ମେଣ୍ଢାପୋଡି

 ଆସହେ ଭକ୍ତ ଦେଖ

ମେଣ୍ଢାପୋଡିର ଦୃଶ୍ଯ ହେ (ଘୋଷା)।।

 

ଦୋଳବେଦୀ ପାଶେ ହୋଲିକା ରାକ୍ଷସୀ,

ଦହନ ହେଉଛି ଦେଖିବ ଆସ,

ହିରଣ୍ୟକଶ୍ଯପ ଗେହ୍ଲେଇ ଭଉଣୀ

ପୁତ୍ର ସହ ପୋଡି ହେବ ପାଉଁଶ।

 

ବଡ ବିଷ୍ଣୁ ଭକ୍ତ ହିରଣ୍ୟକ ସୁତ

ପ୍ରହଲ୍ଲାଦ ପାଇଁ ପିତା ଚିନ୍ତିତ,

ସ୍ବହସ୍ତେ ମାରିବେ ପ୍ରତିଶୋଧ ନେବେ

ବିଷ୍ଣୁ କୃପାବଳେ ନ ହୁଏ ହତ ।

 

ହୋଲିକା କହଇ ଶୁଣ ଆରେ ଭାଇ

ଅଗ୍ନି ମୋତେ ପୋଡି ପାରିବ ନାହିଁ,

ଗର୍ବେ କହି ପ୍ରହଲ୍ଲାଦ କୋଳେ ଧରି

ଅଗ୍ନିରେ ପସନ୍ତେ ହୋଇଲା ମୃତ ।

 

ଦୋଳପୂର୍ଣ୍ଣମୀର ପୂର୍ବ ଦିନ ହୁଏ

ମେଣ୍ଢାପୋଡି ପର୍ବ ନୀତି ସ୍ବତନ୍ତ୍ର,

ମଧ୍ୟାହ୍ନ ପ୍ରହର ଭଅଣ୍ଡ ଉଠିଲେ

ଆଜ୍ଞାମାଳ ଆସେ ବିଜେ ନିମିତ ।

 

ଦୋଳବେଦୀ ବିଜୟେ ଦୋଳଗୋବିନ୍ଦ

ଭୂଦେବୀ ଶ୍ରୀଦେବୀ ତାଙ୍କ ସହିତ,

ପୂଜାର୍ଚ୍ଚନା ହୋମ ବନ୍ଦାପନା ସାରି

ମେଣ୍ଢାପୋଡି ଅଗ୍ନି ଲାଗେ ସ୍ବତନ୍ତ୍ର ।

 

ହୋଲିକା ତା ପୁତ୍ର ମେଣ୍ଢା ପୋଡି ମୃତ

ପ୍ରହଲ୍ଲାଦେ ବିଷ୍ଣୁ କୃପା ଅନନ୍ତ,

ପତିତପାବନ ବାନା ସେ ଉଡାନ୍ତି

ପତିତ ତାରଣେ ଜଗତେ ଖ୍ୟାତ ।

 

ଗଦାଧର ସାହୁ,

କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ