ଯୋରନ୍ଦା ମହିମାଗାଦିରେ ମହିମା ମେଳା ଓ ଗୋଷ୍ଠୀ ସତସଙ୍ଗ ସମାପ୍ତ
ଢେଙ୍କାନାଳ, (ତାପସଦାସ):ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦିରେ ଚାଲିଥିବା ମହିମା ମେଳା ଆଜି ଗୋଷ୍ଠି ସତସଙ୍ଗ ସହିତ ସମାପ୍ତ ହୋଇଛି ।ଗତକାଲି ପୂର୍ବାହ୍ନ ୧୦ଘଣ୍ଟା ସମୟରେ ଗୋଷ୍ଠି ବେଢ଼ା ମଧ୍ୟରେ ଗୋଷ୍ଠି ଭୋଜନ ଓ ଗୋଷ୍ଠି ସତ୍ ସଙ୍ଗ ଅନୁଷ୍ଠିତ ହୋଇଥିଲା । ଏହି ଗୋଷ୍ଠୀ ସତସଙ୍ଗ ଉତ୍ସବରେ ୧୦୦ରୁ ଉର୍ଦ୍ଧ୍ବ ବକ୍କଳଧାରୀ ସନ୍ଥ , ପାଞ୍ଚ ଶହରୁ ଊର୍ଦ୍ଧ୍ବ ସାଧୁ ଓ ୩ ହଜାରରୁ ଉର୍ଦ୍ଧ୍ଵ ଭକ୍ତ ଯୋଗ ଦେଇଥିଲେ । ସମସ୍ତ ସାଧୁ ଭକ୍ତ ମାନେ ଏକତ୍ର ଭୋଜନ କରିବା ସହିତ ଭଜନ ଗାଇଗାଇ ଧୂନୀମନ୍ଦିର,ଆଶ୍ରମ ମଣ୍ଡଳ, ନୀତି ମନ୍ଦିର ଦେଇ ଗାଦି ମନ୍ଦିରକୁ ଚତୁଃପାର୍ଶ୍ଵରେ ଭଜନ ଜଣାଣ ବୋଲି ଶରଣ ଦର୍ଶନ କରି ନିଜନିଜ ଅଞ୍ଚଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।