ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ନୂତନ ବର୍ଷର ଶୁଭେଚ୍ଛା
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ଅଧିକାରୀ ଓ ବ୍ୟକ୍ତି ବିଶେଷଙ୍କୁ ୨୦୨୫ ନୂତନ ବର୍ଷର ଶୁଭେଚ୍ଛା ଜ୍ଞାପନ କରାଯାଇଛି। ପୋଲସରା ନିର୍ବାଚନ ମଣ୍ଡଳୀ ମାନ୍ୟବର ବିଧାୟକ ତଥା ମତ୍ସ୍ୟ ଓ ପ୍ରାଣୀଧନ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ, ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିନ୍ମୟ ମହାପାତ୍ର, ବୁଗୁଡା ତହସିଲଦାର ଓ ବିଡ଼ିଓ ତାପସ ରାଉତ ଏବଂ ସବ୍ ଟ୍ରେଜେରୀ ଅଫିସର ମଞ୍ଜୁଳା କୁମାରୀ ପଣ୍ଡା ଙ୍କୁ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜାନୁଆରୀ ୦୧ ତାରିଖ ଦିନ ଶୁଭେଚ୍ଛା ଜ୍ଞାପନ କରାଯାଇଥି। ଏହି କାର୍ଯ୍ୟକ୍ରମରେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋରଞ୍ଜନ ଦାଶ, ସମ୍ପାଦକ ନଗେନ୍ଦ୍ର ଷଡଙ୍ଗୀ, ନୂତନ ପେନସନ ଶିକ୍ଷକ ସଂଘ ଉପସଭାପତି ସନ୍ତୋଷ କୁମାର ପାତ୍ର, କାଳୀ ଚରଣ ଆଚାର୍ଯ୍ୟ , ସୁରେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ପୂର୍ବତନ ଶିକ୍ଷକ ନେତା ତଥା ବରିଷ୍ଠ ସାମ୍ବାଦିକ ଅନିଲ କୁମାର ମହାରଣାଙ୍କ ନିଜ ଗ୍ରାମ ମାଣିତରାକୁ ମିଳିତ ଶିକ୍ଷକ ସଂଘ ପକ୍ଷରୁ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋରଞ୍ଜନ ଦାଶ, ନୂତନ ପେନସନ ଶିକ୍ଷକ ସଂଘ ଉପସଭାପତି ସନ୍ତୋଷ କୁମାର ପାତ୍ର, ମାଣିତର କ୍ଲଷ୍ଟର ସିଆରସିସି ଶଶିକାନ୍ତ ପାତ୍ର, ମଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାୟକ, ଭୋଗଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ପ୍ରଧାନ, ସାପୁଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ନାୟକ ଓ ତାମ୍ବୀରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରତାପ ଚନ୍ଦ୍ର ନାୟକ ପ୍ରମୁଖ ଯାଇ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହ ସ୍ୱାସ୍ଥ୍ୟବାନ ରହିବାକୁ କାମନା କରିଥିଲେ।