ମାଲକାନଗିରିରେ ବଡ ଧରଣର ଲୁଟ୍ ଦେଢ଼ କୋଟି ଟଙ୍କାର ମୋବାଇଲ୍ ଚୋରି

ମାଲକାନଗିରି,(ମନୋଜ କୁମାର ସାହା):ମାଲକାନଗିରି ଜିଲ୍ଲା ସଦର ମହକୁମା ନୂତନ ମେଡିକାଲ ନିକଟରେ ଥିବା ଓମ୍ ମୋବାଇଲ୍ କେୟାର ରେ ବଡ ଧରଣ ର ଲୁଟ୍ କରିଛନ୍ତି ଦୃର୍ବୁତ୍ତ ମାନେ । ସି ସି ଟିଭି ସୁତ୍ର ରୁ ଜଣା ପଡ଼ିଛି ଯେ ରାତି ୨ ଟା ସମୟ ରେ ଦୁଇ ଜଣ ଚୋର ମୋବାଇଲ୍ ଦୋକାନର କାନ୍ଥ ରେ ଏକ ହୋଲ କରି ଦୋକାନ ମଧ୍ୟରେ ପ୍ରବେଶ କରିଥିଲେ l ଦୋକାନର ଥିବା ସବୁ ଦାମୀ ମୋବାଇଲ୍ ଓପୋ, ଭିଭୋ, ସାମସଙ୍ଗ, ଆଇ ଫୋନ ସାତଟି ବସ୍ତା ରେ ଭର୍ତ୍ତି କରି ଚୋରି କରି ନେଇଥିଲେ । ତେବେ ଚୋର ମୋବାଇଲ୍ ର ଡବା ଗୁଡ଼ିକ ଦୋକାନ ପାଖରେ ଥିବା ଏକ ଜଙ୍ଗଲ ମଧ୍ୟରେ ପକାଇ ଖାଲି ମୋବାଇଲ୍ ଗୁଡ଼ିକ ନେଇ ଯାଇଥିବା ପୋଲିସ ତଦନ୍ତ ରୁ ଜଣା ପଡ଼ିଛି । ହେଲେ ଦୋକାନ ମାଲିକ ଦୀପଙ୍କର ମଣ୍ଡଳଙ୍କ କହିବା ଅନୁଯାୟୀ ଚୋରି ହେଇ ଥିବା ମୋବାଇଲ୍ ଗୁଡ଼ିକର ମୂଲ୍ୟ ଆନୁମାନିକ ଦେଢ଼ କୋଟି ଟଙ୍କା ହେବ ବୋଲି କହିଛନ୍ତି l ପୋଲିସ ତଦନ୍ତ ଜାରି ରଖିଛି ମୋବାଇଲ୍ ର ଦବା ରେ ଥିବା ଆଇ ମି ନମ୍ବର ଦ୍ଵାରା ଚୋରକୁ ଧରିବା ପାଇଁ ପ୍ରୟାସ ଜାରି ରହିଛି ତଥା ଡଗ ସ୍କ୍ୱାର୍ଡ ଓ ସାଇନ୍ ଟି ଫିକ ଟିମ୍ କୁ ଡକାଯାଇଛି ବୋଲି ମାଲକାନଗିରି ଥାନା ଅଧିକାରୀ ଶ୍ରୀ ରିଗନ କିଣ୍ଡୋ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ