୋଚିତ
ଜୟପୁର, (ଯୁଗାବ୍ଦ ନ୍ୟୁଜ):ମାଧ୍ୟମିକ ବିଦ୍ୟାଳୟ କର୍ମଚାରି ସଂଘ ଓଡ଼ିଶା ର କ୍ୟାଲେଣ୍ଡର ଆଜି ବୋରିଗୁମ୍ମା ଠାରେ ଉନ୍ମୋଚିତ ହୋଇଯାଇଛି Iମାଧ୍ୟମିକ ବିଦ୍ୟାଳୟ କର୍ମଚାରି ସଂଘ ଓଡ଼ିଶା ର ରାଜ୍ୟ ସଭାପତି ଶ୍ରୀ ଶଶୀଭୂଷଣ ଦାଶ୍ ଏହାକୁ ଉନ୍ମୋଚନ କରିଛନ୍ତି Iପ୍ରଥମେ ବୋରିଗୁମ୍ମା ହନୁମାନ ମନ୍ଦିର ରେ ପୂଜାର୍ଚ୍ଚନା କରିବା ସହିତ ପ୍ରଭୁ ହନୁମାନ ଙ୍କ ନିକଟରେ କ୍ୟାଲେଣ୍ଡର ଅର୍ପଣ କରିବା ପରେ ଶ୍ରୀ ଶଶୀ ଭୂଷଣ ଦାଶ୍ ସଭାପତି କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି Iଉକ୍ତ କ୍ୟାଲେଣ୍ଡର ଏକ ନୂତନ ଧରଣର ହେବା ସହିତ ପ୍ରଥମ ଥର ପାଇଁ ଏହିଭଳି କ୍ୟାଲେଣ୍ଡର ସଂଘ ଦ୍ବାରା କରାଯାଇଥିବା ସଭାପତି ଶ୍ରୀ ଦାଶ୍ ପ୍ରକାଶ କରିଛନ୍ତି I
ଉନ୍ମୋଚନ କାର୍ଯ୍ୟକ୍ରମରେ ଶ୍ରୀ ବୃନ୍ଦାବନ ପଣ୍ଡା ମୁଖ୍ୟ ଉପଦେଷ୍ଟା, ସୁଜାତା ମହାପାତ୍ର, କାର୍ଯ୍ୟ ନିର୍ବାହୀ ସଦସ୍ୟ ମାଧ୍ୟମିକ ବିଦ୍ୟାଳୟ କର୍ମଚାରି ସଂଘ ଓଡ଼ିଶା, ଶ୍ରୀ କିଶୋର ଚନ୍ଦ୍ର ସାହୁ କାର୍ଯ୍ୟକାରୀ ସଭାପତି ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଯୋଗଦାନ କରିଥିଲେ Iଉକ୍ତ କ୍ୟାଲେଣ୍ଡର ରେ କାର୍ଯ୍ୟାଳୟ ର ଛୁଟି ତାଲିକା, ସମସ୍ତ ବିଦ୍ୟାଳୟ ର ଛୁଟି ତାଲିକା ସହିତ କାର୍ଯ୍ୟାଳୟ ଓ ବିଦ୍ୟାଳୟ ରେ କାର୍ଯ୍ୟରତ କର୍ମଚାରୀଙ୍କ ନିମନ୍ତେ ଇଛାଧିନ ଛୁଟି ତାଲିକା ପ୍ରକାଶ ପାଇଛି I