ଯୁବତୀ ଙ୍କୁ ବଳାତ୍କାର ଅଭିଯୋଗ ରେ ଯୁବକ ଗିରଫ

ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅଂଚଳରେ ଜଣେ ଯୁବତୀକୁ ବଳାତ୍କାର ଅଭିଯୋଗରେ ପୋଲିସ ଶ୍ରୀକାନ୍ତ ନାଏକ (୨୧)ନାମକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ଚମ୍ପୁଆ ଥାନା ଅନ୍ତର୍ଗତ ରଘୁଆଳ ସାହି ର ଯୁବକ ଶ୍ରୀକାନ୍ତ ନାଏକ ନାରଦ ପୁର କଲେଜ ରେ ପଢ଼ୁ ଥିଲେ ।ସେହି କଲେଜ ରେ ଯୋଡା ଅଞ୍ଚଳ ର ଉକ୍ତ ଯୁବତୀ ମଧ୍ୟ ପଢୁଥିଲେ ।ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିବା ପରେ ଯୁବକ ଶ୍ରୀକାନ୍ତ ନାଏକ ତାଙ୍କୁ ବିବାହ ର ପ୍ରତିଶୃତି ଦେଇ ଶାରୀରିକ ସଂପର୍କ ରଖି ଆସୁଥିଲେ ।ତେବେ ଶ୍ରୀକାନ୍ତ ନାଏକ ଉକ୍ତ ଯୁବତୀଙ୍କୁ ବିବାହ କରିବା ପାଇଁ ମନା କରିବା ସହିତ ସେ ଅନ୍ୟତ୍ର ବିବାହ କରିଥିଲେ ।ଏହି ଖବର ଜାଣିବା ପରେ ଉକ୍ତ ଯୁବତୀ ଜଣକ ଗତ ଫେବୃଆରୀ ମାସ ୨୫ ତାରିଖରେ ଯୋଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଅଭିଯୋଗ କୁ ଆଧାର କରି ପୋଲିସ ତଦନ୍ତ ଜାରି ରଖି ଥିଲା ।ମଙ୍ଗଳବାର ଶ୍ରୀକାନ୍ତ ନାଏକ ଯୋଡା ରୁ ତାଙ୍କ ଘର ରଘୁଆଳ ସାହି କୁ ଯାଉଥିବା ବେଳେ ବାଟରେ ହିଁ ତାଙ୍କୁ ପୋଲିସ ଗିରଫ କରିଥିଲା । ଏ ନେଇ ଯୋଡା ଥାନାରେ ଏକ ମାମଲା ନଂ ୪୦/୨୦୨୫ ଦଫା ୬୪(ଆଇ) ବି ଏନ୍ ଏସ ରୁଜୁ କରାଯାଇ ଥିବା ପୋଲିସ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ