ଯୁବ ଉତ୍ସବ ଭାରତ ୨୦୪୭ ପକ୍ଷରୁ ସମ୍ବର୍ଦ୍ଧିତ ହେଲେ ଚନ୍ଦନ ପଣ୍ଡା

ହାଟଡିହି, (ବିକାଶ ବିଶ୍ୱାଳ):ମୋ ଭାରତ ଓ ନେହେରୁ ଯୁବ କେନ୍ଦ୍ର କେନ୍ଦୁଝର ଶାଖା ପକ୍ଷରୁ ଆୟୋଜିତ ଯୁବ ଉତ୍ସବ ଭାରତ @୨୦୪୭ ପକ୍ଷରୁ ଯୁବ କବି ,ପତ୍ରକାର ଓ ପ୍ରକୃତି ବନ୍ଧୁ ଚନ୍ଦନ ପଣ୍ଡାଙ୍କୁ ତାଙ୍କର କବିତା *ବିକଶିତ ଭାରତ -୨୦୪୭* ପାଇଁ ପୁରସ୍କୃତ କରାଯାଇଛି । ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ତରଫରୁ ଜିଲ୍ଲା ସଂସ୍କୃତି ଭବନ କେନ୍ଦୁଝରଠାରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ଉତ୍ସବରେ ତ୍ରିଭାଷୀ ପ୍ରତିଯୋଗିତା ଆୟୋଜନ ହୋଇଥିଲା ।ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ୨୯ ବର୍ଷ ବୟସ ମଧ୍ଯରେ ବିଭିନ୍ନ ବର୍ଗର ଯୁବକ ଯୁବତୀ ଯୋଗଦାନ କରିଥିଲେ । ନେହେରୁ ଯୁବ କେନ୍ଦ୍ର କେନ୍ଦୁଝର ଶାଖାର ଭାରପ୍ରାପ୍ତ ଯୁବା ଅଧିକାରୀ ବସୁନ୍ଧରା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜାତୀୟ ସମର୍ଥ ବାହିନୀର ନିର୍ଦ୍ଦେଶ ଅଧିକାରୀ ଲେଫ୍ଟନାଣ୍ଟ ମୟୁର ହେଗଡେ, ଯୁବା ସଫଳ ନୃତ୍ୟଶିଳ୍ପୀ ଚିରଶ୍ରୀ ସାଗରିକା ପ୍ରମୁଖ ଯୋଗଦାନ କରି ପୁରସ୍କୃତ କରିଥିଲେ । ତାଙ୍କର ଏଭଳି ସଫଳତା ନିମନ୍ତେ ବିଭିନ୍ନ ସାହିତ୍ଯ ଅନୁଷ୍ଠାନ ସହ ଯୁବସାଥୀ ଓ ବୁଦ୍ଧିଜୀବୀମାନେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ