ମୌସୁମୀ ସାହିତ୍ୟ ପରିଷଦର ସ୍ୱନକ୍ଷତ୍ର ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମୌସୁମୀ ସାହିତ୍ୟ ପରିଷଦ ଓ ପତ୍ରିକାର ସ୍ୱନକ୍ଷତ୍ର ଦିବସ, ପତ୍ରିକା ଉନ୍ମୋଚନ, କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ସଭା ସ୍ଥାନୀୟ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସମାରୋହର ପ୍ରଥମ ଅଧିବେଶନରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଡ. ବାସୁଦେବ ଦାସ, କବି ଅନ୍ନପୂର୍ଣ୍ଣା ମହାନ୍ତି ଯୋଗ ଦେଇଥିବା ବେଳେ କବି ପ୍ରେମାନନ୍ଦ ଖଣ୍ଡୁଆଳ ସଭା ପରିଚାଳନା ଓ କବି ସ୍ନିଗ୍ଧା ନାୟକ ଏବଂ କବି ଚାରୁଲତା ଭୂୟାଁ କବିତା ସଂଯୋଜନା କରିଥିଲେ । ଦ୍ୱିତୀୟ ଅଧିବେଶନରେ ପରିଷଦର ସଭାପତି ପ୍ରଫେସର ନନ୍ଦକିଶୋର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଶିଷ୍ଟ କବି ଡ. ଫନୀ ମହାନ୍ତି ମୁଖ୍ୟ ଅତିଥି, କବି ନିରାକାର ଦାସ ମୁଖ୍ୟବକ୍ତା, ସାହିତ୍ୟିକ ପ୍ରାକ୍ତନ ମୁଖ୍ୟ ଯନ୍ତ୍ରୀ ଯାମିନୀକାନ୍ତ ଦାଶ ଓ ପ୍ରାକ୍ତନ ସାଂସଦ ଅର୍ଚ୍ଚନା ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଭାକୁ ସମ୍ବୋଧିତ କରିଥିଲେ । ମୌସୁମୀର ସମ୍ପାଦକ କବି ଡ. ଶ୍ରୀଧର ସାମଲ ସ୍ୱାଗତ ଭାଷଣ ଓ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସହସମ୍ପାଦକ ଅକ୍ଷୟ କୁମାର ପାଣି ସଭା ସଞ୍ଚାଳନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ କବିତା ପାଠୋତ୍ସବରେ କବି ଶରତ ନାୟକ, ଅଭିରାମ ସାହୁ, ନିକୁଞ୍ଜ ପୃଷ୍ଟି, ରାମକୃଷ୍ଣ ଦାଶ, ଖଗେଶ୍ୱର ମହାନ୍ତି, ଅଜୟ ପାତ୍ର, ମମତା ସାମଲ, ସ୍ୱର୍ଣ୍ଣ ଷଡଙ୍ଗୀ, ଅବନ୍ତୀ ବେହେରା, ମଞ୍ଜୁଶ୍ରୀ ବରାଳ, ଭକ୍ତଚରଣ ମଲ୍ଲ, ନାରାୟଣ ପତି, ମନ୍ମଥ ବରାଳ, ଅମର ରାଉତ, ଗଗନ ଜେନା, ଶ୍ରୀଧର ମହାନ୍ତି, ରତ୍ନାକର ପାତ୍ର, ଅଶୋକ ସାହୁ, ରଞ୍ଜନ ବାଈ, ନିରୁପମା ଦାସ, ରତ୍ନାକର ମଲ୍ଲିକ, ଭରତ ଜେନା, ଗୋଲାପ ରାଉତ, କବିତା ମୁଦୁଲି, ଯାମିନୀ ଦାସ, ଭକ୍ତ ସାହୁ, ଶରତ ରାଉତ ପ୍ରମୁଖ ୫୦ରୁ ଉର୍ଦ୍ଧ୍ୱ କବି ଓ କବୟତ୍ରୀମାନେ ସ୍ୱରଚିତ କବିତା ପାଠ କରି ସମ୍ମାନିତ ହୋଇଥିଲେ । ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ପାରଦର୍ଶିତା ପାଇଁ ଡ. ବାସୁଦେବ ଦାସ, ଅଜୟ କୁମାର ସାମଲ, ଅଶୋକ କୁମାର ବେହେରା, ସ୍ୱର୍ଣ୍ଣଲତା ଲେଙ୍କା ଓ ସରୋଜ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲାର ସମସ୍ତ ପତ୍ରିକା ସମ୍ପାଦକ ଶଶିକାନ୍ତ ଦାସ, ବନମାଳୀ ସେନାପତି, ସରୋଜ କୁମାର ମହାନ୍ତି, ଲକ୍ଷ୍ମୀପ୍ରିୟା ମାଇତି, ମନ୍ମଥ ବରାଳ, ସ୍ୱପ୍ନାଂଶୁ ଦାସ, ହରେକୃଷ୍ଣ ବାରିକଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । କବି ଚାରୁଲତା ଭୂୟାଁଙ୍କ କବିତା ସଂକଳନ ‘ସମୟର ସ୍ୱର’ ଏହି ଅବସରରେ ଉନ୍ମୋଚିତ ହୋଇଥିଲା । କବି ବୃନ୍ଦାବନ ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଞ୍ଜୟ କୁମାର ମଲ୍ଲିକ, ନିରଞ୍ଜନ ମେକାପ, ଡ. ଗିରିଶ କୁମାର ପାତ୍ର, ଡ. ପ୍ରଦୀପ୍ତ ଦାଶ, ଡ. ପ୍ରମୋଦ ଦାଶ, ଡ. ପ୍ରଭାକର ମଲ୍ଲିକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ସମାବେଶରେ ଯୋଗ ଦେଇଥିଲେ ।
ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ବିଶେଷ ଅଧିବେଶନ
କେନ୍ଦ୍ରାପଡ଼ା,୧୧ା୧୧: କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟକାରୀ କମିଟିର ଏକ ବିଶେଷ ଅଧିବେଶନ ସଭାପତି ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଖଡିଅଙ୍ଗସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂଗଠନର ବରିଷ୍ଠ ସଭ୍ୟ ସୟଦ ଅକମଲ ଅଲ୍ଲୀଙ୍କ ହୃଦ୍ ଅସ୍ତ୍ରୋପଚାର ଜନିତ ଅସୁସ୍ଥତା ନେଇ ଉଦ୍‌ବେଗ ପ୍ରକାଶ କରାଯିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରାଯାଇଥିଲା । ଜିଲ୍ଲାର ଏକ ସମ୍ମାନଜନକ ସଂଗଠନର ସ୍ଥାୟୀ କାର୍ଯ୍ୟାଳୟ ଗୃହର ଅଭାବ ନେଇ ଉଦ୍‌ବେଗ ପ୍ରକାଶ କରାଯିବା ସହ ଆବଶ୍ୟକ ସରକାରୀ ଜମି ଯୋଗାଣ ନିମନ୍ତେ ବିଗତ ଦିନରେ ଜିଲ୍ଲାପାଳଙ୍କ ସହ ହୋଇଥିବା ସାକ୍ଷାତ ଆଲୋଚନା ଓ ଅଦ୍ୟାବଧି ପଦକ୍ଷେପ ନେଇ ଆଲୋଚନା କରାଯାଇଥିଲା । ଏଥିସହ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ଅଧ୍ୟକ୍ଷାଙ୍କ ସହ ଆଲୋଚନା କରି ଉପଯୁକ୍ତ ସରକାରୀ ଜମି ଓ ତତ୍‌ସହିତ ଗୃହ ନିର୍ମାଣ ନିମନ୍ତେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତି ଶ୍ରୀ ମହାନ୍ତି, ବରିଷ୍ଠ ସଭ୍ୟ ଫକୀର ଚରଣ ଖଟୁଆ ଓ ଡା. ଶରତ ଚନ୍ଦ୍ର ସ୍ୱାଇଁଙ୍କ ପରାମର୍ଶକ୍ରମେ ୬ଜଣ ବରିଷ୍ଠ ସକ୍ରିୟ ସଭ୍ୟଙ୍କୁ ନେଇ ଏକ ସବ୍‌କମିଟି ଗଠନ କରାଗଲା । ଉକ୍ତ କମିଟି ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ସହ ଯୋଗାଯୋଗ କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାୟିତ୍ୱ ଅର୍ପଣ କରାଗଲା । ଆସନ୍ତା ଡିସେମ୍ବର ମାସ ଦ୍ୱିତୀୟ ଶନିବାର ମଞ୍ଚ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଓ ତତ୍‌ସଂଲଗ୍ନ ଅଞ୍ଚଳରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ସଫେଇ କାର୍ଯ୍ୟ କରାଯିବାକୁ ସ୍ଥିର କରାଗଲା । ସମ୍ପାଦକ କୈଳାସ ଚନ୍ଦ୍ର ସ୍ୱାଇଁ ବିବରଣୀ ପାଠ କରିଥିବା ବେଳେ ଅର୍ଥ ସମ୍ପାଦକ ରବିନ୍ଦ୍ର ନାଥ ବାରିକ ଆୟବ୍ୟୟ ଉପସ୍ଥାପନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ପ୍ରହଲ୍ଲାଦ ମଲ୍ଲ, ନରୋତ୍ତମ ଜେନା, ଜଗମୋହନ ହୋତା, ନିତ୍ୟାନନ୍ଦ ସ୍ୱାଇଁ, ଅଦ୍ୱୈତ କୁମାର ଦାସ, ଡ. ଉପେନ୍ଦ୍ରନାଥ ପ୍ରଧାନ, ଶୈଳେନ୍ଦ୍ର କୁମାର ମହାନ୍ତି, ନୁରୁଲ ହାସନ୍‌, ସୁବାସ ଚନ୍ଦ୍ର ପାତ୍ର, ଅକ୍ଷୟ କୁମାର ନାୟକ, ଡା. ବିଜୟ କୁମାର ଦାସ, ସୁବାଷ ଚନ୍ଦ୍ର ଦାସ ପ୍ରଭୃତି ଉପସ୍ଥିତ ରହି ସଭ୍ୟ ସଂଗ୍ରହ ଅଭିଯାନ, ସଭ୍ୟମାନଙ୍କୁ ପରିଚୟ ପତ୍ର ପ୍ରଦାନ, ଆଗାମୀ ବାର୍ଷିକ ଅଧିବେଶନ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ସମ୍ପାଦକ ଶ୍ରୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ