ମେଡିକାଲ କଲେଜ ପ୍ରତିଷ୍ଠ ନେଇ ଘୋଷଣା ପରେ ଡବଲ ଇଞ୍ଜିନ ସରକାରଙ୍କୁ କୃତଜ୍ଞତା

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ବନ୍ତ ବ୍ଲକ ବିଜେପି ପକ୍ଷରୁ ଡବଲ ଇଞ୍ଜିନ ସରକାରଙ୍କୁ କୃତଜ୍ଞତା ଜଣାଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଜେପି ନେତା ଡ.ସୁଧାଂଶୁ ନାୟକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଓ ବରିଷ୍ଠ ନେତା ବନ୍ତସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବନ୍ତ ବଜାର ପରିକ୍ରମା କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରଶଂସା କରି ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ । ଏଥିସହ ବାଣ ଫୁଟାଇ ଖୁସି ମନାଇଥିଲେ । ନିର୍ବାଚନ ସମୟରେ ମାନ୍ୟବର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଯେଉଁ ପ୍ରତିଶୃତି ଦେଇଥିଲେ ତାହ ଆଜି ବାସ୍ତବର ରୂପ ନେଇଛି ବୋଲି ଥାନା ଛକ ଠାରେ ପଥପ୍ରାନ୍ତ ସଭାରେ ବରିଷ୍ଠ ନେତୃତ୍ୱ ମାନେ କହିଥିଲେ । ଭଦ୍ରକବାସୀଙ୍କର ଦୀର୍ଘ ଦିନର ଦାବୀ ଆଜି ପୂରଣ ହୋଇଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ, ମାନ୍ୟବର ମୁଖ୍ୟମନ୍ତ୍ରୀ, କ୍ରୀଡା ମନ୍ତ୍ରୀ, ଭଦ୍ରକ ସାଂସଦ, ଭଦ୍ରକ ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଖୁସିରେ ଦଳୀୟ କାର୍ଯ୍ୟାଳୟରେ ମିଠାଇ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ନେତା କମଳାକାନ୍ତ ସାହୁ, ବନ୍ତ ମଣ୍ଡଳ ସଭାପତି ସନ୍ତୋଷ ନାୟକ, ଆଇନଜୀବି ମାଧବାନନ୍ଦ ଦାସ, କେନ୍ଦୁଆପଦା ସରପଞ୍ଚ ଇଂ.ପ୍ରମୋଦ କୁମାର ଜେନା, ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ଓଝା, କୃପାସିନ୍ଧୁ ସେଠୀ, ବସନ୍ତ କୁମାର ବିଶ୍ୱାଳ, ଲକ୍ଷ୍ମୀ କର, ଜୟନ୍ତ କୁମାର ପଣ୍ଡା, ସୁରେଶ୍ୱର ବାରିକ, ରବିନ୍ଦ୍ରନାଥ ଓଝା, କ୍ଷୀତିଶ ନାୟକ, ରଂଜନ ଚଣ୍ଡ, ବିଳାସ ଦାସ, ଦୀଲିପ କୁମାର ସାହୁ, ଉମାକାନ୍ତ ଦାସ, ବିଜୟ ପ୍ରଧାନ, ହେମନ୍ତ ମଲ୍ଲିକ, ରବିନ୍ଦ୍ର ସେଠୀ, ସନାତନ ସାହୁ, ଦୀପୁ ମାଝୀ, ସୁକାନ୍ତ କୁମାର ସାହୁ, ଶ୍ୟାମ ସୁନ୍ଦର ଦାସ, ଶଶୀକାନ୍ତ ଜେନା, ଅଭିମନ୍ୟୁ ଜେନା, ହରେକୃଷ୍ଣ ସେନାପତି, କଲି ମୁଦ୍ଦିନ୍ ଖାଁ, ସୁରେଶ ବିଶ୍ୱାଳ, ମୀର ଆଲିଜାନ୍‌, ସୟଦ ମତବୁର ରହେମାନଙ୍କ ବହୁ କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ