ଯୁବକର ଆତ୍ମହତ୍ୟା ସନ୍ଦେହ

ଭଞ୍ଜନଗର,(ସନ୍ତୋଷ କୁମାର ବିଷୋଇ): ଗଞ୍ଜାମ ଜିଲ୍ଲାର ତାରାସିଂ ଥାନା ଅନ୍ତର୍ଗତ ଉଲୁଦନ ଗ୍ରାମର ପାଣୁ ପ୍ରଧାନକ ପୁଅ ଶରତ ପ୍ରଧାନ, ବୟସ -35 ନିଜ ଘରର ଫ୍ୟାନରେ ପିନ୍ଧିଥିବା ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି | ସୂଚନା ଅନୁସାରେ ଶରତ ଗ୍ରାମର କିଛିଲୋକଙ୍କ ଠାରୁ କିଛି ଟଙ୍କା ଋଣ ଆଣିଥିଲେ | ସେହି ଋଣ ପରିଶୋଧ କରିବାପାଇଁ ନିଜ ପରିବାର ସହିତ ସୁରଥ ଯାଇଥିଲେ | କିଛି ଦିନ ତଳେ ଗ୍ରାମକୁ ଫେରିଥିଲେ | ଋଣ ଭାର ଅଧିକା ଥିବାହେତୁ ଶରତ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି | ଏହି ଘଟଣା ସମ୍ପର୍କରେ ମୃତ ଶରତଙ୍କ ପରିବାରପକ୍ଷରୁ ତାରାସିଂ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା | ଏହି ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା | ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଇଥିଲା | ଏହି ଘଟଣାକୁ ନେଇ ତାରାସିଂ ପୋଲିସ ଥାନାରେ କେସ ନମ୍ବର 23/24 ଅନୁଯାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଥାନା ଅଧିକାରୀ ଦିଲ୍ଲୀପ ସ୍ୱାଇଁ ସୂଚନା ଦେଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ