ମୋହନା ଶିକ୍ଷା ବିଭାଗର ଅଜବ ଚିତ୍ର ୧୫ ପିଲାଙ୍କୁ ୬ ଜଣ ଶିକ୍ଷକ, ବାରଣ୍ଡାରେ ରୋଷେଇ

ମୋହନା, (ଅଂଶୁମାନ ପଣ୍ଡା):ଶିକ୍ଷାର ବିକାଶ ପାଇଁ ସରକାର ବହୁ ଯୋଜନା କରିଛନ୍ତି l ଭିତ୍ତି ଭୂମି ର ବିକାଶ ପାଇଁ କେଉଁଠି ଶ୍ରେଣୀ ଗୃହ ନିର୍ମାଣ ହେଉଛି ତ କେଉଁଠି ସୈଖିକ ବାତାବରଣ ସୃଷ୍ଟି ପାଇଁ ପଦକ୍ଷେପ ନିଆଯାଉଛି l ହେଲେ ବିଭାଗୀୟ ଅଧିକାରୀ ମାନଙ୍କ ଖାମଖିଆଲ ମନୋଭାବ ଯୋଗୁ ଶିକ୍ଷା ବ୍ୟବସ୍ଥାରେ ଅନେକ ସ୍ଥାନରେ ତୃଟି ଦେଖିବାକୁ ମିଳୁଛି l କେଉଁଠି ଶ୍ରେଣୀ ଗୃହ ଥିଲେ ଶିକ୍ଷକ ନାହାନ୍ତି ତ କେଉଁଠି ଆବଶ୍ୟକତା ଠାରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇଛନ୍ତି l ଗଜପତି ଜିଲ୍ଲା ମୋହନା ବ୍ଲକ ଶିକ୍ଷା ବିଭାଗରେ ଦେଖିବାକୁ ମିଳିଛି ଅଜବ ଚିତ୍ର l ଅଡବା ପଞ୍ଚାୟତ ଅଡlପଙ୍କl ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟରେ ମାତ୍ର ୧୫ ଜଣ ଛାତ୍ର ଛାତ୍ରୀ ଥିବାବେଳେ ୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ଅଛନ୍ତି l ସେମାନେ ହେଲେ ପ୍ରଧାନ ଶିକ୍ଷୟିତ୍ରୀ ରଞ୍ଜନା କୁମାରୀ ନାୟକ, ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା, ଜିରିମିୟ ଗମାଙ୍ଗ, ଅଜିତ କୁମାର ବେହେରା, ଶିକ୍ଷୟିତ୍ରୀ ସୁଭଦ୍ରା ମଲ୍ଲିକ ଓ ଲଙ୍କେଶ୍ଵରୀ କହଁର l ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟଟି ୩୨୬ ନମ୍ବର ଜାତୀୟ ରାଜପଥକୁ ଲାଗିରହିଛି l ତେବେ ସରକାର ଙ୍କ ଛାତ୍ରଛାତ୍ରୀ ତୁଳନାରେ ଶିକ୍ଷକ ନିଯୁକ୍ତି ନିୟମକୁ ଏହି ବିଦ୍ୟାଳୟରେ ଖୋଲାଖୋଲି ଉଲଙ୍ଘନ ହୋଇଛି l ବ୍ଲକ ର ଅନେକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ତୁଳନାରେ କମ୍ ଶିକ୍ଷକ ନିଯୁକ୍ତି ପାଇଛନ୍ତି l ହେଲେ କାହା ସ୍ୱାର୍ଥରେ ଏହି ବିଦ୍ୟାଳୟରେ ୧୫ ଛାତ୍ର ଛାତ୍ରୀ ଙ୍କୁ ୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ହୋଇଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ବିଭାଗୀୟ ଅଧିକାରୀ ମାନେ ଅଜାଣତରେ ଏଭଳି ନିଯୁକ୍ତି କରିଛନ୍ତି ନା ମୋଟା ଅଙ୍କର ହlତଗୁଞ୍ଜl ନେଇ ଜାଣିଶୁଣି ନିଯୁକ୍ତି କରିଛନ୍ତି ତାହା ଚର୍ଚ୍ଚର ବିଷୟ ପାଲଟିଛି l ଏଥିସହ ବିଦ୍ୟାଳୟର ୪ ଟି ଶ୍ରେଣୀଗୃହ ଥିବାବେଳେ ଅନ୍ୟ ୨ ଟି ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ଚାଲିଛି l ବିଦ୍ୟାଳୟରେ ସ୍ଥାୟୀ ରୋଷେଇ ଘର ଥିବସତ୍ତ୍ବେ ଏକ ପରିତ୍ୟକ୍ତ ଶ୍ରେଣୀ ଗୃହ ବାରଣ୍ଡାରେ ଚାଲିଛି ମଧ୍ୟାହ୍ନ ଭୋଜନ ରୋଷେଇ l ସ୍ଥାୟୀ ରୋଷେଇ ଘରେ ଠିକାଦାର ଙ୍କ ସିମେଣ୍ଟ ଓ ବିଭିନ୍ନ ସାମଗ୍ରୀ ରଖାଯାଇଛି l ତେବେ ଏନେଇ ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରା ଙ୍କୁ ପଚାରିବାରେ ବିଦ୍ୟାଳୟରେ ରୋଷେଇ ଘର ନଥିବା କହିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ କହୁଛନ୍ତି ରୋଷେଇ ଘର ଅଛି l ଏଥିରୁ ସ୍ପଷ୍ଟ ଅନୁମେୟ ଯେ ବ୍ଲକ ଶିକ୍ଷାଧିକାରୀ ଉକ୍ତ ବିଦ୍ୟାଳୟ ପରିଦର୍ଶନ କରିନାହାନ୍ତି ନା ଜାଣିଶୁଣି ଏଭଳି ମନ୍ତବ୍ୟ ଦେଇଛନ୍ତି l ଏନେଇ ଜିଲ୍ଲା ଶିକ୍ଷାଧିକାରୀ ମାୟାଧର ସାହୁ ଙ୍କୁ ପଚାରିବାରେ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅନ୍ୟ ପକ୍ଷ୍ୟ ବିଦ୍ୟାଳୟ ରେ ଖାଦ୍ୟ ମାନ ମଧ୍ୟ୍ୟ ନିମ୍ନ ମାନର ରହିଥିବା ଦେଖିବାକୁ ମେଳିଛି ଏହା ସହ ବିଦ୍ୟାଳୟ ରେ ଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ବହୁ ବର୍ଷ ଧରି ଗୋଟିଏ ବିଦ୍ୟାଳୟ ରେ ରହି ଆସୁଛନ୍ତି ଏହାର ନବକୋଳେ ବର ହେବା ଆବଶ୍ୟକ ବୋଲି ଅଂଚଳ ବାସି ଦାବି କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ