ମାସାହାଡ଼ା ସୁନ୍ଦରୀଙ୍କ ବାର୍ଷିକ ପୂଜାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

କରଞ୍ଜିଆ,(ଜିତେନ୍ଦ୍ର ରାଜ):ବିଶ୍ୱାସର ଅନ୍ୟନାମ ଭଗବାନ ଏହା ସିଦ୍ଧ କରେ କରଞ୍ଜିଆ ବ୍ଲକ୍ ପାଟବିଲ ପଞ୍ଚାୟତ ରସୁନାପୋଷି ଗାଁ ଠାରୁ ୫ କିମି ଦୂର ପାହାଡ଼ପର୍ବତ ଘେରା ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ବାଥୁଡ଼ି ସମ୍ପ୍ରଦାୟର ବହୁଚର୍ଚ୍ଚିତ ୧୮ଦେଉଳର ଶେଷ ପୀଠ ପୁନେଇଁବୁରୁ ପୀଠ ବିଶିପୁରଠାରେ ଅବସ୍ଥିତ ଏହି ପୀଠର ମା’ ସାହାଡ଼ା ସୁନ୍ଦରୀ ପୀଠ ଏଠାରେ ପ୍ରତ୍ୟେକ ବର୍ଷ ଦୁଇଦିନ ଧରି ପୂଜା ପାଇଥାନ୍ତି ମା ସାହାଡ଼ା ସୁନ୍ଦରୀ ଏଠାରେ ଉଭୟ ବାଥୁଡି ଓ ସାନ୍ତାଳ ସମ୍ପ୍ରଦାୟ ର ଦେହୁରୀ ଙ୍କ ଦ୍ୱାରା ପୂଜାର୍ଚନା କରାଯାଇଥାଏ । ଏଠାରେ କେଉଁ ଆବହମାନ କାଳରୁ କୁମାର ପୂର୍ଣ୍ଣମୀ ଦିନ ପୂଜା ପାଇଆସୁଛନ୍ତି ମା ସାହାଡ଼ା ସୁନ୍ଦରୀ ବିଶ୍ୱାସ ରହିଛି କି ପୁନେଇଁବୁରୁ ପୀଠ ନିକଟରେ ବୋହିଯାଇଥବା ଝରଣା ପାଣିରେ ଗାଧୋଇ ମା ଙ୍କ ନିକଟରେ ନିଷ୍ଠାର ସହିତ କରାଯାଉଥିବା ମାନସିକ ପୂରଣ ହୋଇଥାଏ ଏପରିକି ନିଃସନ୍ତାନ ଦମ୍ପନ୍ତି ଙ୍କ ମାନସିକ ପୂରଣହୋଇ ସନ୍ତାନ ଜାତ ହେଉଥିବା ମଧ୍ୟ ବିଶ୍ୱାସ ରହିଛି । ଏଣୁ ବର୍ଷର ଏହି ବାର୍ଷିକ ପୂଜାରେ ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ବାଲେଶ୍ବର ତଥା ଝାଡ଼ଖଣ୍ଡ ରାଜ୍ୟ ଓ ପଶ୍ଚିମବଙ୍ଗରୁ ଏଠାକୁ ଭକ୍ତଙ୍କ ସୁଅ ଛୁଟିଥିଲା । କିଏ ମାନସିକ କରିବାକୁ ଆସିଥାଏ ତ କିଏ ମାନସିକ ପୂରଣ ହେଲେ ମନସ୍କାମନା ପୂରଣ ହେଲେ ମାନସିକ ରଖିଥିବା ପଶୁ,ପକ୍ଷୀ ଦାନ କରିବାକୁ ଆସିଥାନ୍ତି । ମା’ଙ୍କ ଆଶୀର୍ବାଦରୁ ନିକଟସ୍ଥ ଜଙ୍ଗଲରେ ଥିବା ବାଘ, ଭାଲୁ ତଥା ଅନ୍ୟାନ୍ୟ ହିଂସ୍ର ଜୀବଜନ୍ତୁ କେବେ କୌଣସି ସମୟରେ ଧନଜୀବନ କ୍ଷତି କରନ୍ତି ନାହିଁ ବୋଲି ଦେହୁରୀ ଗୟା ପଥୁରିଆ ପ୍ରକାଶ କରିଛନ୍ତି ।ପୂର୍ଣ୍ଣମୀ ଦିନ ବଢ଼ି ସକାଳୁ ପୂଜକ ଗୟା ପଥୁରିଆଙ୍କ ଦ୍ବାରା ମା’ଙ୍କ ମହାସ୍ନାନ ଉପଚାର ପରେ ସକାଳ ଧୂପ, ପରମ୍ପରା ମୁତାବକ ପ୍ରମୋଦ ସେନାପତିଙ୍କ ଭୋଗ ପ୍ରଥମେ ଲାଗିହୋଇଥିଲା । ପରେ ଅନ୍ୟ ଭକ୍ତ ମାନଙ୍କ ପାଇଁ ପୂଜାର୍ଚ୍ଚନା ହୋଇଥିଲା। ଯେଉଁ ଦମ୍ପତିଙ୍କ ପିଲା ଛୁଆ ହୁଏନାହିଁ ସେମାନଙ୍କ ସଂଖ୍ୟା ଅଧିକ ଦେଖିବାକୁ ମିଳିଥାଏ। ଜିଲ୍ଲାତଥା ଜିଲ୍ଲା ବାହାରୁ ଏପରିକି ପୋଡ଼ଷି ରାଜ୍ୟ ରୁ ଭକ୍ତ ଓ ଜନସାଧାରଣ ପାହାଡ଼ିଆ ରାସ୍ତାରେ ଚାଲିଚାଲି ପୀଠ ନିକଟରେ ପହଞ୍ଚିଥିଲେ। ଏହିପୂଜା ଅବସରରେ ଏହି ପାହାଡ଼ କୁ ହଜାର ହଜାର ପୁରୁଷ ଓ ମହିଳା, ଛୋଟ ଛୁଆ ଚଢିଥାନ୍ତି କିନ୍ତୁ ପୀଠର ମହିମା ଯୋଗୁ କେବେ କୌଣସି ଦୁର୍ଘଟଣା ବା ସେଭଳି ପରିସ୍ଥିତି ଉପୁଜିନଥିବା ଓ ଏବର୍ଷ ଦୁଇଦିନ ପୂଜା ଓ ମେଳା ରେ ପ୍ରାୟ ୮୦ ହଜାରରୁ ଊର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ହୋଇଥିବା ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି। କରଞ୍ଜିଆ ଥାନା ପକ୍ଷରୁ ଶାନ୍ତିଶୃଙ୍ଖଳାର ସହ ପୂଜା କରିବା ପାଇଁ ସମସ୍ତ ପ୍ରକାର ଆୟୋଜନ କରଞ୍ଜିଆଥାନା ଭାରପ୍ରାପ୍ତ ଅଧିକାରୀ ନିରୋଦ କୁମାର ମଲ୍ଲିକ ଙ୍କନେତୃତ୍ୱ ରେ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ