ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖିଚିଂରେ ପର୍ଯ୍ୟଟନ ବିଭାଗର ସଚିବ

କରଞ୍ଜିଆ,(ଜିତେନ୍ଦ୍ର ରାଜ):ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ କିଚକେଶ୍ୱେରିଙ୍କ ମନ୍ଦିର ବର୍ତମାନ ଶୁକୃଳି ବ୍ଲକର ଖିଂଚିଂ ତଥା ମହାଭାରତ ସମୟର ଖିଚିଂ କୋଟାରେ ଅବସ୍ଥିତ ବିଶ୍ୱର ବିରଳ ତଥା ଏକ ମାତ୍ର କଳା ମୁଗୁନି ପଥରରେ ନିର୍ମିତ ଏହି ମନ୍ଦିର ଓଡ଼ିଶା ପର୍ଯ୍ୟଟନ ସ୍ଥଳୀ ମାନଚିତ୍ରରେ ସ୍ଥାନ ପାଇଛି, ଏହି ମନ୍ଦିର ବହୁ ପୁରାତନ ହୋଇଥିଲେ ମଧ୍ୟ ଆଖିଦୃଷିଆ କୌଣସି କାର୍ଯ୍ୟ ହେଇ ପାରୁ ନଥିଲା କିମ୍ବା ପର୍ଯ୍ୟଟନର ବିକାଶ ହୋଇପାରୁନଥିଲା ତତ୍କାଳୀନ ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ମଠ ମନ୍ଦିରର ଉନ୍ନତିକରଣ ଓ ପର୍ଯ୍ୟଟନ ବିକାଶ ନିମନ୍ତେ ପାଣ୍ଠି ମଂଜୁର କରି ବିଭିନ୍ନ ପୁରାତନ ମନ୍ଦିରର ଉନ୍ନତିକରଣ କରାଇଥିଲେ କିନ୍ତୁ ମୟୁରଭଞ୍ଜର ଅଧିଷ୍ଠାତ୍ରୀ ଦେବୀଙ୍କ ଏହି ପୀଠ ଉପରେ କିନ୍ତୁ ଅନ୍ୟମନ୍ଦିର ମାନଙ୍କୁ ଯେଉଁଭଳି ଭାବେ ଅର୍ଥ ମଂଜୁର ହେଉଥିଲା ସେଭଳି ଆଖିଦୃଶିଆ କୌଣସି ଅର୍ଥ ମଂଜୁର କରାଯାଇନଥିଲା ମୟୁରଭଞ୍ଜ ମାଟିର ଝିଅ ଦେଶର ସର୍ବଚପଦବୀ ରେ ଅବସ୍ଥାପିତ ହୋଇ ମହାମହିମ ରାଷ୍ଟ୍ରପତି ଭାବେ ଦାଇତ୍ୱ ଗ୍ରହଣ ପରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଗସ୍ତ ସମୟରେଙ୍କ ଖିଚିଂ ମନ୍ଦିରରେ ମାଆଙ୍କ ଦର୍ଶନ କରିଥିଲେ ଓ ମନ୍ଦିର ର ସମସ୍ୟା ଓ ଉନ୍ନତିକରଣ ନିମନ୍ତେ ପଚାରିବୁଝିଥିଲେ ଯଶିପୁର ବିଧାୟକ ତଥା batରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ, ମନ୍ଦିର ପରିଚାଳନା କମିଟି ସଦସ୍ୟ, ପରିଛା ଅଜୟ ସାହୁ, ପୂଜକ ଦିଲ୍ଲୀପ ପାଣିଗ୍ରାହୀ ମହାମହିମ ରାଷ୍ଟ୍ରପତିଙ୍କୁ ମନ୍ଦିର ର ଉନ୍ନତି ଦିଗରେ ସହଯୋଗ ନିମନ୍ତେ ନିବେଦନ କରିଥିଲେ ଓପରେ ମନ୍ତୀ ଗଣେଶ ରାମସିଂ ଖୁଣ୍ଟିଆଙ୍କ ଉଦ୍ୟମ କ୍ରମେ କେନ୍ଦ୍ର ସରକାରଙ୍କ ତରଫରୁ ଏହି ମନ୍ଦିର ପ୍ରସାଦ ଯୋଜନାରେ ସାମିଲ ହୋଇଚି, ଗତ ନିର୍ବାଚନ ରେ ବିଧାୟକଭାବେ ବିଜୟଲାଭ କରିବା ପରେ କେନ୍ଦୁଝର ବିଧାୟକ ତଥା ବର୍ତମାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସି ମାଆଙ୍କ ପୂଜାର୍ଚନା କରିଥିଲେ ରାଜ୍ୟରେ ନୂତନ ସରକାର ଗଠନ ଓ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ ପରେ ମନ୍ଦିର ପ୍ରଶାସନ ତରଫରୁ ପରିଛା ଅଜୟ ସାହୁ, ପୂଜକ ଦିଲ୍ଲୀପ ପାଣିଗ୍ରାହୀ ଓ ଅନ୍ୟ ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱରରେ ଭେଟି ଖିଚିଂ ଗସ୍ତ କରିବାକୁ ନିମନ୍ତ୍ରଣ କରିଥିଲେ ଓ ମୁଖ୍ୟମନ୍ତ୍ରୀ ନିଶ୍ଚିତ ଖିଚିଂ ଯିବେ ଓ ସେ ଆସିବା ପୂର୍ବରୁ ଏକ ଟିମ ପଠାଇ ମନ୍ଦିର ପରିଦର୍ଶନ କରି କିଭଳି ମନ୍ଦିର ତଥା ଏହାର ଆଖ ପାଖର ଉନ୍ନତିକାରଣ କରାଯାଇପାରିବ ତାହା ଟିମ ମାଧ୍ୟମ ରେ ସୂଚନା ପାଇବା ପରେ ସେ ମନ୍ଦିରକୁ ଗସ୍ତ କରିବେ ବୋଲି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି ଅନୁଯାୟୀ ମନ୍ଦିରକୁ ରାଜ୍ୟସରକାରଙ୍କ ପର୍ଯ୍ୟଟନ ବିଭାଗର ପ୍ରତିନିଧି ମଣ୍ଡଳ ପର୍ଯ୍ୟଟନ ବିଭାଗ ର ସଚିବ ବଲବନ୍ତ ସିଂଙ୍କ ଅଧ୍ୟକ୍ଷତା ରେ ଖିଚିଂ ଗ୍ରସ୍ତରେ ଆସି ମାଙ୍କ ଦର୍ଶନ କରିବା ସହିତ ମନ୍ଦିର ପରିସର , ପାର୍କିଂ ସ୍ଥାନ, ବଗିଚା ଆଦି ସମସ୍ତ ସ୍ଥାନ ବୁଲି ଅନୁଧ୍ୟାନ କରିଥିଲେ,ଟୁରିଷ୍ଟ ଅଫିସର୍ ଓ ବିଭାଗର କର୍ମଚାରୀ , ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଓ କର୍ମଚାରୀ, କରଞ୍ଜିଆ ଉପଜିଲ୍ଲାପାଳ, ସ୍ଥାନୀୟ ତହସିଲଦାର, ବିଡ଼ିଓ ଉପସ୍ଥିତ ରହିଥିଲେ । ଟିମ ତାଙ୍କ ରିପୋର୍ଟ ପ୍ରଦାନ ପରେ ଆସନ୍ତା ମାସ ଦ୍ୱିତୀୟ ସପ୍ତାହ ରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସ୍ଥିରକୃତହେବା ସମ୍ଭାବନା ସୃଷ୍ଟି ହୋଇଛି ପର୍ଯ୍ୟଟନ ସଚିବ ଓ ତାଙ୍କ ଟିମ ମନ୍ଦିର ରେ ଦର୍ଶନ ଓ ପୂଜାର୍ଚନା ପରେ ମାଆ କିଚକେଶ୍ୱରିଙ୍କ ପ୍ରସାଦ ସେବନ ପରେ ନିକଟସ୍ଥ କେସନା ପଥର ଶିଳ୍ପ ଗ୍ରାମକୁ ପରିଦର୍ଶନ କରିବାକୁ ଯାଇଥିଲେ। ପର୍ଯ୍ୟଟନ ସଚିବଙ୍କ ନେତୃତ୍ୱରେ ଟିମ ଆସିବା ପରେ ଖିଚିଂ ସ୍ଥିତ ମାଆ କିଚକେଶ୍ୱରୀଙ୍କ ପୀଠର ଉନ୍ନତିକରଣ ହେବା ସହିତ ପର୍ଯ୍ୟଟନ ଶିଳ୍ପର ବିକାଶ ହେବ ବୋଲି ଆଶା ବୃଦ୍ଧି ପାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ