ରଜକ ସମାଜ ଆସିକା ମୁଠାର ଦ୍ୱିତୀୟ ବାର୍ଷିକ ଉତ୍ସବ
ଆସିକା, (ଯୁଗାବ୍ଦ ନ୍ୟୁଜ):ରାଜ୍ୟର ଅନ୍ୟତମ ସର୍ବବୃହତ୍ତ ଜାତିଭିତ୍ତିକ ସଂଗଠନ ରଜକ ସମାଜ ଆସିକା ମୁଠାର ଦ୍ୱିତୀୟ ବାର୍ଷିକ ଉତ୍ସବ ରବିବାର ଅପରାହ୍ନରେ ସ୍ଥାନୀୟ ହାଟପଦା ସ୍ଥିତ ଶ୍ରୀ ଶ୍ରୀ କାଳୀମୁଖୀ ମନ୍ଦିର ପରିସରରେ ଅନୁଷ୍ଟିତ ହୋଇଯାଇଛି । ରଜକ ସମାଜ ଆସିକା ମୁଠାର ସଭାପତି ପ୍ରଭାକର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ରଜକ ସମାଜ ଖାଲସା ‘ଖ’ ତାଲୁକାର ସଭାପତି ସତ୍ୟନାରାୟଣ ସେଠୀ, ଉପସଭାପତି ଅଭିମନ୍ୟୁ ବେହେରା, ସଂପାଦକ ସନ୍ତୋଷ କୁମାର ବେହେରା, କୋଷାଧ୍ୟକ୍ଷ ଭୀମ ସେଠୀ, ଦେବଭୂମୀ ରଜକ ମୁଠା ସଭାପତି ସତ୍ୟନାରାୟଣ ସେଠୀ, କାଳଷଣ୍ଢପୁର ରଜକ ମୁଠା ସଭାପତି ଅଜୟ କୁମାର ସେଠୀ, କୁରୁଳା ରଜକ ମୁଠା ସଭାପତି ଶିବ କୁମାର ସେଠୀ, ମୁଠା ବେହେରା ଗଙ୍ଗାଧର ବେହେରା, ଆସିକା ରଜକ ମୁଠାର ସଂପାଦକ ସନ୍ତୋଷ କୁମାର ବେହେରା ଓ କୋଷାଧ୍ୟକ୍ଷ କାଳୀଚରଣ ବେହେରା, ସକ୍ରିୟ ସଦସ୍ୟ ଭାସ୍କର ବେହେରା, ତ୍ରିନାଥ ବେହେରା, ଦନାର୍ଦ୍ଦନ ବେହେରା, ନିରଂଜନ ବେହେରା, ଦଣ୍ଡପାଣୀ ବେହେରା, ଦିନବନ୍ଧୁ ବେହେରା, ଯୁଧିଷ୍ଠିର ବେହେରା, ଭଗବାନ ବେହେରା, ଭିକାରୀ ଚରଣ ବେହେରା, ମୁନା ବେହେରା ପ୍ରମୁଖ ଯୋଗଦେଇ ରଜକ ସମାଜର ସଂଗଠନକୁ ସୁଦୃଢ କରିବା ପାଇଁ ନିଷ୍ଟାପର ଉଦ୍ୟମର ଆବଶ୍ୟକତା ବୋଲି ମତବ୍ୟକ୍ତ କରି ରଜକ ସମାଜର ଛାତ୍ରଛାତ୍ରୀ ତଥା ରଜକ ସମ୍ପ୍ରଦାୟର ସାମାଜିକ, ଆର୍ଥିକ, ଶିକ୍ଷା, ମହିଳା ସଶକ୍ତିକରଣ, ଅଧାରୁ ପାଠ ଛାଡୁଥିବା ପିଲାଙ୍କ ପାଇଁ ଶିକ୍ଷାର ବ୍ୟବସ୍ଥା କରିବା, ଉଚ୍ଚ ଶିକ୍ଷା ପାଇଁ ପ୍ରେତ୍ସାହନ ଦେବା ଆଦି ଦିଗରେ କାର୍ଯ୍ୟକରିବା, ରଜକ ସମାଜର ପ୍ରତ୍ୟେକ ସଭ୍ୟମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟନିଷ୍ଠା, ଯୁଗପୋଯୋଗୀ ବିବାହ ବ୍ୟବସ୍ଥାର ସଂଜ୍ଞା ନିରୂପଣ, ରଜକ ସମାଜର ସାଙ୍ଗଠନିକ ଶକ୍ତି ଅଭିବୃଦ୍ଧି, ସାମାଜିକ ସଂସ୍କାରରେ ରଜକ ସମାଜ ସଂପ୍ରଦାୟର ଯୁବ ସମାଜର ଦାୟିତ୍ୱ, କର୍ତ୍ତବ୍ୟ ଓ ଭୂମିକା, ବୃଦ୍ଧ ବୃଦ୍ଧାଙ୍କର ଥଇଥାନ, ଆର୍ଥିକ ଅନଗ୍ରସର ପୁତ୍ର କନ୍ୟାଙ୍କର ଥଇଥାନ, ମହିଳା ସଂଗଠନର ଆବଶ୍ୟକତା ଓ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ରଜକ ସମାଜ ସାମାଜିକ ସଂଗଠନ ଉପରେ ଆଲୋକପାତ କରି ରଜକ ସମାଜର କୁଳ ମଧ୍ୟରେ ଐକ୍ୟ ଓ ସଂହତି ରକ୍ଷା ସାଙ୍ଗକୁ ସାଙ୍ଗଠନିକ ଅଭିବୃଦ୍ଧି, ଆଦର୍ଶ ସୁସ୍ଥ ରଜକ ସମାଜ ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ରଜକ ମୁଠାର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଘର ବହୁ ସଦସ୍ୟ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।