ଯୋରନ୍ଦା ମାଘ ପୂର୍ଣ୍ଣିମା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଢେଙ୍କାନାଳ, (ତାପସଦାସ):ତାପସଦାସ,ଆଜି ପୂର୍ବାହ୍ନରେ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ଆୟୋଜନ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵପ୍ରସିଦ୍ଧ ମାଘମେଳା କିଭଳି ଶାନ୍ତିଶୃଙ୍ଖଳା ଓ ଧାର୍ମିକ ଭାବନା ମଧ୍ୟରେ ଆୟୋଜିତ ହେବ ସେଥିପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଆସନ୍ତା ଫେବୃଆରୀ ମାସ ୧୧ ଏବଂ ୧୨ତାରିଖ ଦୁଇ ଦିନ ଧରି ଏହି ମେଳା ଆନୁଷ୍ଠାନିକ ଭାବେ ଆୟୋଜିତ ହେବ । ବୈଠକରେ ଉଠା ଦୋକାନୀ ମାନଙ୍କୁ ବ୍ୟବସ୍ଥିତ ଭାବେ ବସାଇବା, ଯାତ୍ରା ପଡ଼ିଆର ଆଲୋକି କରଣ, ଉତ୍ସବ ଅବସରରେ ମଦ ଦୋକାନ ବନ୍ଦ ରଖିବା, ନିୟମିତ ବିଦ୍ୟୁତ୍ ଯୋଗାଣ,ନିୟନ୍ତ୍ରଣ କକ୍ଷ ଓ ସି.ସି. ଟିଭି କ୍ୟାମେରା ବ୍ୟବସ୍ଥା, ଯାତାୟତ ନିମନ୍ତେ ଟ୍ରାଫିକ୍ ବ୍ୟବସ୍ଥା, ବ୍ୟବସ୍ଥିତ ଗାଡ଼ି ପାର୍କିଂ, ଆଶୁଚ଼ିକିତ୍ସା ଓ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଆୟୋଜନ, ଯାତ୍ରା ପଡ଼ିଆ ସଂପ୍ରସାରଣ, ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ଭଜନ ସମାରୋହ, ମନ୍ଦିର ପାର୍ଶ୍ଵରେ ବ୍ୟାରିକେଟ୍ ନିର୍ମାଣ ଯାତ୍ରା ପଡ଼ିଆରେ ଜଳ ସିଞ୍ଚନ, ମହିମା ମହୋତ୍ସବ ଆୟୋଜନରେ ଆଦି ସଂପର୍କରେ ଆଲୋଚ଼ନା ହୋଇଥିଲା ।ଆଜି ପୂର୍ବାହ୍ନରେ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ଆୟୋଜନ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵପ୍ରସିଦ୍ଧ ମାଘମେଳା କିଭଳି ଶାନ୍ତିଶୃଙ୍ଖଳା ଓ ଧାର୍ମିକ ଭାବନା ମଧ୍ୟରେ ଆୟୋଜିତ ହେବ ସେଥିପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଆସନ୍ତା ଫେବୃଆରୀ ମାସ ୧୧ ଏବଂ ୧୨ତାରିଖ ଦୁଇ ଦିନ ଧରି ଏହି ମେଳା ଆନୁଷ୍ଠାନିକ ଭାବେ ଆୟୋଜିତ ହେବ । ବୈଠକରେ ଉଠା ଦୋକାନୀ ମାନଙ୍କୁ ବ୍ୟବସ୍ଥିତ ଭାବେ ବସାଇବା, ଯାତ୍ରା ପଡ଼ିଆର ଆଲୋକି କରଣ, ଉତ୍ସବ ଅବସରରେ ମଦ ଦୋକାନ ବନ୍ଦ ରଖିବା, ନିୟମିତ ବିଦ୍ୟୁତ୍ ଯୋଗାଣ,ନିୟନ୍ତ୍ରଣ କକ୍ଷ ଓ ସି.ସି. ଟିଭି କ୍ୟାମେରା ବ୍ୟବସ୍ଥା, ଯାତାୟତ ନିମନ୍ତେ ଟ୍ରାଫିକ୍ ବ୍ୟବସ୍ଥା, ବ୍ୟବସ୍ଥିତ ଗାଡ଼ି ପାର୍କିଂ, ଆଶୁଚ଼ିକିତ୍ସା ଓ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଆୟୋଜନ, ଯାତ୍ରା ପଡ଼ିଆ ସଂପ୍ରସାରଣ, ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ଭଜନ ସମାରୋହ, ମନ୍ଦିର ପାର୍ଶ୍ଵରେ ବ୍ୟାରିକେଟ୍ ନିର୍ମାଣ ଯାତ୍ରା ପଡ଼ିଆରେ ଜଳ ସିଞ୍ଚନ, ମହିମା ମହୋତ୍ସବ ଆୟୋଜନରେ ଆଦି ସଂପର୍କରେ ଆଲୋଚ଼ନା ହୋଇଥିଲା ।

 

 

 

 

 

 

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ