ମା’ କିଚକେଶ୍ବରୀଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହଜାର ହଜାର ଭକ୍ତଙ୍କ ସମାଗମ
କରଞ୍ଜିଆ,(ଜିତେନ୍ଦ୍ର ରାଜ):ମୟୂରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ଖିଚିଂ ଶକ୍ତି ପୀଠର ମା’ କିଚକେଶ୍ଵରୀଙ୍କ ସୁନାବେଶ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହୋଇଥାଏ। ଏଥିପାଇଁ ଆଜି ଖିଚିଂ ପୀଠ ଉତ୍ସବମୁଖର ହୋଇଉଠିଛି। ପୂଜକଙ୍କଠାରୁ ଆରମ୍ଭ କରି ପରିଛା, ସରକାରୀ ଅଧିକାରୀ ସମସ୍ତେ ଉତ୍ସବ ପାଇଁ ଲାଗିପଡ଼ିଥିଲେ । ସକାଳ ୭ ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମା’ଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା ବିଶ୍ୱାସ ରହିଛି କି ଏହିଦିନ ମା’ଙ୍କୁ ଦର୍ଶନ କଲେ ପୂଣ୍ୟ ମିଳିଥାଏ । ତେଣୁ ମା’ଙ୍କ ସୁନାବେଶ ଦେଖିବା ପାଇଁ ଓଡ଼ିଶା ସମେତ ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗର ଭକ୍ତମାନେ ବହୁ ସଂଖ୍ୟାରେ ମା’ଙ୍କୁ ଦର୍ଶନ କରିବାକୁ ଆସିଥିବାରୁ ମନ୍ଦିର କମିଟି ଓ ପ୍ରଶାସନ ପକ୍ଷରୁ ସମସ୍ତ I ପ୍ରକାର ବ୍ୟବସ୍ଥା କରାଯାଇ ଥିଲା। ଓଡ଼ିଶାର ଅନେକ ଶକ୍ତି ପୀଠରେ ଅନେକ ପରମ୍ପରା ରହିଛି। ଓଡ଼ିଶାର ୧୩ଶହ ବର୍ଷର ପୁରାତନ ଖିଚିଂ ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମାରେ ଭିନ୍ନ ପରମ୍ପରାରେ ପୂଜା ହୋଇଥାଏ। ଖିଚିଂ ମନ୍ଦିର ବିଶ୍ଵର ଏକମାତ୍ର ମନ୍ଦିର ଯାହାକି କଳାମୁଗୁନି ପଥରରେ ନିର୍ମାଣ ହୋଇଛି । ଏହି ମନ୍ଦିର ୯୨୦ରୁ ୯୨୬ ଖ୍ରୀଷ୍ଟାବ୍ଦ ମଧ୍ୟରେ ସ୍ଥାପନ କରାଯାଇଥିବା ଜଣାପଡ଼ିଛି। ପ୍ରାକୃତିକ ବିପର୍ଯ୍ୟୟ କାରଣ ପାଇଁ ହେଉ କିମ୍ବା କଳାପାହାଡ଼ ଆକ୍ରମଣରେ ମନ୍ଦିର ଭାଙ୍ଗି ଯାଇଥିଲା। ପରବର୍ତ୍ତୀ ସମୟରେ ୧୯୩୪ ମସିହାରେ ମୟୂରଭଞ୍ଜ ମହାରାଜା ପୁନଃନିର୍ମାଣ କରିଥିଲେ । ଏହି ମନ୍ଦିରର ଏରିଆ ହେଉଛି ୧୭୬୪ ବର୍ଗ ଫୁଟ୍ ବର୍ଷତମାମ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ସ୍ବାଧୀନତା ପୂର୍ବରୁ ମୟୂରଭଞ୍ଜ ରାଜାଙ୍କ ଦାୟିତ୍ଵରେ ଏହି ମନ୍ଦିରର ରହିଥିଲା । ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ଦାୟିତ୍ଵରେ ରହିଛି। ମନ୍ଦିର ରକ୍ଷଣାବେକ୍ଷଣ ଓ ନୀତିକାନ୍ତି କାର୍ଯ୍ୟ ପାଇଁ ଟ୍ରଷ୍ଟ ଗଠନ ହୋଇଛି। ଉପଜିଲ୍ଲାପାଳ ଟ୍ରଷ୍ଟ ର ମୁଖ୍ୟଟ୍ରଷ୍ଟି ଦାୟିତ୍ଵରେ ଅଛନ୍ତି । ଏବେ ଉପଜିଲ୍ଲାପାଳ ଦାଇତ୍ଵରେ ପ୍ରେମାଂଶୁ ଚାନ୍ଦ ମନ୍ଦି ମନ୍ଦିର ଦାୟିତ୍ବ ତୁଲାଉଛନ୍ତି । ଖିଚିଂ ମନ୍ଦିର ପରିସରରେ ମା’ଙ୍କ ମୂର୍ତ୍ତି ସହିତ ୩ଟି ଶିବଲିଙ୍ଗରେ ମହାଦେବ ଦବ ପୂଜା ପାଉଛନ୍ତି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମନ୍ଦିର ପରିସର କୁ ପରିସରକୁ ସୁସଜ୍ଜିତ କରାଯାଇ ଥିଲା । ମା’ଙ୍କୁ ନୂତନ ଶାଢୀରେ ସୁସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯିବା ସହିତ ସୁନାବେଶ ଅନୁଷ୍ଠିତ ହୋଇ ଭକ୍ତ ଙ୍କ ଦର୍ଶନ ନିମନ୍ତେ ଖୋଲାଯାଇଥିଲା | ମନ୍ଦିର ଗେଟ୍ ସମ୍ମୁଖରେ ଫୁଲରେ ସାଜସଜ୍ଜା ସହିତ ବ୍ୟାପ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ପୂଜକ ଦାୟିତ୍ୱ ରେ ଦିଲ୍ଲୀପ ପାଣିଗ୍ରାହୀ, ଧବଳ ପାଣିଗ୍ରାହୀ ଦାୟିତ୍ୱ ତୁଲାଇଥିଲେ ଏଠାକୁ ବର୍ଷ ତମାମ ଭକ୍ତ ଓ ପର୍ଯ୍ୟଟକ ଙ୍କ ଭିଡ଼ ଜମିଥାଏ | ଖିଚିଂ ମନ୍ଦିର କୁ କେବଳ ଓଡିଶା ନୁହେଁ ଓଡିଶା ବାହାରୁ ବିହାର, ଝାରଖଣ୍ଡ , କଲିକତାରୁ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସୁଅ ଛୁଟିଥାଏ, ତା’ସହିତ ମା କିଚେକେଶ୍ଵରୀ ଠାକୁରାଣୀ କୁ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ମଧ୍ୟ ଭକ୍ତଙ୍କ ସୁଅଛୁଟିଥାଏ | ତେବେ ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୁର୍ଣିମା ଦିନ ମାଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ | ଏହି ଦୁର୍ଲଭ ସୁନାବେଶ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ | ତେବେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ କାର୍ତିକ ପୂର୍ଣ୍ଣିମା ରେ ମା’କିଚକେଶ୍ବରୀଙ୍କ ଦୁର୍ଲଭ ବେଶ ମା’ଙ୍କର ସୁନା ବେଶ ଅନୁଷ୍ଠିତ ହୋଇଯାଉଛି |ସକାଳ ୭ ଘଟିକାରୁ ଅପରାହ୍ନ ୩ଘଟିକା ୩୦ ମିନିଟ ଯାଏଁ ମା’ଙ୍କର ସୁନାବେଶ ଅନୁଷ୍ଠିତ ହୋଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଥିଲା | ତେବେ ଏହି ସୁନାବେଶ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା | ଭିଡ କୁ ଦୃଷ୍ଟି ରେ ରଖି କିଭଳି ଆସୁଥିବା ଭକ୍ତ ମାନଙ୍କ ସୁରକ୍ଷା ଏବଂ ଶାନ୍ତି ଶୃଙ୍ଖଳା ରେ ମା:ଙ୍କର ଦର୍ଶନ କରି ଆଶ୍ରିବାଦ ଲାଭ କରିବେ ତା’ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା | ସୁରକ୍ଷା କୁ ଦୃଷ୍ଟି ରେ ରଖି ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାରଙ୍କ ନିର୍ଦେଶ କ୍ରମେ ପୋଲିସ ମୁତୟନ ମଧ୍ୟ କରାଯାଇଥିଲା | ମା’ଙ୍କ ସୁନାବେଶ ରେ ପଞ୍ଚାପୀଡ଼ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ଶୁକୃଳି ତହସିଲଦାର ଯତୀନ୍ଦ୍ରନାଥ ସେଠୀ, ମନ୍ଦିର ପରିଛା ଅଜୟ କୁମାର ସାହୁ, ପୂଜକ ଦିଲ୍ଲୀପ ପାଣିଗ୍ରାହୀ,ସମାଜସେବୀ ହିମାଂଶୁ ଶେଖର ନାଏକ,,ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସେକ୍ସନ ଅଫିସର ଧିରେନ ଭୋଇ,ସାମ୍ବାଦିକ ବିଜୟ ଗିରି, ଅଭିଷେକ ପାଣିଗ୍ରାହୀ ଉପସ୍ଥିତ ରହି ଏହାର ତଦାରଖ କରିଥିଲେ |