ମୟୂରଭଞ୍ଜ ଜିଲ୍ଲାରେ କିନର ମହାସଂଘ ଗଠନ
ବାରିପଦା,(ମୁରାରି ମୋହନ ମହାପାତ୍):ମୟୂରଭଞ୍ଜ ଜିଲ୍ଲାରେ କିନର ମହାସଂଘ ଗଠନ ହେଲା ଅରୁଣ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ “ଜାଗ ମୟୂରଭଞ୍ଜ ଜାଗ”କାର୍ଯ୍ୟାଳୟ ଠାରେ ୫୦ରୁ ଉର୍ଦ୍ଧ୍ବ କିନର ଏକୋଠିତ ହୋଇ ସଂଘ ଗଠନ କରିଥିଲେ ଶୋଭାନେତ୍ରୀ ଭାବେ ମୋନିସା ସାହୁ, ଉପ-ଶୋଭାନେତ୍ରୀ ପାୟଲ ସିଂ,ସମ୍ପାଦିକା ମେଘନା ଚପୀୟାର,ସହ-ସମ୍ପାଦିକା ମୟୂରୀ ସିଂ,କୋଷାଧ୍ୟଖ୍ୟା ଶିବନି ହାନ୍ସଦା ମାନନୀତ ହୋଇଥିଲେ ପୂର୍ବରୁ ଜିଲ୍ଲାରେ କିଛି ଏନଜିଓ କିନର ମାନଙ୍କୁ ନେଇ ନିଜେ ଲାଭବାନ ହେଉଥିଲେ କିନ୍ତୁ ପ୍ରକୃତରେ କିନର ମାନେ ସରକାରୀ ଯୋଜନାର ସିଧାସଳଖ ସୁବିଧା ସୁଯୋଗ ପାଇପାରୁନଥିଲେ କିମ୍ବା କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇପାରୁନଥିଲେ ଯାହା କିଛି ହେଉଥିଲା ନିର୍ଦ୍ଧିଷ୍ଟ କିଛି ଏନଜିଓଙ୍କ ଦ୍ଵାରା ହେଇ ଆସୁଥିଲା
ସରକାର ସାମାଜିକ ସୁରକ୍ଷା ବିଭାଗ ମାଧ୍ୟମରେ ବିଭିନ୍ନ ଯୋଜନା କରି ଆତ୍ମନିର୍ଭରଶୀଳ କରିବା ପାଇଁ ପ୍ରୟାସ ଆରମ୍ଭକରି ଥିବା ବେଳେ ପ୍ରକୃତରେ ଏହାର ଫାଇଦା ଏନଜିଓ ମାନେ ନେଉଥିବା ବେଳେ କିନର ମାନେ ସେମିତି ଅବହେଳାର ଶିକାର ହୋଇ ଅନିଚ୍ଛା ସୋର୍ତେ ବାଧ୍ୟ ହୋଇ ରାଜରାସ୍ତାକୁ ଯାଉଥିଲେ
କିନ୍ତୁ ଆଜି ପାଖରୁ ନିଜର ହକ ଓ ଅଧିକାର ପାଇଁ ଲଢେଇ ଆରମ୍ଭ ହେବ ବୋଲି ସଂଘର ଶୋଭାନେତ୍ରୀ ମୋନିସା ସାହୁଙ୍କ ସହିତ ସୋମସ୍ତ ମେମ୍ବର ଶପଥ ନେଇଥିଲେ ଆଜିପାଖରୁ ସଙ୍ଘର ନିଜର ନିଷ୍ପତ୍ତି ହିସାବରେ ସମସ୍ତ କିନର କାର୍ଯ୍ୟକରିବେ କୌଣସି ଏନଜିଓଙ୍କ ଦ୍ଵାରା ସଂଘ ପରିଚାଳିତ ହେବ ନାହିଁ ମୟୂରଭଞ୍ଜ କିନର ମହାସଂଘର ସକ୍ରିୟ ସଦଦ୍ୟ ଭାବେ, ଜୁଲି ହେମ୍ରମ,ବାସନ୍ତୀ ସରେନ,ଶିକ୍ଷା ତୋରେଇ,ରାଧିକା ନାୟକ ସନ୍ଧ୍ୟାରାଣୀ ସିଂ,ମୋଲିକା ସିଂ,ଉର୍ବଶୀ ନାଥ,ମାନି ଦାସ,ପ୍ରିୟଙ୍କା ମାଇତି,କବିତା ସିଂ,ପୂଜାରଣୀ ମାଝୀ,ଲିଜା ପ୍ରଧାନ,ମାୟା କିଷାନ ମନୋନୀତ ହୋଇଥିଲେ ସଂଘର ଆଇନ ଗତ କାର୍ଯ୍ୟ ପାଇଁ ବିପ୍ଳବ ବାରିକଙ୍କୁ ଓକିଲ ଭାବେ ମନୋନୀତ କରିଛନ୍ତି, ସଂଘର ଉପଦେଷ୍ଟା ଭାବେ ତପସ୍ୱିନୀ ରଣା,ସସ୍ମିତା ମହାନ୍ତି,ତପସ୍ୱିନୀ ପଣ୍ଡାଙ୍କୁ କିନର ସଂଘ ପକ୍ଷରୁ ରଖାଯାଇଛି ଆଗାମୀ ଦିନରେ କିନର ମାନେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟ ହାତକୁ ନେବା ସହିତ ଜିଲ୍ଲାର ଗରିବ ଅସହାୟ ଲୋକଙ୍କୁ ସହଯୋଗର ହାତ ବଢେଇବା ସହିତ ସାମାଜିକ କାର୍ଯ୍ୟ ଆରମ୍ଭ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବେ ବୋଲି ସମସ୍ତ ମେମ୍ବର ଗଣମାଧ୍ୟମ ଜରିଆରେ ଜିଲ୍ଲାବାସୀଙ୍କୁ ଜଣେଇଛନ୍ତି,