ରକ୍ତଦାନ ଶିବିର ଓ ସଚେତନତା ଶିବିର ଅନୁଷ୍ଠିତ

ବାରିପଦା,(ମୁରାରୀ ମୋହନ ମହାପାତ୍ର): ସ୍ବେଚ୍ଛାସେବୀ ଅନୁଷ୍ଠାନ ରେଡ ଗ୍ରୀନ ଫାଉଣ୍ଡେସନ ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ସହିତ ରକ୍ତଦାନ ସଚେତନତା କାର୍ଯ୍ୟକ୍ରମ ଗୋଲାମୁଣ୍ଡାକଟା ସ୍ଥିତ ଶ୍ରୀକୃଷ୍ଣରାୟ ମହାପ୍ରଭୁ ସରକାରୀ ଉର୍ଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ରକ୍ତଦାନ ଶିବିର ରେ ମୁଖ୍ୟ ଅତିଥି ଭାବରେ ଡଃ ନିରୋଜ କୁମାର ପୋଥାଳ, ସମ୍ମାନନୀୟ ଅତିଥି ଭାବରେ ଚିତ୍ରସେନ କର ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ ଅନ୍ୟ ମାନଙ୍କ ଭିତରେ ରେଡ ଗ୍ରୀନ ଫାଉଣ୍ଡେସନ ର ମୁଖ୍ୟ ଆୟୋଜକ ଚିତ୍ତ ରଞ୍ଜନ ସ୍ୱାଇଁ, ଅରବିନ୍ଦ ମୁଖୀ, ଅମିତ୍ କୁମାର କର, ସତ୍ୟଜିତ ଗିରି, ରାଜାରାମ ମାର୍ଣ୍ଡି , ଜୟ ପ୍ରକାଶ ମହାନ୍ତ, ମାନସ ରଞ୍ଜନ ସ୍ବାଇଁ, ରୁମା ବାରିକ, ନମିତା ନାଏକ୍ ଶିରିଶ ନାଏକ, ଶକିଲା ବେଗମ୍, ମନୋରଞ୍ଜନ କର, ଦିଲ୍ଲୀପ ତୁଙ୍ଗ, ନମିତା ନାୟକ, କ୍ରିଷ୍ଣା ଚନ୍ଦ୍ର ମୁଖୀ, ଏବଂ ସମସ୍ତ ଗ୍ରାମବାସୀ ଙ୍କ ସହଯୋଗ ରେ ଏହି ରକ୍ତଦାନ ଶିବିର ରେ ସର୍ବମୋଟ 27 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବାରିପଦା ରକ୍ତଭଣ୍ଡାର ର ଡ଼ ନିଲେଶ ଦାସ, ପାର୍ଥ ସାରଥୀ ମହାନ୍ତ, ଋଚିକା ଖୁରାନା, ଶକୁନ୍ତଳା ମହାନ୍ତ, କଳ୍ପନା ସିଂ ପ୍ରମୁଖ ଉପସ୍ଥିତ ରହି ଏହି ରକ୍ତଦାନ ଶିବିର ରେ ରକ୍ତଦାତା ଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ