ମୋ ବିଦ୍ୟାଳୟ ପଟ୍ଟା ଅଭିଯାନ ସଫଳ ପାଇଁ ବୈଠକ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶନିବାର ରାଜ୍ୟ ସରକାରଙ୍କ ମୋ ବିଦ୍ୟାଳୟ ପଟ୍ଟା ବଣ୍ଟନ ଅଭିଯାନ କୁ ସଫଳ କରିବା ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି । ତହସିଲଦାର ଅନିତା କୁମାରୀ ସାହୁ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକରେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ ଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ବ୍ଳକ ସାଧନ କେନ୍ଦ୍ର ସଂଯୋଜକ ତଥା ସହଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ , ଅନ୍ଯତମ ସହଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ରବା ପାଇକ , ରସାନନ୍ଦ ଘଡେଇ ଙ୍କ ସମେତ ଦିଗପହଣ୍ଡି ବ୍ଳକ ର ୩୪ ଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ,ପ୍ରଧାନଶିକ୍ଷୟତ୍ରୀ ଏବଂ ୧୬ ଟି କ୍ଲଷ୍ଟରର ସମସ୍ତ ସିଆରସିସି , ତହସିଲ କାର୍ଯ୍ୟାଳୟର ରାଜସ୍ୱ ନୀରିକ୍ଷକ , ନୀରିକ୍ଷିକା ଓ ରାଜସ୍ବ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ପୂର୍ବରୁ ଏହି ଯୋଜନାରେ ବହୁ ସଂଖ୍ୟକ ବିଦ୍ୟାଳୟକୁ ରାଜସ୍ବ ବିଭାଗ ପକ୍ଷରୁ ପଟ୍ଟା ବଣ୍ଟନ ହୋଇ ସାରିଥିବା ବେଳେ ବର୍ତ୍ତମାନ ଅବଶିଷ୍ଟ ବିଦ୍ୟାଳୟ ଗୁଡ଼ିକୁ ଖୁବ୍ ଶୀଘ୍ର ପଟ୍ଟା ବଣ୍ଟନ କରାଯିବ ବୋଲି ସଭାରେ ନିଷ୍ପତ୍ତି ନିଆଯାଇଥିଲା । ଏଥିସହ ବିଦ୍ୟାଳୟ ଗୁଡ଼ିକ ଭିନ୍ନ ଭିନ୍ନ କିସମ ଜମିରେ ଅବସ୍ଥିତ ଥିବାରୁ କିଭଳି କେଉଁ ଆଇନ ବଳରେ ସେଗୁଡ଼ିକର ସ୍ଥିତିବାନ ପଟ୍ଟା ପାଇଁ ଆବେଦନ କରିବାକୁ ହେବ ତାହାର ସରଳ ଉପାୟ ନେଇ ତହସିଲଦାର ଉପସ୍ଥିତ ପ୍ରଧାନଶିକ୍ଷକ,ପ୍ରଧାନଶିକ୍ଷୟତ୍ରୀ ମାନଙ୍କୁ ବୁଝାଇଥିଲେ । ଏଥି ନିମନ୍ତେ ସମସ୍ତ ରାଜସ୍ୱ ନିରୀକ୍ଷକ ମାନଙ୍କୁ ସହଯୋଗ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ପରିଶେଷରେ ଏବିଇଓ ରସାନନ୍ଦ ଘଡେଇ ଧନ୍ୟବାଦ ଅର୍ପଣ କରିଥିଲେ ।