ମାଷ୍ଟର ଖେଳାଳି କିଶୋର ରଥ ଜାତୀୟ ମାଷ୍ଟର ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଉତ୍ତର ପ୍ରଦେଶର ସହରରେ ଥିବା ଡ଼. ଆମ୍ବେଦକର ଷ୍ଟାଡିୟମରେ ଜାତୀୟ ମାଷ୍ଟର ଖେଳ ପ୍ରତିଯୋଗିତା ଚଳିତ ମାସ ୮ ରୁ ୧୦ ପର୍ୟ୍ୟନ୍ତ ଅନୁଷ୍ଠିତ ହେଉଛି.ଏହି ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ସୁନାମଧନ୍ୟ ମାଷ୍ଟର ଖେଳାଳି କିଶୋର ଚନ୍ଦ୍ର ରଥ ଗତକାଲି ୮ ରିଖ ଓ ଆଜି ୯ ରିଖରେ ଅନୁଷ୍ଠିତ ଟ୍ରିପଲ ଜମ୍ପରେ ସ୍ବର୍ଣ୍ଣ, ୧୦୦ ମିଟରରେ ସିଲଭର ମେଡାଲ ଏବଂ ଲଙ୍ଗ ଜମ୍ପରେ ରୌପ୍ୟ ପଦକ ହାସଲ କରିଛନ୍ତି. ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୭ ଜଣ ଅଂଶ ଗ୍ରହଣ କରିଥିଲେ. ଏହି ସଫଳତା ପାଇଁ ଦେବେନ୍ଦ୍ର ଦାସ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ନୃସିଂହ ରଥ, ବିନୋଦ ଜେନା, ବିଚିତ୍ର ନନ୍ଦ ଵେବର୍ତ୍ତା, ଉମା ରଥ, ବାବୁନା ବେହେରା, କାବୁପାତ୍ର, ଭରତ ଭୂଷଣ ମହାନ୍ତି ପ୍ରମୁଖଙ୍କ ସମେତ ଗଜପତି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗରୁଡ଼ ଧ୍ଵଜ ଚୌଧୁରୀ ଏବଂ ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା ଶ୍ରୀ ରଥଙ୍କୁ କୃତଜ୍ଞତା ସହ ଶୁଭକାମନା ଜଣାଇଛନ୍ତି.