ମୁଗୁପୁର ଗ୍ରାମରେ ଡିଏମଏଫ ଦ୍ୱାରା ନିଯୁକ୍ତ ଭ୍ରାମ୍ୟମାଣ ଡ଼ାକ୍ତରୀ ଦଳକୁ ଆକ୍ରମଣ
ହାଟଡିହି, (ବିକାଶ ବିଶ୍ୱାଳ):ମଦ ପାଇଁ ଆଜିର ସମାଜ କଳୁଷିତ ହୋଇଯାଇଛି। ମଦ୍ୟପ ମାନଙ୍କ ଯୋଗୁଁ ଦୈନଦିନ ଅନେକ ଦୁର୍ଘଟଣା ଘଟୁଥିବା ବେଳେ ଗତ କାଲି ଜଣେ ମଦ୍ୟପ ଗାଡି ଚାଳକ ଦୁଇଜଣଙ୍କ ଉପରେ ଗାଡି ଚଢ଼ାଇ ହତ୍ୟା କରିବାଘଟଣା ସାରା ରାଜ୍ୟରେ ଚ଼ର୍ଟ୍ଟାର ବିଷୟ ପାଇଟିଥିଲା। ଠିକ ସେହିପରି ମୁଗୁପୁର ଗ୍ରାମରେ ଜଣେ ମଦ୍ୟପ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ ଆସି ଡିଏମଏଫ ଦ୍ୱାରା ନିଯୁକ୍ତ ଭ୍ରାମ୍ୟମାଣ ଡ଼ାକ୍ତରୀ ଦଳକୁ ଆକ୍ରମଣ କରିବା ଘଟଣା ଚର୍ଚ୍ଚାର ବିଷୟ ପାଇଟିଛି। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସୁଚନା ଅନୁଯାଇ ଡିଏମଏଫ ଦ୍ୱାରା ନିଯୁକ୍ତ ଭ୍ରାମ୍ୟମାଣ ଡ଼ାକ୍ତରୀ ଦଳ ମୁଗୁପୁର ଗାଁ କୁଯାଇ ରୋଗୀସେବା ଯୋଗାଇଦେଉଥିବା ବେଳେ ଜଣେ ମଦ୍ୟପ ବ୍ୟକ୍ତି ହଠାତ ଆସି ଡାକ୍ତରୀ ଦଳକୁ ଗାଳିଗୁଲଜ କରିଥିଲା। ଡାକ୍ତରୀ ଦଳର କିଛି ସଦସ୍ୟ ତାଙ୍କୁ ବିରୋଧ କରିବାରୁ ଡାକ୍ତରୀ ଦଳର ପ୍ରତିନିଧି ମାନଙ୍କୁ ଆକ୍ରମଣ କରିବାକୁ ପଛେଇନଥିଲା। ଯାହା ଫଳରେ ବାହାରୁ ଆସିଥିବା ଏହି ଡାକ୍ତରୀଦଳ ଭୟଭୀତ ହୋଇ ପଡ଼ିଥିଲେ। ଏନେଇ ଉକ୍ତ ମେତିକାଲ ଟିମ ପକ୍ଷରୁ ଥାନାରେ କୌଣସି ଅଭିଯୋଗ କରିନଥିବା ବେଳେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରାଯାଇଥିବା ସୁଚନା ମିଳିଛି। ମୁଗୁପୁର ଅଞ୍ଚଳର ବୁଦ୍ଧିଜୀବୀ ମାନେ ଏପରି ଘଟଣାର ନିନ୍ଦା କରିବା ସହିତ ତୃଣମୂଳ ସ୍ତରରେ ସମସ୍ତେ ଏହାର ବିରୋଧ କରିବା ଉଚିତ ବୋଲି ମତ ଦେଇଛନ୍ତି।