ମୟୁରଭଞ୍ଜ ଛଉନୃତ୍ୟର ମହୁରୀ ବାଦକ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ଅଂଶଗ୍ରହଣ କରିବେ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ଚଳିତ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଦେଶର ୩୦୦ ବାଦ୍ୟକାର ମାନଙ୍କୁ ନେଇ କର୍ତ୍ତବ୍ୟପଥ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ. ଏଥିରେ ଭାଗ ନେବା ପାଇଁ ମୟୂରଭଞ୍ଜ ଛଉ ନୃତ୍ୟ ର ୧୧ ଜଣ ମହୁରୀ ବାଦକ ଦିଲ୍ଲୀ ଯାତ୍ରା କରିଛନ୍ତି. ସେପଟେ ଷଢେ଼ଇକଳା ଏବଂ ପୁରୁଲିଆ ଛଉ ନୃତ୍ୟର ମହୁରୀ ବାଦକ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଜଣା ଯାଇଛି. ଭାରତ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଏହାର ଆୟୋଜନ କରାଯାଇଛି. ଝାଡ଼ଖଣ୍ଡ ରାଜ୍ୟର ଚନ୍ଦନ କିଆରୀସ୍ଥିତ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ଜାତୀୟ ଛଉ କେନ୍ଦ୍ର ପକ୍ଷରୁ ସମ୍ପୃକ୍ତ ତିନୋଟି ରାଜ୍ୟର କଳାକାରଙ୍କୁ ଦିଲ୍ଲୀ ନିଆଯାଇଛି. ମୟୁରଭଞ୍ଜରୁ ଯାଇଥିବା ମହୁରୀ ବାଦକଙ୍କ ମଧ୍ୟରେ ଅଶୋକ ବୈଠା, ଟାର୍ଜନ ଘଡେ଼ଇ, ସଞ୍ଜୀବ କାଳନ୍ଦୀ, ଛୁଟୁ ଘୁନିଆ, ଜଗଦୀଶ ବୈଠା, ଲକ୍ଷ୍ମୀଧର ବୈଠା, ହରିଶ ଚନ୍ଦ୍ର କାଳନ୍ଦୀ, ବିଦ୍ୟାଧର କାଳନ୍ଦୀ, ଦିନଦୟାଲ ମହାନ୍ତ, ଅଶୋକ କୁମାର ପାତ୍ର ଓ କାହ୍ନାଇ ବାନ୍ଦ୍ରା ପ୍ରମୁଖ ଅଛନ୍ତି.
ଦିଲ୍ଲୀ ଯାତ୍ରା କରିଥିବା କଳାକାର ମାନଙ୍କୁ ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶୁଭଶ୍ରୀ ମୁଖାର୍ଜୀ, ଗୁରୁ ତଥା ଛଉ କେନ୍ଦ୍ରର ଉପଦେଷ୍ଟା ପାଗୁଲୁ ଜେନା ଏବଂ ଟ୍ରଷ୍ଟି ବିଭୁଦତ୍ତ ଦାସ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ