ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ

କରଞ୍ଜିଆ,( ଜିତେନ୍ଦ୍ରରାଜ ):ବାତ୍ୟା ଦାନାର ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲା ର ଯଶିପୁର ଅଞ୍ଚଳରେ ଲଗାତର ବର୍ଷା ଲାଗିରହିଛି । ଫଳରେ କେତେକ ସ୍ଥାନରେ ନିରାଶ୍ରୟ ଲୋକେ ବାତ୍ୟା ଆଶ୍ରୟସ୍ଥଳ ରେ ପ୍ରଶାସନ ପକ୍ଷରୁ ରହିବାର ବ୍ୟବସ୍ଥା କରିବା ସହ ସେମାନଙ୍କୁ ଖାଇବାକୁ ଦିଆଯାଉଛି। ଯଶିପୁର ବିଧାୟକ ତଥା ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ଗଣେଶ ରାମ ସିଂ” ଖୁଣ୍ଟିଆ ଯଶିପୁର, ଶୁକୃଲି, କୁସୁମୀ ଓ ରରୁଆଁ ବ୍ଲକର ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରି ଲୋକଙ୍କ ଅଭାବ, ଅସୁବିଧା ପଚାରି ବୁଝିଛନ୍ତି । ତାଙ୍କରି ଏହି ଗସ୍ତ ସମୟରେ ଜଙ୍ଗଲ ବିଭାଗ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଦୁଇଦିନ ଧରି ମନ୍ତ୍ରୀ ଦିନ ତମାମ ଯଶିପୁର ବ୍ଲକର ଚାକିଡି, ମାହାରଦ୍ଦାପଳସା, କପଣ୍ଡ, ଗଡତଳସାହି, ବାଉଁଶନାଳି କାମୁକେଶର ରରୁଆଁ ବ୍ଲକର ରରୁଆଁ, ଭଞ୍ଜକିଆ, ଟାକୁଡ଼ିପାଳ, ଶୁକୃଳି ବ୍ଲକର ଶୁକୁଳି, ତେରଣ୍ଟି, ବାରିଆ,ଝାଡପୋଷଦା, ଦେଉଳି ଓ କୁସୁମୀ ବ୍ଲକ ଅଞ୍ଚଳ ରେ ଥିବା ବାତ୍ୟା ଆଶ୍ରୟ ସୁଳୀ ମାନ ପରିଦର୍ଶନ କରିଛନ୍ତି
ଆଜି ଶିମିଳିପାଳ ପାଦଦେଶରେ ବାତ୍ୟା “ଦାନା” ପରର ସ୍ଥିତି ନିରୀକ୍ଷଣ କରିବା ସହିତ ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବିଷୟରେ ପଚାରି ବୁଝିଲେ ମାନ୍ୟବର ଜଙ୍ଗଲ,ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଇଂ.ଗଣେଶ ରାମ ସିଂଖୁଣ୍ଟିଆ ।
ଦୂରଦୁରା ପଞ୍ଚାୟତ ର ମାଙ୍କିଡ଼ିଆ ବସ୍ତି, ସିଂ ବସ୍ତି, ପୋଡ଼ାଗଡ ପଞ୍ଚାୟତ ର ତୁଳସିବଣୀ, ପୋଡାଗଡ, ଭୋଦୁସୋଳ, ଧଳାବଣୀ ପଞ୍ଚାୟତର ଧଳବାଣୀ ପଞ୍ଚାୟତ ର ବିଭିନ୍ନ ବାତ୍ଯା ଆଶ୍ରସ୍ଥଳୀରେ ରହିଥିବା ଲୋକମାନଙ୍କୁ ଭେଟି ଆଲୋଚନା କରି ବାତ୍ୟା ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
ଏହିସମୟ ରେ ମନ୍ତ୍ରୀ ଙ୍କ ସହିତ ଜିଲ୍ଲା ବିଜେପି ଉପସଭାପତି ବିପିନ ବିହାରୀ ମହାନ୍ତ, ବାଜୁଚରଣ ସିର୍କା,ଯଶିପୁର, ତହସିଲଦାର କ୍ରିଷସେନିଆ ତୀର୍କୀ,ସିଡିପିଓ,ଯଶିପୁର ଥାନା ଅଧିକାରିଣୀ ସଂଯୁକ୍ତାମହାଳିକ ଯଶିପୁର,ଡେପୁଟି ଡାଇରେକ୍ଟର ଶିମିଳିପାଳ, ଡିଏନ ସାଇକିରଣ ,କରଞ୍ଜିଆ ଡ଼ିଏଫଓ ଶ୍ରୀକାନ୍ତ ନାଏକ,ଙ୍କସମେତ ଅନ୍ୟ ବନବିଭାଗ କର୍ମଚାରୀ ଙ୍କ ସହିତ ସରପଞ୍ଚ ,ପଞ୍ଚାୟତସମିତି ସଦସ୍ୟଏବଂ ବିଜେପି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଦାନା ବାତ୍ୟା ପାଇଁ ଯଶିପୁର ବ୍ଲକରେ ୨୮, ଶୁକୃଳି ବ୍ଲକରେ ୨୫, ରରୁଆଁ ବ୍ଲକରେ ୩୩ ଏବଂ କୁସୁମୀ ବ୍ଲକରେ ପ୍ରଶାସନ ତରଫରୁ ୧୪ଟି ବାତ୍ୟା ଆଶ୍ରୟସୂଚୀ କାର୍ଯ୍ୟକାରୀ କରାଯାଉଛି।
ସେହିପରି ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ କେନ୍ଦୁଝର ଜିଲ୍ଲାରେ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିଥିଲେ ମନ୍ତ୍ରୀ ଗଣେଶରାମସିଂ ଖୁଣ୍ଟିଆ । କେନ୍ଦୁଝର ଜିଲ୍ଲାର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିଲେ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ବାତ୍ୟା ଆଶ୍ରୟସ୍ଥଳୀରେ ରହୁଥିବା ଲୋକମାନଙ୍କୁ ଭେଟିଛନ୍ତି ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀର ତୁରୂମୁଙ୍ଗାର ନିନୁଆଁ, ଶରଧାପୁର, ବୋଦାପଳସା, ପଦ୍ମପୁର, ନେଲୁଙ୍ଗ, ଝୁମ୍ପୁରା ଅଞ୍ଚଳରେ ଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରି ଲୋକଙ୍କ ସୁବିଧା ଆସୁବିଧା ବୁଝିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ